କର୍ମଚାରୀଙ୍କୁ ସଦରମହକୁମା ଛାଡ଼ିବା ମନା
ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି
ବାରିପଦା (ଆପ୍ର): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଏସ୍ପି ଋଷିକେଶ ଦ୍ୟାନ ଦେଓ ଖିଲାରି, ଉପଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୂଚାରୁ ବଳ, ସିଡି.ଏମଓ, ସିଡିଭିଓ,, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତିଙ୍କ ସମେତ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ବିଡିଓ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ପରିସ୍ଥିତି ମୁକାବିଲା ପାଇଁ ବାତ୍ୟା ବନ୍ୟା ପ୍ରବଣ ବ୍ଲକ ତଥା ଅନ୍ୟାନ୍ୟ ସମସ୍ତ ବ୍ଲକର ନଈକୁଳିଆ, ତଳିଆ ଓ ବସ୍ତି ଅଞ୍ଚଳରେ ଜରୁରୀକାଳୀନ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଭାଗ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହାସହ କୌଣସି କର୍ମଚାରୀ ସଦର ମହକୁମା ନଛାଡ଼ିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ନିକଟସ୍ଥ ସରକାରୀ ସ୍କୁଲ୍ ଗୃହ, ଅଙ୍ଗନୱାଡି କେନ୍ଦ୍ର ଏବଂ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କହିଥିଲେ । ଆଶ୍ରୟସ୍ଥଳୀ ଦାୟିତ୍ୱରେ ରହୁଥିବା ଦାୟିତ୍ୱସମ୍ପନ୍ନ ୨ ପୁରୁଷ ଓ ଜଣେ ମହିଳା ଅଧିକାରୀଙ୍କ ନାମ, ମୋବାଇଲ୍ ନମ୍ବର ସମେତ ଆଶ୍ରୟସ୍ଥଳୀ ତାଲିକା ପ୍ରସ୍ତୁତ କରି ଜିଲ୍ଲା କାର୍ଯ୍ୟାଳୟକୁ ପ୍ରଦାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଉତ୍ତମମାନର ଶୁଖିଲା ଖାଦ୍ୟସାମଗ୍ରୀ ଏବଂ ଆବଶ୍ୟକ ସ୍ଥଳେ ରନ୍ଧାଖାଦ୍ୟ ବ୍ୟବସ୍ଥା, ପାନୀୟଜଳ,ବିଦୁ୍ୟତର ବିକଳ୍ପ ବ୍ୟବସ୍ଥା ଯୋଗେ ଆଲୋକ, ଓଡ୍ରାଫ୍ଟ ଓ ଅଗ୍ନିଶମ ବିଭାଗ ତତ୍ତ୍ୱାବଧାନରେ ରୋଡ କ୍ଲିୟରିଂ ପାଇଁ ପାୱାର କଟର, ଜେସିବି ମେଶିନ ପ୍ରସ୍ତୁତ ରଖୁବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହାସହ ଅନ୍ୟାନ୍ୟ ଆନୁଷଙ୍ଗିକ ଜରୁରୀ ବ୍ୟବସ୍ଥା ଓ ସାମଗ୍ରୀ ମହଜୁଦ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହାସହ ୨୪ ଘଣ୍ଟିଆ କୋଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ, ନିୟମିତ ବ୍ୟବଧାନରେ ବୃଷ୍ଟିପାତର ସଠିକ ବିବରଣୀ ପଠାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।