ହନିଟ୍ରାପ ଘଟଣାର ଏସ୍ଆଇଟି ତଦନ୍ତ ହେଉ

ବ୍ରହ୍ମପୁର (ବୁ୍ୟରୋ): ଅର୍ଚ୍ଚନା ନାଗ ହନୀଟ୍ରାପ ଘଟଣା ରାଜ୍ୟ ପାଇଁ କେବଳ ଏକ କଳଙ୍କିତ ଘଟଣା ନୁହେଁ ବରଂ ରାଜ୍ୟ ଶାସନର ହୁଗୁଳା ପଣିଆକୁ ପରି ପ୍ରକାଶ କରିଛି । ଏଥିରେ ଶାସକ ଓ ବିରୋଧି ଦଳର ମନ୍ତ୍ରୀ, ବିଧାୟକ, ବଡ ବ୍ୟବସାୟୀ ଓ ଉଚ୍ଚ ଅଫିସ୍ରମାନେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସିବିଆଇ ଓ ଇଡି ଏବଂ ରାଜ୍ୟ ସରକାରଙ୍କ ତଦନ୍ତ ସଂସ୍ଥା ଗୁଡିକ ନିରବ ରହିବା ରାଜ୍ୟବାସୀଙ୍କ ମନରେ ସନେ୍ଦହ ସୃଷ୍ଟି କରିିଛି । ଏହି କଳଙ୍କିତ ଘଟଣାରେ କେନ୍ଦ୍ର ଓ ରାଜ୍ୟ ଶାସନରେ ଥିବା ବିଜେପି ଓ ବିଜେଡିର ବହୁ ତୁଙ୍ଗ ନେତା, ମନ୍ତ୍ରୀ ଏବଂ ବଡ ଅଫିସ୍ରଙ୍କ ସଂପୃକ୍ତ ଅଭିଯୋଗ ହେଉଛି । ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଦଣ୍ଡ ବିଧାନ ପାଇଁ ନିରପେକ୍ଷ ତଦନ୍ତ ହାଇକୋର୍ଟ ଦ୍ୱାରା ପରିଚାଳିତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା କରିବା ପାଇଁ ସିପିଏମ୍ ଗଞ୍ଜାମ ଜିଲ୍ଲା କମିଟି ଦାବି କରିଛି । ଦଳ ପକ୍ଷରୁ ଶୁକ୍ରବାର କମାପଲ୍ଲୀ ଛକରେ ଏକ ପ୍ରତିବାଦ ସଭା କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଆର୍ଡିସିଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବ୍ରହ୍ମପୁର ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ବାବୁଲା ନାୟକ, ହରି ନାହାକ, ଅଜିତ ପାଣିଗ୍ରାହୀ, ଚନ୍ଦନ ସ୍ୱାଇଁ, ନୃସିଂହ ବ୍ରହ୍ମା, ପୁରୁଷୋତ୍ତମ ସାହୁ, ରଞ୍ଜନ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *