ଖଣି ଅଞ୍ଚଳରେ ବିଶୃଙ୍ଖଳାକୁ ଟ୍ରକ୍ ମାଲିକ ସଂଘର ବିରୋଧ

ବଡ଼ଚଣା (ଆପ୍ର): ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ ଦେଖାଦେଇଥିବା ସମସ୍ୟାକୁ ନେଇ ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଜରୁରୀ କାଳିନୀ ବୈଠକ ସଭାପତି ବିଭୁତି ଭୁଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।
ଏଥିରେ ସଂଘର କାର୍ଯ୍ୟକାରୀ ସଭାପତି ଚନ୍ଦନ ନାୟକ, ସାଧାରଣ ସମ୍ପାଦକ କ୍ରୀର୍ତିରାଜ ସ୍ୱାଇଁ, ମୁଖପାତ୍ର ସତ୍ୟବ୍ରତ ଖଣ୍ଡାଇ, ଉପ ସଭାପତି ଜଗମୋହନ ରାଉତ, କୋଷାଧ୍ୟକ୍ଷ ଜାମେସେଦ୍ ଖାଁ, ସହ ସମ୍ପାଦକ ବିନାୟକ ସାମଲ, ପୂର୍ବତନ ସଭାପତି ପ୍ରମୋଦ ନାୟକ, ସନ୍ତୋଷ ରାଉତ, ପୂର୍ବତନ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ଜେନା, ପୂର୍ବତନ ସମ୍ପାଦକ ହେମନ୍ତ ସାମଲ, ପୁଷ୍ପରାଜ ନାୟକ ପ୍ରମୁଖ ଯୋଗଦେଇ ସୁକିନ୍ଦା ଖଣି ଅଞ୍ଚଳରେ କିଛି ମୁଷ୍ଟିମେୟ ଗାଡ଼ି ମାଲିକମାନେ ଜୋରଜବରଦସ୍ତ ସେମାନଙ୍କର ଗାଡ଼ି ଆଣି ଲୋଡିଂ ସିରିଏଲ ନିୟମକୁ ଭାଙ୍ଗି ଲୋଡ୍ କରୁଥିବା ବେଳେ ଚଣ୍ଡିଖୋଲ ଅଞ୍ଚଳର ଗାଡ଼ିଗୁଡ଼ିକ ସେଠାରେ ୧୫ ରୁ ୨୦ ଦିନ ଧରି ଛିଡା ହେଉଛନ୍ତି । ସରକାରଙ୍କ ଦ୍ୱାରା ପ୍ରଥମ ପ୍ରବେଶ ଓ ପ୍ରଥମ ଲୋଡ୍ ନୀତିକୁ ସୁକିନ୍ଦା ଖଣି ଅଞ୍ଚଳର ମାଲିକମାନେ ଉଲଂଘନ କରୁଥିବା ବେଳେ ଚଣ୍ଡିଖୋଲ ଅଞ୍ଚଳର ଗାଡ଼ି ମାଲିକମାନେ ପରିବହନ କ୍ଷେତ୍ରରେ ଆର୍ଥିକ କ୍ଷେତ୍ରରେ କ୍ଷତିଗ୍ରସ୍ତ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳ ଗାଡ଼ି ମାଲିକମାନେ ମାସକୁ ୪ ରୁ ୫ ଟ୍ରିପ୍ ମାଲ୍ ପରିବହନ କରୁଥିବା ବେଳେ ଚଣ୍ଡିଖୋଲ ଅଞ୍ଚଳର ଗାଡ଼ି ମାଲିକମାନେ ଗୋଟିଏ ହେଲେ ଟ୍ରିପ୍ କରିପାରୁ ନାହାଁନ୍ତି । ଫଳରେ ଗାଡ଼ି ମାଲିକ ଓ ଚାଳକଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । କ୍ରୋମାଇଟ ମାଲ୍ ପରିବହନ କ୍ଷେତ୍ରରେ ସ୍ୱଚ୍ଚତା ଆଣିବା ଓ ସ୍ଥାନୀୟ ଗାଡ଼ି ମାଲିକଙ୍କ ଦୌରତ୍ମରୁ ଅନ୍ୟ ଗାଡ଼ିମାଲିକଙ୍କୁ ସୁରକ୍ଷା ଦେବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *