୬୩ତମ ରାଜ୍ୟସ୍ତରୀୟ ପୁଲିସ ଶହୀଦ ଦିବସ

କଟକ (ବୁ୍ୟରୋ): ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପରିସରରେ ୬୩ ତମ ପୁଲିସ୍ ଶହୀଦ୍ ସ୍ମୁତି ଦିବସ ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଡିଜିପି ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ୍ ହୋଇଥିବା ବୀର ଯବାନ୍ମାନଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ଶହୀଦ ବୀର ଯବାନଙ୍କ ପରିବାରବର୍ଗ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ବୀର ଶହୀଦ୍ମାନଙ୍କ ପାଇଁ ରାଜ୍ୟ ଆରକ୍ଷୀବାହିନୀ ତରଫରୁ ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବାସହ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଅନେକ ପୁଲିସ ଅଫିସର ଓ କର୍ମଚାରୀ ଆଇନ ଶୃଙ୍ଖଳା ଏବଂ ଅପରାଧ ନିୟନ୍ତ୍ରଣ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ଆତଙ୍କବାଦ ଓ ବାମପନ୍ଥୀଉଗ୍ରବାଦ ଦମନ ତଥା ସମାଜରେ ଶାନ୍ତିବଜାୟ କରିବାକୁ ଯାଇ ନିଜ ଜୀବନକୁ ବଳିଦାନ ଦେଇଥିବା ଅମର ଯବାନଙ୍କ ନିକଟରେ ଚିରକୃତଜ୍ଞ ରହିବୁ ବୋଲି ଡିଜିପି ଶ୍ରୀ ବଂସଲ ମତ ପ୍ରକାଶ କରିଥିଲେ । ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୁଲିସ୍ ବଳ ଓ ରାଜ୍ୟ ପୁଲିସ୍ର ୨୬୫ ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ୱିତ କରିଛନ୍ତି ଏବଂ ଓଡ଼ିଶାରୁ ଶହୀଦ ହୋଇଥିବା ୩ଜଣଙ୍କ ବୀର ଯବାନ୍ଙ୍କ ସମ୍ପର୍କରେ ଡିଜିପି ଉଲ୍ଲେଖ କରିଥିଲେ । ସେମାନେ ହେଉଛନ୍ତି, ଛତ୍ରପୁରଓଏସ୍ଏପି ୮ମ ବାଟାଲିୟନ୍ର ମାଝୀ କୈବର୍ତ, ରାୟଗଡ଼ା ଜିଲ୍ଲା ୨ୟ ଆଇଆର୍ବିଏନ୍ ଭାମିନୀର ସୂର୍ଯ୍ୟକାନ୍ତ ଚମ୍ପତି ଏବଂ ଓଏସ୍ଏପି ୬ଷ୍ଠ ବାଟାଲିୟନ୍ର ସିପାହୀ ସୀତରାମ ମୁର୍ମୁଙ୍କ ସମ୍ପର୍କରେ ଡିଜିପି ଶ୍ରୀ ବଂସଲ ଉଲ୍ଲେଖ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *