ଓଡ଼ିଶାରେ ଦିଶିଲା ଆଂଶିକ ପରାଗ
ସନ୍ଧ୍ୟା ୬ଟା ୨୬ରେ ହେଲା ମୋକ୍ଷ
ଭୁବନେଶ୍ୱର, ୨୫ା୧୦ (ବୁ୍ୟରୋ): ବର୍ଷର ଶେଷ ସୂର୍ଯେ୍ୟାପରାଗ ସର୍ବମୋକ୍ଷ ହୋଇଛି । ଏହି ଆଂଶିକ ସୂର୍ଯେ୍ୟାପରାଗ ଭାରତରେ ୪ଟା ୨୯ ମିନିଟରୁ ଦେଖାଯାଇଥିଲା । ଓଡ଼ିଶାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ (ଆଂଶିକ) ସୂର୍ଯେ୍ୟାପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିଥିଲା । ଏହା ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ମୋକ୍ଷାପ୍ରାପ୍ତି ହୋଇଥିଲା । ମାତ୍ର ସୂର୍ଯେ୍ୟାପରାଗର କାଳ ପରାଗ ଲାଗିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା । ଭୁବନେଶ୍ୱର, ପୁୂରୀ, କଟକରେ ଏହା ପ୍ରାୟ ୧୦ରୁ ୧୫% ନଜରକୁ ଆସିଥିବାବେଳେ ପଶ୍ଚିମ ଓଡ଼ିଶାରେ ଏହା ପ୍ରାୟ ୨୦% ନଜରକୁ ଆସିଥିବା ପଠରାଣୀ ସାମନ୍ତ ପ୍ଲାନେଟୋରିଅମ୍ର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।
ସୂଚନାଥାଉ କି, ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣ ବା ପରାଗକୁ ଅଶୁଭ ଘଟଣାରେ ଗଣତି କରାଯାଇଥାଏ । ଏହି କାରଣରୁ ଗ୍ରହଣ ସମୟରେ ଶୁଭ କାର୍ଯ୍ୟ ଓ ପୂଜାପାଠ ବାରଣ କରାଯାଇଥାଏ । ସୂର୍ଯେ୍ୟାପରାଗ ସମୟରେ ସୂର୍ଯ୍ୟ ପୀଡିତ ହୋଇଯାଆନ୍ତି ବୋଲି କୁହାଯାଇଥାଏ । ସୂର୍ଯେ୍ୟାପରାଗ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବାସୀଙ୍କ ପ୍ରବଳ ଉତ୍ସାହ ଦେଖାଯାଇଥିଲା । ଭୁବନେଶ୍ୱର ଓ ବୁର୍ଲାସ୍ଥିତ ପ୍ଲାନେଟାରିଅମରେ ସୂର୍ଯେ୍ୟାପରାଗ ଦେଖିବା ପାଇଁ ସୁବନେ୍ଦାବସ୍ତ କରାଯାଇଥିଲା । ଏତଦ ବ୍ୟତୀତ ଲୋକେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାକୁ ଦେଖିଥିଲେ । ଭୁବନେଶ୍ୱର ସାଇନ୍ସ ପାର୍କରେ ମଧ୍ୟ ସୂର୍ଯେ୍ୟାପରାଗ ଦେଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା ।