ଗର୍ଭବତୀଙ୍କୁ ସ୍ଥାନାନ୍ତର ନିଦେ୍ର୍ଦଶ
ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି
ଛତ୍ରପୁର (ଆପ୍ର): ଆସନ୍ତାକାଲି ଠାରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ସମ୍ଭାବନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟାର ପ୍ରଭାବ ଗଞ୍ଜାମ ଜିଲ୍ଲାକୁ ନଥିଲେ ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବାରୁ ସମସ୍ତ ପୂର୍ବ ପ୍ରସ୍ତୁତି ଲାଗି ଶନିବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଆଭାସୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ପ୍ରସ୍ତୁତ ରଖିବାକୁ ନିଦେ୍ର୍ଦଶ ଦିଆଯିବା ସହ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ମତ୍ସ୍ୟଜୀବୀ ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ସମୁଦ୍ରକୁ ଯେମିତି ଯିବେ ନାହିଁ ସେନେଇ ପ୍ରଚାର ଜୋରଦାର କରିବାକୁ ନିଦେ୍ର୍ଦଶ ଦେଇଥିଲେ ।
ଜିଲ୍ଲା ମତ୍ସ୍ୟ ଅଧିକାରୀ ଅବଗତ କରାଇ ଥିଲେ ଯେ, ମତ୍ସ୍ୟଜୀବୀ କମିଟିଙ୍କ ସହ ଆଲୋଚନା କରାଯାଇ ସତର୍କ କରିଦିଆଯାଇଛି । ସେମାନେ ଯଦି ନିଦେ୍ର୍ଦଶର ଆବମାନନା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମେତ ଡଙ୍ଗା ସିଜ୍ ଏବଂ ଲାଇସେନ୍ସ ରଦ୍ଧ କରାଯିବ ବୋଲି କହିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କୀର୍ତ୍ତି ଭାସନ୍ ଭି ସମସ୍ତ ବିଡିଓଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ସହ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଜଣାଇଥିଲେ । ସେହିପରି ଆଗାମୀ ତିନି ଚାରି ଦିନ ମଧ୍ୟରେ ଯେଉଁ ଗର୍ଭବତୀ ମହିଳାମାନଙ୍କ ପ୍ରସୂତୀ ସ୍ଥିତି ଦେଖା ଦେଇଛି ସେମାନଙ୍କୁ ଚିହ୍ନଟ କରି ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ଜିଲ୍ଲାପାଳ କହିଥିଲେ । ଅଧିକ ବର୍ଷାକୁ ଆଖି ଆଗରେ ରଖି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ନଚେତ ସ୍ଥାନାନ୍ତର ନିଦେ୍ର୍ଦଶ ଦେଇଥିଲେ ।
ବୈଠକରେ ଡୁଡାର ପ୍ରକଳ୍ପ ନିଦେ୍ର୍ଦଶକ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପସନ୍ନ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି., ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ସମେତ ବହୁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।