୮ରୁ ୧ଠଟା ଫୁଟିବ ବାଣ
କଟକ (ବୁ୍ୟରୋ): ଆଲୋକର ପର୍ବ ଦୀପାବଳି । ମିଠା ଖୁଆଇବା ଓ ବାଣଫୁଟାଇବା ଏହି ପର୍ବର ଅନ୍ୟତମ ଆକର୍ଷଣ । ଚଳିତ ବର୍ଷ ଦୀପାବଳିକୁ ଉତ୍ସବମୁଖର ଓ ବିପଦମୁକ୍ତ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିର ବାଣଫୁଟା ପାଇଁ କମିସରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିଦେ୍ର୍ଦଶ ମୁତାବକ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ଫୁୂଟାଯିବ ବାଣ । ଏହା ପରେ ବାଣ ଫୁଟା ଉପରେ ନିଷେଧାଦେଶ ଜାରି କରାଯାଇଛି । ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି, କଟକ ସହରାଞ୍ଚଳର ପୁଲିସ ଅଧୀନସ୍ଥ ମୋଟ ୨୭ଟି ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଛି । ବାଣ ବିକ୍ରି ପାଇଁ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ଦୋକାନୀଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ବାଣ ବିକ୍ରି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ରହିଛି । ଖୋଲା ସ୍ଥାନରେ ଦୋକାନ କରିବା ସହିତ ଦୋକାନ ମଧ୍ୟରେ କିପରି ଦୂରତା ରହିବ ସେ ଦିଗରେ ଧ୍ୟାନ ଦିଆଯାଇଛି । ଅଗ୍ନି ନିରାପତ୍ତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହା ସହିତ କେମିକାଲଯୁକ୍ତ ବାଣ ବିକ୍ରି ଉପରେ ରୋକ ଲାଗିଛି ।
ବାଣ ଦୋକାନଗୁଡ଼ିକରେ ଏହିସବୁ ଆତସବାଜିକୁ ଯାଞ୍ଚ କରିବା ପାଇଁ କମିସରେଟ ପୁଲିସ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ଟିମ୍ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣର ଅଧିକାରୀ, ପୁଲିସ ଓ ସିଏମ୍ସି ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଅଛନ୍ତି । ସବୁବର୍ଷ ଭଳି ଏଥର ବାଣ ବିକ୍ରି ପାଇଁ ଯେଉଁସବୁ ନିୟମ ରହିଛି ତାହାକୁ କଡ଼ାକଡ଼ି ପାଳନ କରିବା ପାଇଁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥିରେ ଖିଲାପ କଲେ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । । ସବୁଜ ବାଣକୁ ବାଦଦେଇ ଅନ୍ୟ ବାଣ କିମ୍ବା ଶବ୍ଦ ପ୍ରଦୂଷଣ କରୁଥିବା ବାଣ ଫୁଟାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିିବ ବୋଲି ସୂଚନା ଦେଇଛନ୍ତି ଡିସିପି । ଏଥିରେ ବ୍ୟତିକ୍ରମ ଦେଖିଲେ ନିକଟସ୍ଥ ପୁଲିସ ଷ୍ଟେସନ କିମ୍ବା ପୁଲିସ କଣ୍ଟ୍ରୋଲ ରୁମ୍କୁ ଜଣାଇବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି କଟକ ଡିସିପି । ଏହାସହ ଜରୁରୀ ପରିସ୍ଥିତିରେ ପୁଲିସ କଣ୍ଟ୍ରୋଲରୁମ୍ (୧୦୦) ଅଥବା ଦମକଳ କେନ୍ଦ୍ର (୧୦୧)କୁ ତୁରନ୍ତ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ସେହିପରି ଦୀପାବଳି ଓ କାଳୀପୂଜାକୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିବା ପାଇଁ କମିସରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।