ହାତୀ ମୃତୁ୍ୟ ନେଇ ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ

ସତ୍ୟପାଠ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିଦେ୍ର୍ଦଶ
କଟକ (ବୁ୍ୟରୋ): ରଜ୍ୟରେ ହାତୀଙ୍କ ଶିକାର ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ । ହାତୀ ସୁରକ୍ଷାକୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ସତ୍ତ୍ୱେ ହାତୀଙ୍କ ମୃତୁ୍ୟ ସଂଖ୍ୟା ହ୍ରାସ ପାଇନାହିଁ । କ’ଣ ପାଇଁ ହାତୀଙ୍କ ମୃତୁ୍ୟ ସଂଖ୍ୟା ହ୍ରାସ ପାଉନାହିଁ ସେନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ହାତୀ ମୃତ୍ୟୁ ଘଟଣାରେ କେତେଗୋଟି ଫୌଜଦାରୀ ମାମଲା ରୁଜୁ କରାଯାଇଛି । କେତେ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଗିରଫ ପରେ ମାମଲାର କଣ ଅଗ୍ରଗତି କରାଯାଇଛି । ସେନେଇ ସତ୍ୟପାଠ ଦାଖଲ କରିବା ପାଇଁ ହାଇକୋର୍ଟ କ୍ରାଇମବ୍ରାଞ୍ଚ ଏଡ଼ିଜିଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ଆସନ୍ତା ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ନିଜେ ଉପସ୍ଥିତ ରହି ଏହି ସତ୍ୟପାଠ ଦାଖଲ କରିବା ପାଇଁ କୋର୍ଟ ତାଙ୍କ ରାୟରେ କହିଛନ୍ତି ।
ରାଜ୍ୟ ସରକାର ଗଠନ କରିଥିବା ଜେଟିଏଫ (ଜଏଣ୍ଟ ଟାସ୍କ ଫୋର୍ସ ) ର ଅତିରିକ୍ତ ଏସପିଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଗତକାଲି ଗଠିତ ହୋଇଥିବା ଜଏଣ୍ଟ ଟାସ୍କଫାର୍ସ ବୈଠକରେ କଣ କଣ ପଦକ୍ଷେପ ନିଆଯାଇଛି । ବିଶେଷକରି ହାତୀ ମୃତ୍ୟୁ ରୋକିବା ପାଇଁ କଣ କଣ ଆକ୍ସନ ପ୍ଲାନ କରାଯାଇଛି । ସେନେଇ ସତ୍ୟପାଠ ମାଧ୍ୟମରେ ସମସ୍ତ ତଥ୍ୟ ଦେବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୧୧ ତାରିଖରେ ଦିନ ଧାର୍ଯ୍ୟ ହୋଇଛି । ପୂର୍ବ ଶୁଣାଣିରେ, ହାତୀ ସୁରକ୍ଷା ପାଇଁ ଡିସେମ୍ବର ସୁଦ୍ଧା ଚୂଡାନ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କ ଅବଗତ କରିଥିଲେ । ହାତୀ ଶିକାର ଘଟଣାରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହାଇକୋର୍ଟ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ମାମଲାରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ ୱାଇଲ୍ଡ ଲାଇଫ) ଦାଖଲ କରିଥିବା ସତ୍ୟପାଠରେ ଗତ ୫ ବର୍ଷରେ ହାତୀ ଶିକାର ନେଇ ୧୪ଟି ମାମଲା ରୁଜୁ ହୋଇଥିବା ଦର୍ଶାଯାଇଥିଲା । ଏଥିରୁ ମାତ୍ର ଗୋଟିଏ ମାମଲାରେ ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ରୁଜୁ ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *