କରେଣ୍ଟ ଲାଗି ୩ ମହିଳାଙ୍କ ମୃତୁ୍ୟ
କେନ୍ଦୁଝର, ୨୨ା୧୦ (ଆପ୍ର): ଦୀପାବଳୀ ପାଇଁ ରାଜ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇ୍ଥିବା ସମୟରେ କେନ୍ଦୁଝର ଜିଲ୍ଲାରେ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ଶାଶୂ-ବୋହୁ ସମେତ ୩ ମହିଳା ବିଦୁ୍ୟତ୍ ଆଘାତରେ ପ୍ରାଣ ହରାଇଛନ୍ତି ।
ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ସ୍ଥାନୀୟ ଜୁଆଙ୍ଗ ସାହିର ମଗିଶିରିଆ ଜୁଆଙ୍ଗଙ୍କ ପତ୍ନୀ ନିରାଧୀ ଜୁଆଙ୍ଗ (୪୫), ସିଙ୍ଗା ଜୁଆଙ୍ଗଙ୍କ ପତ୍ନୀ କାଠି ଜୁଆଙ୍ଗ (୬୨) ଓ କୁନା ଜୁଆଙ୍ଗଙ୍କ ପତ୍ନୀ ମଞ୍ଜରୀ ଜୁଆଙ୍ଗ (୩୫) । କାଠୀ ଓ ନିରାଧୀ ଶାଶୂ -ବୋହୂ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଟାଙ୍ଗିରୀ ଗ୍ରାମର ପତ୍ରଫଡ଼ି ନାଳି ଗ୍ରାମ୍ୟ ଜଙ୍ଗଲରେ ସେହି ଗାଁର କୁମୁଦ ନାୟକ ଓ କୁବେର ନାୟକ ବାଇଗଣ, ଲଙ୍କା ଆଦି ପରିବା ·ଷ କରିଛନ୍ତି । ସେମାନେ ଉକ୍ତ ବଗି·କୁ ଚୋରାରେ ବିଦୁ୍ୟତ୍ ତାର ଟାଣି ମୋଟର ଓ ଲାଇଟ୍ ବ୍ୟବହାର କରୁଥିଲେ । ଶନିବାର ପୂର୍ବାହ୍ନରେ ନିରାଧୀ, କାଠି ଓ ମଞ୍ଜରୀ ଟମକିଆ ଜଙ୍ଗଲରେ ଛେଳି ଚରାଇବା ସମୟରେ କରେଣ୍ଟ ମାଡ଼ ଖାଇଥିଲେ । ସକାଳେ ବିଦୁ୍ୟତ୍ ତାର ଅଧାରେ ଛିଣ୍ଡି ଯାଇଥିଲା କିନ୍ତୁ ସେଥିରେ କରେଣ୍ଟ ଥିଲା । ଛେଳି ଚଳାଇବା ସମୟରେ ତିିନିହେଁ ତାରରେ ଲାଗି ଯାଇଥିଲେ । ମୁକୁଳିବାକୁ ଉଦ୍ୟମ କରି ବିଫଳ ହେବା ସହିତ ସେମାନଙ୍କ ଚିକ୍ରାର ମଧ୍ୟ କାହାରିକୁ ଶୁଣା ଯାଇ ନ ଥିଲା । ଛଟପଟ ହୋଇ ସମସ୍ତେ ପ୍ରାଣ ହରାଇଥିଲେ ।
ଏମାନଙ୍କ ସହିତ ଏକ ଛେଳି ମଧ୍ୟ ମରିପଡ଼ିଥିବା ଦେଖାଯାଇଛି ।
ଜଙ୍ଗଲ ମଧ୍ୟରେ ବହୁ ଦିନ ହେଲା ଚୋରାରେ ବିଦୁ୍ୟତ୍ ତାର ଟଣା ଯାଇଥିଲେ ସୁଦ୍ଧା ଏଥି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିଲେ । ଦାୟିତ୍ୱହୀନତାର ୩ ମହିଳାଙ୍କର ଅକାଳରେ ଜୀବନ ଚାଲିଗଲା । ତୁରନ୍ତ ଏକ୍ତ ଅଘଟଣର ତଦନ୍ତ କରାଯାଇ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ତ୍ତୃୃପକ୍ଷଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।