କାଶ୍ମୀରରେ ବନ୍ଧା ପଡ଼ିଛନ୍ତି ୧୧ ପିଲା

ପାଟନା/ ଶ୍ରୀନଗର(ଏଜେନ୍ସି): ବିହାରର ପ୍ରାୟ ୧୧ ନାବାଳକ ଏବେ ଜମ୍ମୁ କାଶ୍ମୀରରେ ଫସିଯାଇଛନ୍ତି । ଚାକିରି କରାଇଦେବାର ଲୋଭ ଦେଖାଇ ଏହି ପିଲାମାନଙ୍କୁ ସେଠାକୁ ନିଆଯାଇଥିବା ବେଳେ ବର୍ତ୍ତମାନ ସମୟରେ ବନ୍ଧକ ରଖାଯାଇଥିବା ଏବଂ ମୋଟା ଅଙ୍କର ଦାବି କରାଯାଉଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଏସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହାୟତା ଲୋଡିଛନ୍ତି ।
ପ୍ରାପ୍ତ ସୂଚନାନୁସାରେ ଜମ୍ମୁ କାଶ୍ମୀରରେ କାମଧନ୍ଦାରେ ଲଗାଇଦେବାର ଲୋଭ ଦେଖାଇ କିଛି ଖଳ ପ୍ରକୃତିର ଲୋକ ବିହାରର ଶେଖପୁରା ଅଞ୍ଚଳର ପ୍ରାୟ ୧୧ ନାବାଳକଙ୍କୁ ଦିଲ୍ଲୀ ରାସ୍ତାରେ କାଶ୍ମୀରକୁ ନେଇଯାଇଥିଲେ । କାମଧନ୍ଦା କଲେ ଦୁଇ ପଇସା ମିଳିବ ଭାବି ପରିବାର ଲୋକେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ସେଠାକୁ ଛାଡିଥିଲେ । କିନ୍ତୁ ଏବେ ପିଲାମାନଙ୍କୁ ସେଠାରେ ବନ୍ଧକ ରଖାଯାଇଥିବା ଏବଂ ପ୍ରତି ପିଲା ପିଛା ୧.୨ଠ ଲକ୍ଷ ଲେଖାଏ ଦାବି କରାଯାଉଥିବା ଜଣାପଡିଛି । ୩ ଦିନ ପୂର୍ବେ ଶେଖପୁରା ଅଞ୍ଚଳର ହଜାର ହଜାର ନାଗରିକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିବା ବେଳେ ଆଜି ଗୁରୁବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାମାନଙ୍କୁ ଫେରାଇ ଆଣିବାକୁ ନିଦେ୍ର୍ଦଶ ଜାରି କରାଯାଇଛି । ରାଜ୍ୟ ଶ୍ରମ ସଂସାଧନ ମନ୍ତ୍ରୀ ସୁରେନ୍ଦ୍ର ରାମ୍ ଏହି ନିଦେ୍ର୍ଦଶ ଦେଇଛନ୍ତି ।
ମନ୍ତ୍ରୀ ସୁରେନ୍ଦ୍ରଙ୍କ କହିବାନୁସାରେ ଏଭଳି ଏକ ମର୍ମସ୍ପର୍ଶୀ ଘଟଣା ସମ୍ପର୍କରେ ଜଣାପଡିବା ମାତ୍ରେ ଶେଖପୁରା ଜିଲ୍ଲାର ଶ୍ରମ ଅଧୀକ୍ଷକ, ଜିଲ୍ଲା ଅଧିକାରୀ ଏବଂ ପୁଲିସ୍ ମହାନିଦେ୍ର୍ଦଶକ ଏବଂ ବିଭାଗୀୟ ଅଧିକାରୀଙ୍କୁ ଉଚିତ୍ କାର୍ଯ୍ୟକ୍ରମ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏତଦ୍ବ୍ୟତୀତ ସେ ନିଜେ ମଧ୍ୟ ଜମ୍ମୁ କାଶ୍ମୀର ପ୍ରଶାସନ, ସଂଯୁକ୍ତ ଶମ୍ରାୟୁକ୍ତ, ବିହାର ଭବନ, ନୂଆଦିଲ୍ଲୀ ଏବଂ ସନ୍ତ ନଗର, ଜମ୍ମୁ କାଶ୍ମୀର ସେକ୍ଟର ୨୬ ସହ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ସମ୍ପର୍କ କରିଥିବା ଏବଂ ପିଲାମାନଙ୍କୁ ମୁକ୍ତ କରାଯିବା ନେଇ ସେ ଦାବି କରିଥିବା ଦର୍ଶାଇଛନ୍ତି । ତେବେ ଖୁବଶୀଘ୍ର ପିଲାମାନେ ନିଜ ଘରକୁ ଫେରିବେ ବୋଲି ମନ୍ତ୍ରୀ ଆଶ୍ୱସ୍ତ କରିଛନ୍ତି । ପୁଲିସ୍ ମଧ୍ୟ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ବେଳେ ଯେଉଁମାନେ ପିଲାମାନଙ୍କୁ ଏଠାରୁ ନେଇଥିଲେ ସେମାନଙ୍କୁ ଖୋଜିବା ଆରମ୍ଭ କରିଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *