ସିଂହଦ୍ୱାରରେ ବଡ଼ବଡୁଆ ଡାକିଲେ ଶ୍ରଦ୍ଧାଳୁ

ଦୁଇବର୍ଷ ପରେ ଶ୍ରୀକ୍ଷେତ୍ରରେ ଦୀପାବଳୀ
ପୁରୀ (ବୁ୍ୟରୋ): ଦୁଇବର୍ଷ ପରେ ପୁରପଲ୍ଲୀରେ ସୋମବାର ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳୀ । ପୁରୀରେ ମଧ୍ୟ ଖୁବ୍ ଧୁମ୍ଧାମ୍ରେ ଦୀପାବଳୀ ପାଳିଛନ୍ତି ସହରବାସୀ । ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ଲାଗି ନିଦେ୍ର୍ଦଶ ରହିଥିଲେ ମଧ୍ୟ ଏହାକୁ କେହି ମାନି ନ ଥିଲେ । ସଞ୍ଜ ନଇଁବା ପୂର୍ବରୁ ଆତସବାଜିରେ କମ୍ପିଥିଲା ଶ୍ରୀକ୍ଷେତ୍ର । ଏପରିକି ବିଳମ୍ବିତ ରାତ୍ରପର୍ଯ୍ୟନ୍ତ ବାଣ ଫୁଟାଯାଇଥିଲା । କରୋନା ଲାଗି ଦୁଇବର୍ଷ ଧରି କଟକଣା ମଧ୍ୟରେ ପାଳିତ ହେଉଥିଲା ଦୀପାବଳୀ । ହେଲେ ଚଳିତବର୍ଷ ଦୀପାବଳୀକୁ ଧୁମ୍ଧାମ୍ରେ ପାଳନ କରିଥିଲେ ଜିଲ୍ଲାବାସୀ ।
ଅନ୍ୟପକ୍ଷରେ ଦୀପାବଳୀ ଅମାବାସ୍ୟା ଅବସରରେ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ମହାପ୍ରଭୁଙ୍କୁ ଦର୍ଶନ କରି ବାହାରେ ପୟାଶ୍ରାଦ୍ଧ କରିବା ପରେ ସିଂହଦ୍ୱାରରେ କାଉଁରିଆ କାଠି ଜାଳି ବଡ଼ବଡୁଆଙ୍କୁ ଡାକିଥିଲେ । ସକାଳୁ ସକାଳୁ ସିଂହଦ୍ୱାରରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିବା ଆରମ୍ଭ ହୋଇଯାଇଥିଲା । ସେହିପରି ସନ୍ଧ୍ୟାରେ ମଧ୍ୟ ପ୍ରବଳ ଗହଳି ହୋଇଥିଲା । ସିଂହଦ୍ୱାରରେ ବଡବଡୁଆ ଡାକିବା ଲାଗି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନଙ୍କ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ବିଶ୍ୱାସ ରହିଛି ମହାଳୟାରେ ପିତୃପୁରୁଷଙ୍କୁ ଆବାହନ କରାଯାଏ । ଦୀପାବଳୀ ଅମାବାସ୍ୟାରେ ପିତୃପୁରୁଷଙ୍କୁ ଫେରିବା ପାଇଁ ଆଲୋକ ଦେଖାଯାଇଥାଏ । ଦୀପାବଳୀକୁ ନଜରରେ ରଖି ଶ୍ରୀମନ୍ଦିର, ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *