୨ ବର୍ଷ ପରେ ସିଂହଦ୍ୱାରରେ କାଉଁରିଆ ଜାଳିବେ ଶ୍ରଦ୍ଧାଳୁ
୫ ସ୍ଥାନରେ ଡକାଯିବ ବଡ଼ବଡ଼ିଆ
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ପୁରୀ (ବୁ୍ୟରୋ): ସୋମବାର ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ଶ୍ରୀକ୍ଷେତ୍ରରେ ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଦୁଇ ବର୍ଷ ପରେ ସିଂହଦ୍ୱାରରେ ସମ୍ମୁଖରେ ଜଳିବ କାଉଁରିଆ । ଅନ୍ୟପକ୍ଷରେ ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ବଡ଼ବଡ଼ିଆ ଡାକିବାରୁ ବଞ୍ଚିତ ରହିଛନ୍ତି । ତେଣୁ ଚଳିତବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ସେଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ବାହାରେ ପୟାଶ୍ରାଦ୍ଧ ଦେବା ପରେ ସିଂହଦ୍ୱାର ସମ୍ମୁଖରେ କାଉଁରିଆ ଜାଳି ବଡ଼ବଡ଼ିଆଙ୍କୁ ଡାକିବେ । ଏଥିପାଇଁ ରବିବାରଠାରୁ ପୁରୀରେ ଭିଡ଼ ଜମେଇଲେଣି । ଏଥିଲାଗି ତରଫରୁ ମଧ୍ୟ ସମସ୍ତ ପ୍ରକାର ବନେ୍ଦାବସ୍ତ କରାଯାଇଛି ।
ଏହି ଅବସରରେ ଅନେକବାଣ ଫୁଟାଇ ଦୀପାବଳି ମନାଇବେ । ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ସଜାଗ ରହିଥିବାବେଳେ ପୁରୀ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ୟେକ ଥାନାକୁ ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ ପାଇଁ କୁହାଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାର ସମେତ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଦୀପାବଳିରେ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ବାଣ ଦୁର୍ଘଟଣାକୁ ଏଡ଼ାଇବା ଲାଗି ସହରର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ହେବେ । ଅନ୍ୟପକ୍ଷରେ ଯେଭଳି ଭାବେ ଶ୍ରଦ୍ଧାଳୁମାନେ ଖୁସିରେ ବଡ଼ବଡ଼ିଆ ଡାକି ଫେରିବେ ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।