ବନ୍ଧୁକ ଉଠାଇଲେ ଇରାନୀ ମହିଳା

ନୂଆ ମୋଡ଼ ନେଲା ହିଜାବ ବିରୋଧୀ ଆନେ୍ଦାଳନ
ଇରାନ୍ (ଏଜେନ୍ସି): ଇରାନ୍ରେ ହିଜାବ ବିରୋଧୀ ଆନେ୍ଦାଳନ ଏବେ ସଶସ୍ତ୍ର ଆନେ୍ଦାଳନର ରୂପ ନେଉଥିବା ସୂଚନା ମିଳିଛି । ଇରାନ୍ ସରକାରଙ୍କ ବିରୋଧରେ ଇରାନ୍ର ମହିଳାମାନେ ଏବେ ବନ୍ଧୁୂକ ଉଠାଇଛନ୍ତି । ସିଧାସଳଖ କହିଲେ ଇରାନ୍ର ମହିଳା, ଯୁବତୀମାନେ ଏବେ ସରକାର ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି । ସହରାଞ୍ଚଳରେ ପୁଲିସ୍ ଏବଂ ସେନାକୁ ଲଗାଇ ଇରାନ୍ ସରକାର ହିଜାବ ବିରୋଧୀ ଆନେ୍ଦାଳନକୁ ଦବାଇ ଦେବାକୁ ଚେଷ୍ଟା କରିବା ପରେ ପରେ ଇରାନୀ ମହିଳାମାନେ ଏପ୍ରକାର ପଦକ୍ଷେପ ଉଠାଇଛନ୍ତି ।
ପ୍ରାପ୍ତ ସୂଚନାନୁସାରେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ରହୁଥିବା ଇରାନୀ ମହିଳାମାନେ ନିଜ ଘର ପରିବାର, ପିଲା, ଛୁଆଙ୍କୁ ଛାଡି ଇରାନ୍ର ପଶ୍ଚିମ ଭାଗରେ ଥିବା କୁର୍ଦ୍ଦିସ୍ତାନ ଅଭିମୁଖେ ଅଗ୍ରସର ହେଉଛନ୍ତି । ଏଠାରେ କୁର୍ଦ୍ଦ ଉଗ୍ରବାଦୀ ସଂଗଠନ ପକ୍ଷରୁ ଏମାନଙ୍କୁ ବନ୍ଧୁୂକ ତଥା ଅନ୍ୟ ଅସ୍ତ୍ରଶସ୍ତ୍ର ଚଳାଇବା ସମ୍ପର୍କରେ ଟ୍ରେନିଂ ଦିଆଯାଉଛି । ଟ୍ରେନିଂ ଶେଷ କରିବା ପରେ ଏମାନେ ସରକାର ବିରୋଧରେ ଏକଜୁଟ୍ ହେବେ ବୋଲି କିଛି ଟ୍ରେନି ମହିଳା ପ୍ରତିକ୍ରିୟା ଦେଇଛନ୍ତି । ପ୍ରକାଶ, କୁର୍ଦ୍ଦ ଅଞ୍ଚଳର ଉଗ୍ରବାଦୀ ସଂଗଠନଗୁଡ଼ିକ, ଇରାନ୍ ସରକାରଙ୍କ କଟ୍ଟରବାଦୀ ନୀତିର ଘୋର ବିରୋଧୀ ରହିଆସିଛନ୍ତି । ଇରାନ୍ ଠାରୁ ପୃଥକ୍ ହୋଇ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦିଗରେ କୁର୍ଦ୍ଦର ଏକାଧିକ ଯୁବ ସଂଗଠନ ଦୀର୍ଘ ୫ଠ ବର୍ଷ ଧରି ସରକାର ବିରୋଧରେ ଲଢ଼େଇ ଲଢ଼ିଆସୁଛନ୍ତି । ଅର୍ଥାତ୍ ଆଗାମୀ ଦିନରେ ଏହି ମହିଳାମାନେ ହିଁ କୁର୍ଦ୍ଦର ଉଗ୍ରବାଦୀ ସଂଗଠନ ସହ ମିଶି ସରକାର ବିରୋଧରେ ବନ୍ଧୁକ ଚଳାଇବା ନିଶ୍ଚିତ ମନେହୁଏ ।
ଅନ୍ୟପକ୍ଷେ ହିଜାବ ବିରୋଧୀ ଆନେ୍ଦାଳନ ଉପରେ ସତର୍କ ଦୃଷ୍ଟି ରଖୁଥିବା ଇରାନ୍ ସରକାର, ଏପ୍ରକାର ସମ୍ବାଦ (କୁର୍ଦ୍ଦ ଉଗ୍ରବାଦୀଙ୍କ ଠାରୁ ମହିଳାମାନେ ଟ୍ରେନିଂ ନେଉଛନ୍ତି) ସମ୍ପର୍କରେ ଅବଗତ ହେବା ପରେ ଏହି ଅଞ୍ଚଳରେ ବୋମାମାଡ଼ କରିବା ଆରମ୍ଭ କରିଦେଇଛନ୍ତି । ମାନବାଧିକାର ସଂଗଠନ ହ୍ୟାଙ୍ଗୱେ ଅନୁସାରେ ଦୈନିକ ହାରାହାରି ୨୫ଠ ଇରାନୀ ମହିଳା କୁର୍ଦ୍ଦିସ୍ତାନ ଆସୁଛନ୍ତି ଏବଂ ଏଠାକାର ସଂଗଠନ ସହ ଯୋଡି ହୋଇ ଯୁଦ୍ଧ ସମ୍ପର୍କିତ ଟ୍ରେନିଂ ହାସଲ କରୁଛନ୍ତି । ସୂଚନାଯୋଗ୍ୟ, ଇରାନ୍ରେ ମାସା ନାମକ ଜଣେ ଯୁବତୀଙ୍କୁ ହିଜାବ ନପିନ୍ଧିବା କାରଣରୁ ହତ୍ୟା କରାଯିବା ପରେ ପରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ହିଜାବ ବିରୋଧରେ ଆନେ୍ଦାଳନ କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *