ତକ୍ରାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର
ହେଟ୍ ସ୍ପିଚ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ତାଗିଦ୍
‘ଏକବିଂଶ ଶତାବ୍ଦୀରେ ଧର୍ମ ଆଳରେ ଆମେ କେଉଁଠି ପହଞ୍ଚô ଯାଇଛୁ? ଈଶ୍ୱରଙ୍କୁ ଆମେ ଛୋଟ କରିଦେଇଛେ । ଭଗବାନ୍ଙ୍କ ନାମରେ ଆମେ ବିଦ୍ୱେଷ, କଳହ, ହିଂସା, ରକ୍ତପାତ ଚଳାଇଛେ । ଭାରତ ଭଳି ଏକ ଲୋକତନ୍ତ୍ର ଏବଂ ଧର୍ମ ନିରକ୍ଷେପ ରାଷ୍ଟ୍ରରେ ଘୃଣାର ମାହୋଲ ଭାରି ପଡିବାରେ ଲାଗିଛି । ଏପରି ବୟାନବାଜି ସମସ୍ତଙ୍କୁ ବିଚଳିତ କରୁଛି । ଏହାକୁ ଗ୍ରହଣ କରାଯାଇ ପାରିବ ନାହିଁ ।’ ଜାତିସଂଘ ମହାସଚିବ ଅୋଣ୍ଟାନିଓ ଗୁଟେରସ୍ ତିନି ଦିନିଆ ଭାରତ ଗସ୍ତରେ ଆସିବା ଏବଂ ଏଠାରେ ଭାରତ ଭଳି ଏକ ସର୍ବଧର୍ମ ସମ୍ପନ୍ନ ରାଷ୍ଟ୍ରରେ ମାନବାଧିକାର ଟ୍ରାକ୍ ରେକର୍ଡ ନିମ୍ନଗାମୀ ହେଉଥିବା ଏବଂ ହେଟ୍ ସ୍ପିଚ୍ ଭଳି ଘଟଣା ବୃଦ୍ଧି ପାଉଥିବା ନେଇ ଚିନ୍ତାବ୍ୟକ୍ତ କରିବାର ଦିନକ ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଉପରୋକ୍ତ ମନ୍ତବ୍ୟ ସାମ୍ନାକୁ ଆସିଛି ।
ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶରେ ହେଟ୍ ସ୍ପିଚ୍ ଅର୍ଥାତ୍ ଘୃଣା ମତମନ୍ତବ୍ୟର ବାତାବରଣ ସୃଷ୍ଟି ହୋଇଛି । ବିଶେଷକରି ସାମ୍ପ୍ରଦାୟିକ ସଦ୍ଭାବନାକୁୂ କୁଠାରଘାତ କରିବା ଉଦେ୍ଦଶ୍ୟରେ ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ଘୃଣା ମନ୍ତବ୍ୟ ଦିଆଯାଉଛି । ତେବେ ଏଭଳି ଏକ ମାମଲା ଉପରେ ଶୁଣାଣି କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ଼ ଟିପ୍ପଣୀ କରିଛନ୍ତି ।
ଶୁଣାଣି କରିବା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଜଷ୍ଟିସ୍ ଏମ୍ ଯୋଶେଫ୍ ଏବଂ ଜଷ୍ଟିସ୍ ଋଷିକେଶ ରୟଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ବର୍ତ୍ତମାନ ଆମେ ସମସ୍ତେ ଏକବିଂଶ ଶତାବ୍ଦୀରେ ପାଦ ଥାପିଛେ । କିନ୍ତୁ ଆଜି ବି ଆମେ ଧର୍ମ ଆଳରେ ଲଢ଼ୁଛେ । ବାସ୍ତବରେ ଆମେ କେଉଁ ସ୍ତରକୁ ଖସିସାରିଛେ? ଆମ ସମସ୍ତଙ୍କୁ ଏକ ଧର୍ମ ନିରପେକ୍ଷ ତଥା ସହିଷ୍ଣୁ ସମାଜର ଗଠନ ଦିଗରେ ଯତ୍ନବାନ୍ ହେବା ଉଚିତ୍ । କିନ୍ତୁ ଆମେ ଧର୍ମ ଆଳରେ ଦେଶରେ ଘୃଣାର ପରିବେଶ ସୃଷ୍ଟି କରୁଛେ । ସାମାଜିକ ସଦ୍ଭାବନା ଆଉ ଆମ ମଧ୍ୟରେ ନାହିଁ । ସୁତରାଂ ଏଦିଗରେ ପ୍ରଦେଶ ସରକାରମାନେ ଏପ୍ରକାର ଘଟଣାକୁ ରୋକିବା ଦିଗରେ ଅଭିଯୁକ୍ତଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ୍ ଏହାକୁ ଅଦାଲତ ଅବମାନନା ଭାବେ ବିଚାର କରିବାକୁ ସୁପ୍ରିମକୋର୍ଟ ବାଧ୍ୟହେବେ ।
