ସେମିଫାଇନାଲିଷ୍ଟ ବାଛିଲେ ସଚିନ

ଟି-୨୦ ବିଶ୍ୱକପ୍ ୨୦୨୨
ମେଲ୍ବର୍ଣ୍ଣ, ୨୦ା୧୦ (ଏଜେନ୍ସି): ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇସାରିଛି । ୨୨ରୁ ସୁପର୍-୧୨ ପର୍ଯ୍ୟାୟ ଆରମ୍ଭ ହୋଇଯିବ । ଏଥିରୁ ଚାରି ଟିମ୍ ସେମିଫାଇନାଲ୍କୁ ଯିବେ । କ୍ରିକେଟ୍ ବିଶେଷଜ୍ଞମାନେ ଅନ୍ତିମ ଚାରି ଟିମ୍କୁ ନେଇ ନିଜ ନିଜର ଭବିଷ୍ୟବାଣୀ କରିସାରିଲେଣି । ଇତ୍ୟବସରେ ରେକର୍ଡ ବାଦ୍ଶାହ ସଚିନ ତେନ୍ଦୁଲକର ଅନ୍ତିମ-୪ ପାଇଁ ନିଜ ଟିମ୍ ଚୟନ କରିଛନ୍ତି । ସେ ଏଥିରେ ପାକିସ୍ତାନକୁ ବି ସାମିଲ୍ କରିଛନ୍ତି । ସେ ସେମିଫାଇନାଲ୍ର ଚାରି ଟିମ୍ ଛଡ଼ା ଅଣ୍ଡରଡଗ୍ ଟିମ୍ର ନାମ ମଧ୍ୟ କହିଛନ୍ତି ।
ଆଫ୍ରିକା ଓ ନୁ୍ୟଜିଲାଣ୍ଡ ଡାର୍କ ହର୍ସ
ତେନ୍ଦୁଲକର ଏକ ସାକ୍ଷାତକାରରେ କହିଛନ୍ତି, “ମୁଁ ସ୍ପଷ୍ଟ ରୂପରେ ଚାହୁଁଛି ଯେ ଭାରତ ଚାମ୍ପିଅନ୍ ହେଉ । ମୋର ଶୀର୍ଷ ଚାରିରେ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ରହିବେ । ଦକ୍ଷିଣ ଆଫ୍ରିକା ଓ ନୁ୍ୟଜିଲାଣ୍ଡ ଡାର୍କ ହର୍ସ ସାବ୍ୟସ୍ତ ହୋଇପାରନ୍ତି । ଦକ୍ଷିଣ ଆଫ୍ରିକାର ଟିମ୍ ଏଭଳି ପରିସ୍ଥିତିରେ ଖେଳିସାରିଛି ।” ଭାରତୀୟ ଟିମ୍ ଟି-୨୦ ବିଶ୍ୱକପ୍ରେ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ସଚିନ ଆହୁରି ମଧ୍ୟ କହିଛନ୍ତି, “ ହଁ, ଆମ ପାଖରେ ବହୁତ ଭଲ ସୁଯୋଗ ରହିଛି । ଏହି ଟିମ୍ ଭଲ ଭାବେ ସନ୍ତୁଳିତ ଏବଂ ଆମ ପାଖରେ ବାହାରକୁ ଯାଇ ଭଲ ପ୍ରଦର୍ଶନ କରିବାର କମ୍ବିନେସନ୍ ଅଛି । ବାସ୍ତବରେ ମୁଁ ଆମ ଟିମ୍କୁ ନେଇ ଖୁବ୍ ଆଶାନ୍ୱିତ ଅଛି ।”
ଯୋଗ୍ୟ ରିପ୍ଲେସ୍ମେଣ୍ଟ ହୋଇପାରିବେ ଶାମୀ
ଏହି ଇଭେଣ୍ଟରେ ପେସର୍ ଯଶପ୍ରୀତ ବୁମ୍ରା ନ ଖେଳିବା ନେଇ ମଧ୍ୟ ମାଷ୍ଟର ବ୍ଲାଷ୍ଟର ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, “ସର୍ବଶ୍ରେଷ୍ଠ ଦ୍ରୁତ ବୋଲର୍ଙ୍କ ମଧ୍ୟରୁ ଜଣେ ନ ଥିବାର ସ୍ପଷ୍ଟ ରୂପରେ ଟିମ୍ ଉପରେ ପ୍ରଭାବ ପଡ଼ିବ । ବୁମ୍ରା ଚୂଡ଼ାନ୍ତ ଏକାଦଶରେ ପ୍ରମୁଖ ଖେଳାଳି ରହିଆସିଛନ୍ତି । ତେବେ ସକାରାତ୍ମକ କଥାଟି ହେଉଛି ଯେ ଟିମ୍ ପାଖରେ ଅନେକ ଖେଳାଳି ଅଛନ୍ତି । ଟିମ୍ ଏହାକୁ ସ୍ୱୀକାର କରିଛି । ଆପଣ ବିଫଳତାଗୁଡ଼ିକରେ ଫସିପାରିବେନି । ତାଙ୍କ ରିପ୍ଲେସ୍ମେଣ୍ଟ ମହମ୍ମଦ ଶାମୀ ମଧ୍ୟ ଅଭିଜ୍ଞ ଓ ସକ୍ଷମ । ସେ ଅତୀତରେ ଭଲ ପ୍ରଦର୍ଶନ କରିଛନ୍ତି । ସେ ଜଣେ ଯୋଗ୍ୟ ରିପ୍ଲେସ୍ମେଣ୍ଟ ହୋଇପାରିବେ ।”

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *