ଚିକିତ୍ସା ପାଇଁ ସରକାରଙ୍କୁ ଆକୁଳ ନିବେଦନ
ଭଙ୍ଗା ମେରୁଦଣ୍ଡରେ ଭଉଣୀ ଶଯ୍ୟାଶାୟୀ
କଙ୍କଡାହାଡ (ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଥରକଟା ଗ୍ରାମର ଜଣେ ଯୁବତୀ କୁୂଅରେ ପଡି ମେରୁଦଣ୍ଡ ଭାଙ୍ଗିଯିବା ଯୋଗୁ ଅସହାୟ ଅବସ୍ଥାରେ ଘରେ ଶଯ୍ୟାଶାୟୀ ହୋଇପଡିରହିଥିବାର ଜଣାପଡିଛି । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନଥିବା ବେଳେ ସରକାରୀ ସହାୟତାକୁ ପରିବାର ବର୍ଗଚାହିଁ ରହିଛନ୍ତି । ପଥରକଟା ଗ୍ରାମର ଭରତ ଦେହୁରୀଙ୍କ ବଡ ଝିଅ ପ୍ରତିମା ଦେହୁରୀ (୩୨)ବର୍ଷ ଆଜକୁ ୧୬ବର୍ଷ ତଳେ ନିଜ ଗ୍ରାମରେ ଏକ କୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁ ଗୋଡ ଖସି ଯିବାରୁ ପଥର ସହିତ ପ୍ରତିମା କୂଅ ଭିତରକୁ ପଡିଯାଇଥିଲେ । ଫଳରେ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରତିମାକୁ ସଙ୍ଗେ ସଙ୍ଗେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସା କରାଯାଇଥିଲେ ମଧ୍ୟ ୁ ମେରୁଦଣ୍ଡଟି ଭାଙ୍ଗି ଯାଇଥିବାରୁ ଅସ୍ତ୍ରପଚାର କରାଯାଇ ଲୁହା ରଡ ଲଗାଯାଇଥିଲା । ଚିକିତ୍ସାପରେ ପ୍ରତିମାଙ୍କ ମେରୁଦଣ୍ଡ ସଠିକ ହୋଇପାରିନଥିଲା ।
ତାଙ୍କ ଛାତିଠାରୁ ଗୋଡ ପର୍ଯ୍ୟନ୍ତ ଅଙ୍ଗ ଚଳ ପ୍ରଚଳ ନ କରିବାରୁ ସବୁ ଅଙ୍ଗ ଅକାମୀ ହୋଇ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି । ଦୀର୍ଘ ୧୬ବର୍ଷ ହେବ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି । ବଡ ଭଉଣୀଙ୍କ ଦୁଃଖ ସହି ନପାରି ସାନ ଭଉଣୀ ମିତା ଦେହୁରୀ ନିଜର ଘରକାମ କରିବା ସହିତ ପ୍ରତ୍ୟେକ ସମୟରେ ଦେଖାଶୁଣା କରନ୍ତି । ପ୍ରତିମା ବିଛଣାରୁ ଉଠିକି ବସିବାର କ୍ଷମତା ନାହିଁ । ସଫା ସୁତୁରା ଶୋ÷ଚ କରିବା ପାଇଁ ସାହାରା କହିଲେ ସାନ ଭଉଣୀ ମିତା । ଅର୍ଥର ଅଭାବ ଥିବାରୁ ବାପା ଭରତ ଦେହୁରୀ ଓ ତାଙ୍କ ମାଆ ପରିବାର ପ୍ରତି ପୋଷଣ ପାଇଁ ବାହାରକୁ ଦାଦନ ଘଟିବା ପାଇଁ ଚାଲିଯାଆନ୍ତି । ବାପା ମାଆ ବାହାରକୁ ଚାଲିଗଲେ ସବୁ ଦାୟିତ୍ୱ ସାନ ଭଉଣୀ ମିତାଙ୍କ ଉପରେ ପଡିଥାଏ । ଗୋଟିଏ ପାଶ୍ୱର୍ରେ ପରିବାର ଏବଂ ଅନ୍ୟପାଖରେ ଶଯ୍ୟାଶାୟୀ ଝିଅର କଥା ବୁଝିବେ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଦୀର୍ଘ ୧୬ ବର୍ଷ ହେବ ପ୍ରତିମାଙ୍କ ମେରୁଦଣ୍ଡରେ ଲାଗି ରହିଥିବା ଲୁହାରଡ କିଭଳି ବାହାର କରିବେ ବିଷୟରେ ଚିନ୍ତା କରିବାକୁ ସମୟ ନାହିଁ । ଚିକିତ୍ସା ପାଇଁ ସରକାରୀ ସହାୟତା କହିଲେ କିଛି ନାହିଁ । ନିଜ ନାମରେ ଆସୁଥିବା ବିପିଏଲ ଚାଉଳକୁ ମଧ୍ୟ କାଟି ଦିଆଯାଇଛି । ପ୍ରତିମାଙ୍କ ପାଖରେ ନାଁ ଅଛି ଭୋଟର କାର୍ଡ ନାଁ ଅଛି ଆଧାର କାର୍ଡ । ପ୍ରତିମାଙ୍କୁ ନେଇ ତାଙ୍କ ବାପା ଅନେକ ଥର ଆଧାରକାର୍ଡ ବନାଇବା ପାଇଁ ନେଇଛନ୍ତି କିନ୍ତୁ ତାଙ୍କର ଫିଙ୍ଗର ପ୍ରିଣ୍ଟ ନ ଆସିବାରୁ ନିଜର ପରିଚୟ ପତ୍ର ହୋଇ ନ ପାରିବାରୁ ନିରୁପାୟ ହୋଇ ଘରେ ବସିଛନ୍ତି । ପ୍ରତିମାଙ୍କ ପାଇଁ କେବେ ମିଳିବ ପରିଚୟ ପତ୍ର, କେବେ ମିଳିବ ସରକାରୀ ସହାୟତା । ପ୍ରତିମା ନିଜର ପରିଚୟ ପତ୍ର ନଥାଇ ହରାଇ ବସିଛନ୍ତି ସରକାରୀ ସହାୟତା । ପ୍ରତିମାଙ୍କ ପରିବାର ଲୋକ ପରିଚୟ ପତ୍ର ପାଇବା ପାଇଁ ପ୍ରୟାସ କରିବେ କି ନିଜ ଝିଅ ମେରୁଦଣ୍ଡରେ ଲାଗିଥିବା ଲୁହା ରଡକୁ ଅସ୍ତ୍ରୋପଚାର କରି କାଢିବେ ସେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବାପା ପରିବାର ପ୍ରତିପୋଷଣ କରିବେ କି ଝିଅର ମେରୁଦଣ୍ଡରେ ଥିବା ଲୁଯାରଡକୁ କାଢିବା ପାଇଁ ଅର୍ଥ ଯୋଗାଡ କରିବେ ତାକୁ ନେଇ ଚିନ୍ତାରେ ରହିଛନ୍ତି ।