ବିଜ୍ଞପ୍ତି ପ୍ରତ୍ୟାହାର କଲେ କର୍ତ୍ତୃପକ୍ଷ

୨୪ ଘଣ୍ଟାରେ ବଦଳିଲା ନିୟମ
କଟକ (ବୁ୍ୟରୋ): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଆନେ୍ଦାଳନକୁ ନେଇ ଗତକାଲି ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ଆଜି ପ୍ରତ୍ୟାହାର କରିନେଇଛନ୍ତି କୁଳପତି । ଛାତ୍ରଛାତ୍ରୀ ଅସନ୍ତୋଷ ପରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ୨୪ ଘଣ୍ଟା ପୂର୍ବରୁ ରେଭେନ୍ସା କୁଳପତି ପ୍ରତ୍ୟାହାର କରିନେଇଛନ୍ତି । ୨୬ଟି କଟକଣା ଥିବା ଏକ ନିଦେ୍ର୍ଦଶନାମା ଜାରି କରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ରେଭେନ୍ସା ପରିସରରେ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଅଣାୟତ୍ତ ହେବା ଯୋଗୁ ଉକ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଲେ କୁଳପତି ।
ସୂଚନାଯୋଗ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଗୁରୁବାର ଏକ ନୋଟିସ ଜାରି କରିଥିଲେ । କର୍ତ୍ତୃପକ୍ଷ ସେଥିରେ ଦର୍ଶାଇଥିଲେ ଯେ ରେଭେନ୍ସା ଛାତ୍ରଛାତ୍ରୀମାନେ ଗେଟ ସମ୍ମୁଖରେ ବିକ୍ଷୋଭ କିମ୍ବା ଧାରଣା ଦେଲେ ବିଶ୍ୱବିଦ୍ୟାଳୟରୁ ବାସନ୍ଦ, ଅର୍ଥଦଣ୍ଡ ଓ ବହିଷ୍କାର ହେବେ । କ୍ୟାମ୍ପସ ମଧ୍ୟରେ ନିଶା ଦ୍ରବ୍ୟର ସେବନ ଉପରେ କଟକଣା ଲଗାଯାଇଥିଲା । ଏହାବ୍ୟତୀତ ହଷ୍ଟେଲ ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜ୍ଞପ୍ତିରେ ତାଲିକା ଭୁକ୍ତ ହୋଇଥିଲା । ଶ୍ରେଣୀ ଗୃହରେ ଅଡିଓ କିମ୍ବା ଭିଡିଓ ରେକର୍ଡ଼ିଂ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ରେଭେନ୍ସା କର୍ତ୍ତୃପକ୍ଷ ଓ ସ୍ୱୀକୃତିପ୍ରାପ୍ତ କର୍ମଚାରୀ ପଚାରିବା ମାତ୍ରେ ଛାତ୍ରଛାତ୍ରୀ ସେମାନଙ୍କର ପରିଚୟ ପ୍ରଦାନ କରିବେ । ପରିଚୟ ନ ଦେଲେ ଏହାକୁ ଏକ ଅପରାଧ ଭାବେ ଗଣନା କରାଯିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ୟାମ୍ପସ ମଧ୍ୟରେ ଯଦି କାହାକୁ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସେ ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ବିଜ୍ଞପ୍ତିରେ ଜାରି ହୋଇଥିବା ୨୬ଟି ନିୟମାବଳୀ ବିରୋଧରେ ଯଦି କୌଣସି ଛାତ୍ରଛାତ୍ରୀ ଯାଆନ୍ତି ତେବେ ସେମାନେ ଏହି ତମାମ ନିୟମର ସାମ୍ନା କରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ବିଜ୍ଞପ୍ତିକୁ ନେଇ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନେ ଗଣତନ୍ତ୍ରର କଣ୍ଠରୋଧ ବୋଲି କହିଥିଲେ । ଏହାପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜାରି କରିଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *