ଗୋରୁଗାଈଙ୍କୁ ଲମ୍ପିଫକ୍ସ
ବାରିପଦା (ଆପ୍ର): ବାରିପଦା ଉପଖଣ୍ଡର ବେତନଟି, ରାସଗୋବିନ୍ଦପୁର ଏବଂ ଶାମାଖୁଣ୍ଟା ବ୍ଲକ ଅଞ୍ଚଳରେ ଗାଈଗୋରୁଙ୍କୁ ସଂକ୍ରାମକ ଲମ୍ପିଫକ୍ସ ରୋଗ ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ବେତନଟି ବ୍ଲକ ସଇତପୁର ପଞ୍ଚୟତର କୁରାଠିପ ଗାଁରେ ଗୃହପାଳିତ ପଶୁ ଏହି ମାରାତ୍ମକ ବସନ୍ତ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସପ୍ତାହକ ମଧ୍ୟରେ ଗାଁରେ ୬ ରୁ ଊଦ୍ଧ୍ୱର୍ ଗୋରୁ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆକ୍ରାନ୍ତ ଗୋରୁଙ୍କୁ ଜ୍ୱର ହେଉଛି ଓ ଖାଦ୍ୟ ନ ଖାଇବା, ଗଳା ଫÿୁଲିବା ଓ ଶରୀରରେ ଚକଡ଼ା ଘା’ ହୋଇ ମୃତୁ୍ୟ ଘଟୁଛି ।
ସ୍ଥାନୀୟ ପଶୁ ସମ୍ପଦ ବିଭାଗ ପକ୍ଷରୁ ପ୍ରାଣୀଧନ ଚିକିତ୍ସକମାନେ ଗ୍ରାମକୁ ଯାଇ ଚିକିତ୍ସା କରିବାରୁ ସଂକ୍ରମଣ ହ୍ରାସ ପାଉଥିବା ସୂଚନା ମିଳିଛି । ବାରିପଦା ଉପଖଣ୍ଡର ଶାମାଖୁଣ୍ଟା ବ୍ଲକ ଶିରିସବଣି ପଞ୍ଚାୟତରେ ଗାଈଗୋରୁଙ୍କଠାରେ ଏହି େଦେଖା ଦେଇଛି । ଜିଲ୍ଲା ପଶୁ ସମ୍ପଦ ବିଭାଗକୁ ଖବର ଦିଆଯାଇଥିବା ସତ୍ତ୍ୱେ ନିୟନ୍ତ୍ରଣ କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ପଶୁସମ୍ପଦ ବିଭାଗ ପକ୍ଷରୁ ଘରୋଇ ଚିକିତ୍ସକମାନଙ୍କୁ ପଠାଯାଇ ଅର୍ଥ ବିନିମୟରେ ଚିକିତ୍ସା କରାଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଶିରିସବଣି ପଞ୍ଚାୟତର ଗୁଣ୍ଡିହୁଡିରେ ଥିବା ଗୋଶାଳା ଏବଂ ଶିରିସବଣି ଗୋଶାଳାରେ ରହୁଥିବା ଶତାଧିକ ଗୋରୁଙ୍କୁ ଲମ୍ପିଫକ୍ସ ସଂକ୍ରମଣ ଆଶଙ୍କା ଦେଖାଦେଇଛି ।