ଏଥିସହ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ପୁଲିସ୍କୁ ନୋଟିସ୍ ଜାରି କରିବା ପୂର୍ବକ ସମାଜରେ ଘୃଣା ମତମନ୍ତବ୍ୟ ଦେଉଥିବା ଅଭିଯୁକ୍ତଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ଖଣ୍ଡପୀଠ । ଏତଦ୍ବ୍ୟତୀତ ଏପ୍ରକାର ମାମଲାରେ ଔପଚାରିକ ଅଭିଯୋଗକୁ ଅପକ୍ଷେ ନ କରି ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିବାକୁ ଉପରୋକ୍ତ ରାଜ୍ୟ ସରକାର ତଥା ପୁଲିସ୍ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ସୂଚନାଯୋଗ୍ୟ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରୁ ହିଁ ଏପ୍ରକାର ମାମଲା ସର୍ବାଧିକ ରହିଛି ।
ଶୁଣାଣି ଅବସରରେ ଖଣ୍ଡପୀଠ କହିଛନ୍ତି ଯେ, ଏପ୍ରକାର ମାମଲାରେ ହସ୍ତକ୍ଷେପ କରିବାକୁ ନ୍ୟାୟପାଳିକା ନିଜର ଦାୟିିତ୍ୱ ତଥା କର୍ତ୍ତବ୍ୟ ଭାବେ ବିବେଚନା କରୁଛି । ଏହି ଅବସରରେ ଦେଶର ମୁସଲିମ୍ ଧର୍ମାବଲମ୍ବୀଙ୍କୁ ଭୟଭୀତ କରାଯିବା, ଧମକ ଚମକ ଦିଆଯିବା ଆଦି ତୁରନ୍ତ ବନ୍ଦ ହେବା ଉଚିତ୍ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ପ୍ରକାଶ, ମାସକ ତଳେ ଏହି ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିବା ବେଳେ ଏପ୍ରକାର ଘୃଣା ମନ୍ତବ୍ୟ ଦେଉଥିବା ବ୍ୟକ୍ତିବିଶେଷ ତଥା ଏସବୁକୁ ଟେଲିକାଷ୍ଟ କରୁଥିବା ନୁ୍ୟଜ୍ ଚ୍ୟାନେଲ୍ କର୍ତ୍ତୃପକ୍ଷଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ । ଏତଦ୍ବ୍ୟତୀତ ଏପ୍ରକାର ଘଟଣାରେ ମୁକଦର୍ଶକ ନସାଜି ହେଟ୍ ସ୍ପିଚ୍ର ଏକ ପରିଭାଷା ନିର୍ଦ୍ଧାରିତ କରିବା ତଥା ଆଣ୍ଟି ହେଟ୍ ସ୍ପିଚ୍ କାନୁନ୍ ପ୍ରଣୟନ କରିବାକୁ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏପ୍ରକାର ମାମଲାକୁ ସାମାନ୍ୟ ଘଟଣା ଭାବେ ବିବେଚନା ନକରିବାକୁ ସୁପ୍ରିମକୋର୍ଟ ତାଗିଦ୍ କରିଥିଲେ । ସମ୍ପ୍ରତି ଭାରତ ସରକାର ଏପ୍ରକାର ଏକ ଆଇନ୍ ପ୍ରଣୟନ ଦିଗରେ କାମ କରୁଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଶାହିନ୍ ଅବଦ୍ଦୁଲ୍ଲା ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ପିଟିସନ୍ ରୁଜୁ କରାଇଛନ୍ତି । ଦେଶବ୍ୟାପୀ ଘଟିଯାଇଥିବା ହେଟ୍ ସ୍ପିଚ୍ ଘଟଣାରେ ନିରପେକ୍ଷ, ବିଶ୍ୱାସନୀୟ ଏବଂ ସ୍ୱତନ୍ତ୍ର ଭାବେ ଯାଞ୍ଚ୍ କରାଇବାକୁ ପାଇଁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେବା ପାଇଁ ଶାହିନ୍ ଅବଦ୍ଦୁଲ୍ଲା ସୁୂପ୍ରିମକୋର୍ଟଙ୍କୁ ଅପିଲ୍ କରିଛନ୍ତି । ଭାରତରେ ସମ୍ପ୍ରତି ମୁସଲମାନ୍ଙ୍କୁ ଧମକ ଚମକ୍ ଦିଆଯାଇ ଭୟଭୀତ କରାଯାଉଥିବା ବେଳେ ଏସବୁକୁ ତୁରନ୍ତ ରୋକାଯିବା ପାଇଁ ସେ ନିବେଦନ କରିଛନ୍ତି । ଏହି ମାମଲାରେ ତୁରନ୍ତ ଶୁଣାଣି କରିବା ପାଇଁ ସେ ସୁପ୍ରିମକୋର୍ଟଙ୍କୁ ଗୁହାରି କରିଥିଲେ ।