କିଡ୍ନୀ ରୋଗୀଙ୍କ ଡାଇଲିସିସ୍ ପାଇଁ ଲାଞ୍ଚ ଅଭିଯୋଗ

ନରସିଂହପୁର (ଆପ୍ର): ନରସିଂହପୁର ବ୍ଲକର ସଦର ମହକୁମାରେ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଡାଇଲେସିସ କେନ୍ଦ୍ରରେ କିଡ୍ନୀ ଡାଇଲେସିସ କରିବା ପାଇଁ ଉକ୍ରୋଚ ନେଉଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ବଡମ୍ବା ଥାନା ଅର୍ନ୍ତଗତ ରତାପାଟ ଗ୍ରାମର ସୂର୍ଯ୍ୟମଣି ପ୍ରଧାନ ଚଳିତବର୍ଷ ଜୁନମାସ ୨୩ ତାରିଖରେ ନରସିଂହପୁର ସ୍ଥିତ ଡାଇଲେସିସ କେନ୍ଦ୍ରରେ ଚିକିତ୍ସା ହେବାପାଇଁ ତାଙ୍କର ଜ୍ୱାଇଁ ଅନିଲ କୁମାର ସାହୁଙ୍କ ସହଯୋଗରେ ଆସି ପହଞ୍ଚô ଡାଇଲେସିସି ପାଇଁ ଭର୍ତ୍ତି ହୋଇଥିଲେ । ସେହିଦିନ ଡାଇଲେସିସ କେନ୍ଦ୍ରରେ କାମ କରୁଥିବା ଜନୈକ ଆଟେଣ୍ଡାଣ୍ଟର ଫୋନ ପେକୁ ୫ ହଜାର ଟଙ୍କା ସୂର୍ଯ୍ୟମଣିଙ୍କ ପୁଅ ପଠାଇଥିଲେ । ଏହାପରେ ୧୦ ହଜାର ଟଙ୍କା ହାତାହାତି ଅନିଲ ଦେଇଥିବା ଅଭିଯୋଗରେ କହିଛନ୍ତି । ତେବେ ଜଣେ ରୋଗୀର ଡାଇଲେସିସ କରିବା ପାଇଁ ୧୫ ହଜାର ଟଙ୍କା ଉତ୍କୋଚ ନେଇଥିବା ଅନିଲ ଅଭିଯୋଗରେ କହିଛନ୍ତି ।
ଏହି ଘଟଣାର ପ୍ରାୟ ୪ମାସ ବିତ୍ତି ଯିବାପରେ ରୋଗୀର ଅବସ୍ଥା ଗତ ୪ଦିନ ତଳେ ଗୁରୁତର ହୋଇଥିଲା । ରୋଗୀଙ୍କୁ ପରିବାର ଲୋକେ ନରସିଂହପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ରୋଗୀର ରକ୍ତ ପରୀକ୍ଷା କରିବା ପାଇଁ ଡାଇଲେସିସ କେନ୍ଦ୍ରର କର୍ମକର୍ତ୍ତା କହିଥିଲେ । ରକ୍ତ ପରୀକ୍ଷା ପରେ ତାହା ପଜିଟିଭ ଆସିଥିଲା । ଅନ୍ୟ ଏକ ପାଥୋଲୋଜିରେ ପରୀକ୍ଷା ପରେ ତାହା ନେଗେଟିଭ ଆସିଥିଲା । ଏହାପରେ ଉକ୍ତ ରୋଗୀଙ୍କୁ ନେଇ ବିଭାଗୀୟ କର୍ମକର୍ତ୍ତା ଓ ପରିବାର ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା । ଉକ୍ତ ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡଡାକ୍ତରଖାନାକୁ ପଠାଇ ଦେଇଥିଲେ । ଦିନକ ପରେ ମୃତୁ୍ୟ ହୋଇଯାଇଛି । ଏସମ୍ପର୍କରେ ଥାନାରେ କୈାଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି । ତେବେ ଉକ୍ତ ଆଟେନାଣ୍ଡଙ୍କୁ ପଚାରିବାରେ କହିଛନ୍ତି ଅନିଲ ସାହୁ ନିଜିଗଡ଼ ପଞ୍ଚାୟତ ବଉଳସାହିର ସେ ମୋର ସାଙ୍ଗ, ମତେ ପଇସା ଧାର ମାଗିଥିଲା । ଫୋନ ପେ ମାଧ୍ୟମରେ ୫ ହଜାର ଟଙ୍କା ଜୁନମାସ ୨୩ ତାରିଖରେ ଆସିବା ପରେ ସେହି ପଇସା ଅନିଲକୁ ଦେଇଦେଇଛି । ଡାଇଲେସିସ କେନ୍ଦ୍ରରେ କାମ କରିଥିବା ଟେକ୍ନିସିଆନ ରୋଗୀମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ଚିକିତ୍ସାରେ ଅବହେଳା କରୁଥିବା ବହୁ ରୋଗୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହି ଘଟଣାକୁ ଗୁରୁତର ଭାବେ ନେଇ ବିଭାଗୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *