ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ

ଚାଇବାସା (ଏଜେନ୍ସି): ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳରେ ଏକ ଲୋମସ୍ପର୍ଶୀ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ସମ୍ପ୍ରତି ସଦର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୀଡ଼ିତାଜଣକ ପୁଲିସ୍କୁ ଦେଇଥିବା ବୟାନ ଅନୁସାରେ ଗତ ୨ଠ ତାରିଖ ସନ୍ଧ୍ୟା ସମୟରେ ସେ ନିଜ ପୁରୁଷ ବନ୍ଧୁଙ୍କ ସହ ସ୍କୁଟିରେ ନିକଟସ୍ଥ ବିମାନବନ୍ଦରକୁ ବୁଲିବାକୁ ଯାଇଥିଲେ । ଉଭୟ ରାସ୍ତା ପାଶ୍ୱର୍ରେ ଛିଡା ହୋଇ କଥା ହେଉଥିବା ବେଳେ ପ୍ରାୟ ୧ଠ/୧୨ ଯୁବକ ସେମାନଙ୍କ ନିକଟକୁ ଆସିଥିଲେ ଏବଂ ଅଭିଦ୍ରୋଚିତ ତଥା ଅଶାଳୀନ ବ୍ୟବହାର ଦେଖାଇଥିଲେ । ପୀଡ଼ିତାଙ୍କ ପୁରୁଷ ବନ୍ଧୁଜଣକ ଏସବୁକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ତାକୁ ପ୍ରବଳ ମାଡ଼ ମାରିଥିଲେ ଏବଂ ସେଠାରେ ଘଉଡାଇ ଦେଇଥିଲେ । ପୁରୁଷ ବନ୍ଧୁଜଣକ ସେଠାରୁ ପଳାଇ ଆସି ପାଖ ପୁଲିସ୍ ଷ୍ଟେସନ୍କୁ ସାହାଯ୍ୟ ପାଇଁ ଚାଲିଯାଇଥିଲେ । ଏହାର ସୁଯୋଗନେଇ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ନେଇଯାଇ ସେଠାରେ ପ୍ରବଳ ମାଡ ମାରିବା ସହ ଗଣଦୁର୍ଷ୍କମ କରିଥିଲେ ଏବଂ ସଂଜ୍ଞାହୀନ ଅବସ୍ଥାରେ ଫୋଫାଡି ଦେଇ ଫେରାର ହୋଇଯାଇଥିଲେ । ତେବେ ଚେତା ଫେରିବା ପରେ ପୀଡ଼ିତା ନିଜେ ସ୍କୁଟି ଚଳାଇ ଘଟଣାସ୍ଥଳରୁ ଲୋକଙ୍କ ଗହଣକୁ ଚାଲିଆସିଥିଲେ ଏବଂ ଏକ ଟେଲିଫୋନ୍ ବୁଥ୍ରୁ ନିଜ ଘରକୁ ଫୋନ୍ କରି ସବୁକଥା ଜଣାଇଥିଲେ ।
ଏହି ସମୟ ସୁଦ୍ଧା ପୁରୁଷ ବନ୍ଧୁଜଣକ ପୁଲିସ୍ ଟିମ୍ ସହ ସେଠାରେ ପହଞ୍ଚôଯାଇଥିଲେ ଏବଂ ପୁଲିସ୍ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ପରେ ତାଙ୍କର ଡାକ୍ତରୀ ଯାଞ୍ଚ୍ କରାଯାଇଥିଲା ଏବଂ ଏଥିରେ ତାଙ୍କ ସହ ଏକାଧିକ ପୁରୁଷ ଗଣଦୁଷ୍କର୍ମ କରିଥିବା ସ୍ପଷ୍ଟ ହୋଇଥିଲା । ପୁଲିସ୍ ଏନେଇ ମାମଲା ରୁଜୁ କରିବା ସହ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିବା ପୂର୍ବକ ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସନେ୍ଦହରେ ୧ଠଜଣଙ୍କୁ ଅଟକ ରଖିଥିବା ଏବଂ ସେମାନଙ୍କୁ ପଚରାଉଚୁରା କରୁଥିବା ପଶ୍ଚିମ ସିଂହଭୂମି ଏସ୍ପି ଆଶୁତୋଷ ଶେଖର କହିଛନ୍ତି । ଏସ୍ପି ଆଶୁତୋଷଙ୍କ କହିବାନୁସାରେ ପୀଡ଼ିତାଙ୍କ ବୟସ ୨୬ବର୍ଷ ଏବଂ ସେ ଏଠାରେ ଥିବା ଏକ ଆଇଟି କମ୍ପାନୀରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି ବୋଲି ପୁଲିସ୍ ଜାଣିବାକୁ ପାଇଛି । ଅଭିଯୁକ୍ତମାନେ ସେମାନଙ୍କ ପାଖରୁ ୫ ହଜାର ଟଙ୍କା ମଧ୍ୟ ଲୁଟିନେଇଥିବା ପୀଡ଼ିତା ପୁଲିସ୍କୁ ନିଜ ବୟାନ୍ରେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *