ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨ଠ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ ସାମିଲ

ହିମାଳୟ ପର୍ବତାରୋହଣ ଅଭିଯାନ
ବ୍ରହ୍ମପୁର (ବୁ୍ୟରୋ): ହିମାଳୟ ପର୍ବତାରୋହଣ ଅଭିଯାନ ଅନ୍ତର୍ଗତ ଜାତୀୟ ଦୁଃସାହସିକ କ୍ୟାମ୍ପରେ ଯୋଗ ଦେବା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୦ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ ଏବଂ ୨ କାର୍ଯ୍ୟକ୍ରମ ଅଧିକାରୀ ରବିବାର ହିମାଚଳ ପ୍ରଦେଶ ଗସ୍ତ କରିଛନ୍ତି । ଚଳିତ ବର୍ଷ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଦୁଃସାହସିକ କ୍ୟାମ୍ପ ହିମାଚଳ ପ୍ରଦେଶ ସ୍ଥିତ ହାଇ ଅଲଟିଟୁ୍ୟଡ୍ ମାଉଣ୍ଟେନେରିଂ ଇନ୍ଷ୍ଟିଚୁ୍ୟଟ ନାରକଣ୍ଡାଠାରେ ଅନୁଷ୍ଠିତ ହେଉଛି । ୧୦ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ପର୍ବତାରୋହଣ ସହ ରକ୍ କ୍ୟାଇମ୍ବିଂ, ରିଭର କ୍ରସିଂ, ରେସକୁ୍ୟଇଂ ଆଦି ଦୁଃସାହସିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗ ନେବେ । ପର୍ବତାରୋହଣ ଶିବିରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ୭ ଜିଲ୍ଲାର ବଛାବଛା ୧୦ଜଣ ଏନ୍ଏସ୍ଏସ୍ ଛାତ୍ର ଓ ୧୦ ଛାତ୍ରୀ ପୁରୁଷୋତ୍ତମପୁର ତରାତାରିଣୀ ମହାବିଦ୍ୟାଳୟର ଯୋଜନା ଅଧିକାରୀ ବିପ୍ଳବ ରଞ୍ଜନ ଦାଶ ଏବଂ ମାଲକାନଗିରି କଲେଜର ଯୋଜନା ଅଧିକାରୀ ପ୍ରମରେଖା ବୋଥ୍ରାଙ୍କ ନେତୃତ୍ୱରେ ହିମାଚଳପ୍ରଦେଶ ଗସ୍ତ କରିଛନ୍ତି । ଜାତୀୟ ଦୁସାହାସିକ ଶିବିରରେ ଭାଗ ନେବା ପୂର୍ବରୁ ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ୱେଚ୍ଛାସେବୀଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର କରାଯାଇଥିଲା । ଏଥିରେ ସ୍ୱେଚ୍ଛାସେବୀଙ୍କ ଶାରୀରିକ ଦକ୍ଷତା, ସ୍ୱାସ୍ଥ୍ୟ ପରୀକ୍ଷା ସହ ପର୍ବତାରୋହଣ ପାଇଁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା । ରବିବାର ସ୍ୱେଚ୍ଛାସେବୀମାନେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବା ପରେ ସେଠାରୁ ଶିମଲା ଯାଇ ଦୁଇଦିନ ପରେ ନାରକଣ୍ଡା ବେସ୍ କ୍ୟାମ୍ପରେ ପହଞ୍ଚôବେ । ପରେ ହିମାଚଳ ପ୍ରଦେଶ ସ୍ଥିତ ହାଇ ଅଲଟିଟୁ୍ୟଡ ମାଉଣ୍ଟେନେରିଂ ଇନ୍ଷ୍ଟିଚୁ୍ୟଟ, ନାରକଣ୍ଡାର ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ହିମାଳୟ ପର୍ବତାରୋହଣ ଅଭିଯାନ ଆରମ୍ଭ ହେବ । ବିଶ୍ୱବିଦ୍ୟାଳୟରୁ ପ୍ରସ୍ଥାନ କରିବା ପୂର୍ବରୁ ସ୍ୱେଚ୍ଛାସେବୀମାନେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ସ୍ନାତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ଯୋଜନା ସଂଯୋଜକ ଡ଼.ଜୟନ୍ତ କୁମାର ପଣ୍ଡା ଓ ଜିଲ୍ଲା ଯୋଜନା ଅଧିକାରୀ ସୁଦାମ ଚରଣ ବିଷୋୟୀ ସ୍ୱେଚ୍ଛାସେବୀଙ୍କୁ ପର୍ବତାରୋହଣ ଅଭିଯାନ ପାଇଁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳତା କାମନା କରିଥିଲେ । ୧୦ଦିନ ପର୍ବତାରୋହଣ ଅଭିଯାନ ପରେ ନଭେମ୍ବର ୮ ତାରିଖରେ ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *