ବିଦୁ୍ୟତ୍ ଅଫିସ ଗେଟ୍ରେ ତାଲା ପକାଇଲେ ମହିଳା
ସୁକିନ୍ଦା (ଆପ୍ର): ଇଲେକଟ୍ରିକ୍ ଅଫିସର ମୁଖ୍ୟ ଫାଟକରେ ତାଲା ପକାଇଲେ ମହିଳା । ଦୀର୍ଘ ଦୁଇ ଘଣ୍ଟା ପରେ ବିଭାଗୀୟ ଜେଇ, ଯୁବ ସାମ୍ବାଦିକ ସିପକ କୁମାର ସାହୁ, ଅଂଶୁମାନ ବେହୁରା, ଏସ୍କେ ସିରାଜ ଏବଂ ସତ୍ୟଜିତ ଦାସ ଏବଂ ସ୍ଥାନୀୟ ସରପଞ୍ଚ ନବଜ୍ୟୋତି ସାହୁ ଆନେ୍ଦାଳନ କାରୀ ମହିଳାଙ୍କୁ ବୁଝାସୁଝା କରିବା ପରେ ଆନେ୍ଦାଳନ ସ୍ଥଳରୁ ଉଠିଥିଲେ ମହିଳା । ଯାଜପୁର ଜିଲ୍ଲା ଆମ୍ପୋଳବା ପଞ୍ଚାୟତର ଜାମୁପସୀ ଗ୍ରାମର ୧ ନଂ ୱାର୍ଡରେ ଦୀର୍ଘ ୬ ମାସ ହେବ ବିଦୁ୍ୟତ୍ ସରବାରହ ନ ଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଲାଇନ ଦେବୁ, କାଲି ଲାଇନ ଦେବୁ କହି ଠକି ଆସୁଛନ୍ତି ସୁକିନ୍ଦା ଇଲେକ୍ଟ୍ରି ଅଫିସ କର୍ମଚାରୀ । ଦୀର୍ଘ ଛଅ ମାସ ହେବ ଜାମୁପସୀ ଗ୍ରାମର ଟ୍ରାନ୍ସଫର୍ମର ପୋଡି ଯାଇଥିବା ବେଳେ ଦୀର୍ଘ ଦୁଇ ମାସ ତଳୁ ଗ୍ରାମବାସୀ ମାନେ ଟ୍ରାନ୍ସଫର୍ମର ମରାମତି ପାଇଁ ୫୩ ହଜାର ଟଙ୍କା ଆଦାୟ କରି ଦେଇଥିବା ବେଳେ, ଆଜି ପର୍ଯ୍ୟନ୍ତ ବିଦୁ୍ୟତ୍ ସଂଯୋଗ କରାଯାଇ ନ ଥିବାରୁ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗ୍ରାମର ମହିଳା ମାନେ ଆସି ସୁକିନ୍ଦା ଇଲେକ୍ଟ୍ରି ଅଫିସର ମୁଖ୍ୟ ଗେଟ୍ରେ ତାଲା ପକାଇଥିଲେ ।