୨୭ ସୁଦ୍ଧା ଘର ଓ ଦୋକାନ ଖାଲି କରିବାକୁ ନୋଟିସ୍
ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ନିର୍ମାଣ ପ୍ରସଙ୍ଗ
ପୁରୀ (ବୁ୍ୟରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଖୁବ୍ଶୀଘ୍ର ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଆଉ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍ ଜାରି ରହିଛି । ଓଭରବ୍ରିଜ୍ ନିର୍ମାଣ ଲାଗି ଆବଶ୍ୟକୀୟ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ସେଥିଲାଗି ମାଟିଆପଡ଼ା ଛକଠାରୁ ଆରମ୍ଭ କରି ତି୍ରଲୋଚନପୁର ବିଦ୍ୟାଳୟ ପର୍ଯ୍ୟନ୍ତ ଉଭୟପାଶ୍ୱର୍ରେ ରହିଥିବା ସ୍ଥାନୀୟ ବାସିନ୍ଦା ଏବଂ ଦୋକାନୀମାନଙ୍କୁ ଆସନ୍ତା ୨୭ ତାରିଖ ସୁଦ୍ଧା ଖାଲି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଜାରି କରାଯାଇଛି । ଏପରିକି ସେମାନଙ୍କୁ ମଧ୍ୟ କ୍ଷତିପୂରଣ ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସିସାରିଛି । ମୋଟ ୯୦ଜଣଙ୍କ ଦୋକାନ ଘର ଉଚ୍ଛେଦ ହେବାକୁ ଥିବାବେଳେ ୭୬ ଜଣଙ୍କ ଘରକୁ ଉଚ୍ଛେଦ କରାଯିବ । ଏମାନଙ୍କ ମଧ୍ୟରୁ ପାଖାପାଖି କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ରାଶି ମିଳିସାରିଛି । ବାକି ଆଉ କେତେଜଣ ରହିଛନ୍ତି ସେମାନଙ୍କୁ ଦିନେ ବା ଦୁଇଦିନ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ଭୂମି ଅଧିଗ୍ରହଣ ଅଧିକାରୀ ପ୍ରଶାନ୍ତ କୁମାର ଜେନା ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଶ୍ରୀ ଜେନା କହିଛନ୍ତି ଯେ, ପୂର୍ବରୁ ସିଦ୍ଧମହାବୀର ରେଳଫାଟକ ଠାରୁ ବାଲିଘାଟ ଛକ ପୂର୍ବ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଜମି ଅଧିଗ୍ରହଣ ଶେଷ ହୋଇଛି । ଏପରିକି କ୍ଷତିଗ୍ରସ୍ତ ହୋଇଥିବା ଘର ମାଲିକ ଓ ଦୋକାନୀଙ୍କୁ ସେମାନଙ୍କ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । କେବଳ ମାଟିଆପଡ଼ା ଛକ ପାଶ୍ୱର୍ରୁ ତି୍ରଲୋଚନପୁର ପର୍ଯ୍ୟନ୍ତ ହେବାକୁ ଥିବା ଜମି ଅଧିଗ୍ରହଣ ପ୍ରକି୍ରୟା ଖୁବ୍ଶୀଘ୍ର ଆରମ୍ଭ ହେବ । ଉଚ୍ଛେଦ ହେବାକୁ ଥିବା ଘର ଓ ଦୋକାନୀମାନଙ୍କୁ ନୋଟିସ୍ ଜାରି କରାଯାଇଛି । ସେମାନେ ୨୭ତାରିଖ ସୁଦ୍ଧା ସେମାନଙ୍କ ବ୍ୟବସାୟ ଅନୁଷ୍ଠାନ ଓ ଘର ଖାଲି କରିଦେବା ପରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ଉଚ୍ଛେଦ ହେବାକୁ ଥିବା ବ୍ୟବସାୟୀ ଅନୁଷ୍ଠାନ ଓ ଘର ମାଲିକମାନେ ନୋଟିସ୍ ପାଇବା ପରେ ସେମାନେ ପ୍ରଶାସନର ଧାର୍ଯ୍ୟ ତାରିଖ ପୂର୍ବରୁ ଘର ଛାଡ଼ିବାକୁ ପ୍ରସ୍ତୁତ ହେଲେଣି । ଫଳରେ ଉଭୟ ପାଶ୍ୱର୍ରୁ ଉଚ୍ଛେଦ କାର୍ଯ୍ୟ ଶେଷ ହେବା ପରେ ରେଲ୍ୱେ ଓଭରବ୍ରିଜ୍ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
ସୂଚନାଥାଉକି, ମାଟିଆପଡ଼ା ଛକ ପାଶ୍ୱର୍ରୁ ତି୍ରଲୋଚନପୁର ବିଦ୍ୟାଳୟ ପର୍ଯ୍ୟନ୍ତ ରହିଥିବା କ୍ଷତିଗ୍ରସ୍ତ ପରିବାରଙ୍କ ଜମିଜମା ସମସ୍ୟାକୁ ନେଇ ବିବାଦ ଦେଖାଦେଇଥିଲା । ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି କ୍ଷତିଗ୍ରସ୍ତମାନେ ଏକତି୍ରତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଆଲୋଚନା କରି ସମାଧାନ କରିଥିଲେ । ଶେଷରେ ପ୍ରଶାସନ କ୍ଷତିଗ୍ରସ୍ତମାନଙ୍କ ଦାବିକୁ ଗ୍ରହଣ କରି ସେମାନଙ୍କୁ ଉଚିତ୍ କ୍ଷତିପୂରଣ ରାଶି ପ୍ରଦାନ କରିଥିବାରୁ ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ୨୭ ତାରିଖ ସୁଦ୍ଧା ବ୍ୟବସାୟୀ ଓ ଦୋକାନ ଘର ଖାଲିହେବା ପରେ କେବେ ଉଚ୍ଛେଦ ହେବ ତାହା ଉପରେ ସମସ୍ତଙ୍କ ନଜର ।