ବିଷବଳୟରେ ଦିଲ୍ଲୀ

କଟକଣା ସତ୍ତ୍ୱେ ଫୁଟିଲା ବାଣ
ନୂଆଦିଲ୍ଲୀ (ଏଜେନ୍ସି): ସୁପ୍ରିମକୋର୍ଟଙ୍କ କଡ଼ା କଟକଣା ଓ ସରକାରଙ୍କ କଡ଼ା ପଦକ୍ଷେପ ସତ୍ତ୍ୱେ ଦୀପାବଳି ଦିଲ୍ଲୀରେ ନିର୍ଦ୍ଧାରିତ ସମୟଠାରୁ ଅଧିକ ରାତି ପର୍ଯ୍ୟନ୍ତ ମାତ୍ରାଧିକ ବାଣ ଫୁଟିଛି । ଫଳରେ ପ୍ରଦୂଷଣ ମାତ୍ରାଧିକ ବୃଦ୍ଧି ପାଇବା ସହିତ ବାୟୁମଣ୍ଡଳ ବିଷାକ୍ତ ହୋଇଉଠିଛି ।
କେବଳ ଦିଲ୍ଲୀ ନୁହେଁ ଆହୁରି ଅନେକ ସହରର ବାୟୁମଣ୍ଡଳ ବିଷାକ୍ତ ହୋଇପଡିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକୁ୍ୟଆଇ) ଅତ୍ୟନ୍ତ ନିମ୍ନ ସ୍ତରକୁ ଖସି ଆସିଛି ।
ଦୀପାବଳି ସନ୍ଧ୍ୟାରେ ଦିଲ୍ଲୀର ଆନନ୍ଦ ବିହାରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ- ୩୯୮ ଅର୍ଥାତ ଅତ୍ୟନ୍ତ ପ୍ରଦୂଷିତ ଥିଲା । ଦିଲ୍ଲୀ ଏନ୍ସିଆର୍ରେ ଦୀପାବଳି ପରେ ବାୟୁ ପ୍ରଦୂଷଣ ମାତ୍ରା ହଠାତô ଅତି ଖରାପ ଶ୍ରେଣୀରେ ପହଞ୍ଚିଛି । ମଙ୍ଗଳବାର ସକାଳେ ମଧ୍ୟ ବାୟୁମଣ୍ଡଳରେ ଧୂଳି ଓ ଧୂଆଁର ମୋଟା ଆସ୍ତରଣ ସୃଷ୍ଟି ହୋଇଛି । ରାଜଧାନୀର ଅନ୍ୟାନ୍ୟ ଅଞ୍ଚଳରେ ଏକୁ୍ୟଆଇ ସୋମବାର ୩୧୨ ଥିବା ବେଳେ ମଙ୍ଗଳବାର ୩୦୩ ରହିଛି । ୩୦୧ରୁ ୪୦୦ ମଧ୍ୟରେ ଏକୁ୍ୟଆଇ ରହିଲେ ଅତ୍ୟନ୍ତ ଖରାପ ବୋଲି ଗ୍ରହଣ କରାଯାଇଥାଏ । ତେବେ ୨୦୧୫ ପରଠାରୁ ପ୍ରତିବର୍ଷ ଯେଉଁ ପରିମାଣରେ ପ୍ରଦୂଷଣ ହୋଇଥାଏ ସେହିତୁଳନାରେ ଏ ବର୍ଷ କମ ରହିଛି ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗତ ସପ୍ତାହରେ ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯଦି ଏହି ନିୟମ କେହି ଉଲ୍ଲଙ୍ଘନ କରନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କୁ ୬ ମାସ ଜେଲ୍ ସହିତ ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ନିଦେ୍ର୍ଦଶ ଥିଲା । ଦିଲ୍ଲୀବାସୀ ଏହାକୁ ଖାତିର କରିନାହାନ୍ତି । ଦକ୍ଷିଣ ଦିଲ୍ଲୀର ଇଷ୍ଟ ଅଫ୍ କୈଳାଶ, ନେହରୁ, ମୁଲଚନ୍ଦ ସମେତ ଅନ୍ୟ ଅଞ୍ଚଳରେ ପ୍ରବଳ ବାଣ ଫୁଟାଯାଇଥିଲା ।
ଦିଲ୍ଲୀ ପରେ ମୁମ୍ବାଇ, ଚେନ୍ନାଇ, କୋଲକତା ଓ ବେଙ୍ଗାଲୁରୁରେ ମଧ୍ୟ ବାୟୁ ପ୍ରଦୂଷଣ ମାତ୍ରାଧିକ ବୃଦ୍ଧି ପାଇଛି । ମୁମ୍ବାଇରେ ଖରାପ ସ୍ଥିତି ରହିଛି । ବେଙ୍ଗାଲୁରୁରେ ମଧ୍ୟମ, ଚେନ୍ନାଇରେ ଖରାପ ଓ କୋଲକତାରେ ଅପେକ୍ଷାକୃତ ପ୍ରଦୂଷଣ ସୂଚକାଙ୍କ କମ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *