ପ୍ରଦୂଷଣ ନେଇ କି ପଦକ୍ଷେପ ନେଇଛ ଜଣାଅ

ବିଧାନସଭାର ହାଉସ କମିଟିର ସବ୍କମିଟି-୨ଙ୍କ ଜିଲ୍ଲା ଗସ୍ତ
କେନ୍ଦୁଝର (ଆପ୍ର): ପରିବେଶ ସମ୍ପର୍କିତ ଓଡ଼ିଶା ବିଧାନସଭାର ହାଉସ କମିଟିର ସବ୍କମିଟି-୨ କେନ୍ଦୁଝର ବିଧାୟକ ତଥା ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଲ୍ଲା ଗସ୍ତରେ ଆସି ଯୋଡା ବଡବିଲ ଅଞ୍ଚଳର ଶିଳ୍ପାନୁଷ୍ଠାନ ଓ କାରଖାନା ପରିଦର୍ଶନ କରିଛନ୍ତି । ସବ୍କମିଟିରେ ରେଙ୍ଗାଳି ବିଧାୟକ ନାଉରୀ ନାଏକ ଏବଂ ରାଜଗାଙ୍ଗପୁର ବିଧାୟକ ଡ଼ାଃ ସି.ଏସ୍. ରାଜେନ ଏକ୍କା ସାମିଲ ହୋଇଛନ୍ତି । ସବ୍କମିଟି ଆର୍ଯ୍ୟା ଆଇରନ ଆଣ୍ଡ୍ ଷ୍ଟିଲ୍ କମ୍ପାନୀ, ଶ୍ରୀ ମେଟାଲିକ୍ସ, ଜେଏସ୍ପିଏଲ୍ ଏବଂ ବ୍ରାଣ୍ଡ୍ ଆଲୋଏଜ ଲିଃ ପରିଦର୍ଶନ ସହ ତଦାରଖ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ ଠାରେ ଜିଲ୍ଲାପାଳ ତଥା ସଂପୃକ୍ତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କମ୍ପାନୀ କର୍ମକର୍ତ୍ତାଙ୍କ ସହ ସମୀକ୍ଷା କରିଥିଲେ ।
ବୈଠକର ଜିଲ୍ଲାପାଳ ଆଶିଷ ଠାକ୍ରେ ସ୍ୱାଗତ କରିବା ପରେ ସଭାରମ୍ଭ ହୋଇଥିଲା । ସବ୍କମିଟି ଅଧ୍ୟକ୍ଷ ମୋହନ ଚରଣ ମାଝୀ କହିଥିଲେ ଯେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନା ଦ୍ୱାରା ଜଳ,ବାୟୁ ଓ ଶବ୍ଦ ପ୍ରଦୂଷଣ ଏକ ସ୍ପର୍ଶକାତର ପ୍ରସଙ୍ଗ । ବାଚସ୍ପତିଙ୍କ ନିଦେ୍ର୍ଦଶକ୍ରମେ ସବ୍କମିଟି ବିଭିନ୍ନ ଶିଳ୍ପାନୁଷ୍ଠାନ/କଳକାରଖାନା ତଦାରଖ କରି ରିପୋର୍ଟ ପ୍ରଦାନ କରିବା ହେଉଛି ଗସ୍ତର ଉଦେ୍ଦଶ୍ୟ । କେନ୍ଦୁଝର ଶିଳ୍ପାନୁଷ୍ଠାନମାନଙ୍କ ଦ୍ୱାରା ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟମାବଳୀ ପାଳନ କରାଯାଉନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିବା ସହ ନିୟମାବଳୀର କଡାକଡି ଅନୁପାଳନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ସବ୍କମିଟି ସଦସ୍ୟ ବିଧାୟକ ନାଉରୀ ନାଏକ ଏବଂ ବିଧାୟକ ଡ଼ାଃ ସି.ଏସ୍. ରାଜେନ ଏକ୍କା ମଧ୍ୟ ତଦାରଖ ବେଳେ ଉବଲବ୍ଧି କରିଥିବା ପ୍ରସଙ୍ଗ ଉଲ୍ଲେଖ କରିଥିଲେ ।
ବିଗତ ୧୦ ବର୍ଷ ମଧ୍ୟରେ କଳକାରଖାନା ଏବଂ ଖଣି ବିରୁଦ୍ଧରେ ଜଳ ପ୍ରଦୂଷଣ ନେଇ ହୋଇଥିବା ଅଭିଯୋଗର କି ପଦକ୍ଷେପ ନିଆଯାଇଛି ତାହା ଗୃହକୁ ଅବଗତ କରିବା ନିମନ୍ତେ ନିଦେ୍ର୍ଦଶ ଦିଆଯାଇଥିଲା । ମୁରସୁଆଁ ସ୍ଥିତ ବ୍ରାଣ୍ଡ ସ୍ପଞ୍ଜ କାରଖାନରେ ସର୍ଫେସ ରନ୍ ଅପ୍ ଟ୍ରିଟମେଣ୍ଟପ୍ଲାଣ୍ଟ (ଏସଆରଟିପି) କାର୍ଯ୍ୟକାରୀ ହେଉନଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ । ବର୍ଜ୍ୟବସ୍ତୁ ଗଚ୍ଛିତ ସ୍ଥାନରେ ରିଟେନିଂ ୱାଲ,ଗାରଲାଣ୍ଡ ଡ୍ରେନ ଏବଂ ସେଟ୍ଲିଙ୍ଗ ପଣ୍ଡ କରାଯାଇନଥିବା ଦେଖିବାକୁ ପାଇଥିଲେ ଯାହାକି ଚିନ୍ତାଜନକ ବିଷୟ ବୋଲି ସଦସ୍ୟ ଡାକ୍ତର ସିଏସ୍ ରାଜନ ଏକ୍କା କହିଛନ୍ତି । ଡିଏଫ୍ଓ କେନ୍ଦୁଝର ଧନରାଜ ଏଚ୍ଡି, ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ, ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ ମାଝୀ,ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *