ଭୋକରେ ଶତାଧିକ ଛାତ୍ରୀ

ଗ୍ୟାସ୍ ନ ଥିବାରୁ ରୋଷେଇ ବନ୍ଦ
କରଞ୍ଜିଆ(ଆପ୍ର): ହଷ୍ଟେଲରେ ଗ୍ୟାସ ସରି ଯାଇଥିବାରୁ ଶନିବାର ରାତିରୁ ଉପାସରେ ଥିବା ଶତାଧିକ ଛାତ୍ରୀ ରବିବାର ବ୍ଲକ୍ ଅଫିସ୍ ଆଗରେ ଧାରଣା ଦେଇଛନ୍ତି । ବିଭାଗୀୟ ଅଧିକାରୀମାନେ ପିଲାଙ୍କୁୂ ବୁଝାଇବା ପରେ ସ୍ଥିତି ସ୍ୱାଭାବିକ ହୋଇଛି ।
ମୟୂରଭଞ୍ଜ ଜିଲ୍ଲା କରିଞ୍ଜିଆ ବ୍ଲକ୍ ଠାକୁରମୁଣ୍ଡା ଏସ୍ଟିଏସ୍ସି ଡେଭଲମେଣ୍ଟ ଛାତ୍ରୀ ନିବାସରେ ୯୪ ଅନ୍ତେବାସିନୀ ରହୁଛନ୍ତି । ଗ୍ୟାସ୍ ନ ଥିବାରୁ ଶନିବାର ରାତିରୁ ରୋଷେଇ ବନ୍ଦ ଥିଲା । ଶନିବାର ରାତିରୁ ରବିବାର ଦିନ ୧୨ଟା ପର୍ଯ୍ୟନ୍ତ ପିଲାମାନେ ଉପାସରେ ରହିଥିଲେ । ଭୋକ ସମ୍ଭାଳି ନ ପାରି ଗୁହାରି କରିବା ପାଇଁ ବିଡିଓଙ୍କ ନିକଟକୁ ଆସିଥିଳେ । କିନ୍ତୁ ରବିବାର ଥିବାରୁ ବ୍ଲକ କାର୍ଯ୍ୟାଳୟ ବନ୍ଦ ଥିଲା । ନିରୁପାୟ ହୋଇ ଛାତ୍ରୀମାନେ ବ୍ଲକ ଗେଟ୍ ଆଗରେ ଧାରଣା ଦେଇଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲେ । ସ୍ଥାନୀୟ ଲୋକେ ପିଲାମାନଙ୍କୁ ଖାଇବାକୁ ଦେଇଥିବା ଜଣାପଡ଼ିଛି । ଏବିଇଓ ଭାଗିରଥି ମହାନ୍ତି କହିଛନ୍ତି, ହଷ୍ଟେଲରେ ଗ୍ୟାସ ନ ଥିବାରୁ ରୋଷେଇ ବନ୍ଦ ଥିଲା । ହଷ୍ଟେଲ କଥା ଡିଡବ୍ଲୁ୍ୟଓ ବୁଝାସୁଝା କରୁଛନ୍ତି । ଗ୍ୟାସ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *