୪୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବାଣ ଜବତ: ୧ ଗିରଫ

ଆସିକା (ଆପ୍ର): ଗୁରୁବାର ଅପରାହ୍ନରେ ଆସିକା ଥାନା ଅଧୀନ ନଳବଣ୍ଟା ଗ୍ରାମରେ ଆସିକା ପୁଲିସ ପକ୍ଷରୁ ଅତର୍କିତ ଚଢଉ କରାଯାଇ ପ୍ରାୟ ୪୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବାଣ ଓ ବାରୁଦ ଜବତ କରାଯାଇ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ।
ନଳବଣ୍ଟାରେ ବାଣ ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ବାଣ ମହଜୁଦ ରଖି ବିକ୍ରି କରିବା ଲାଗି ବ୍ଳୁପି୍ରଣ୍ଟ ପ୍ରସ୍ତୁତ କରୁଥିବା ଖବର ପାଇ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ଉମାଶଙ୍କର ସିଂ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ମାଜିଷ୍ଟ୍ରେଟ ଦାୟିତ୍ୱରେ ସ୍ଥାନୀୟ ତହସିଲଦାର ସଂଜୟ କୁମାର ସାମନ୍ତରାଙ୍କ ନେତୃତ୍ୱରେ ଗଠିତ ସ୍କ୍ୱାର୍ଡ ଓ ଏକ ପ୍ଲାଟୁନ ଓଏସ୍ଏପି ଯବାନ୍ ନଳବଣ୍ଟା ଗ୍ରାମର ଭଣ୍ଡାରୀସାହି, ପାଟଣା ସାହି, ରୋଡ୍ ସାହି, ଆଡୁଆ ସାହିରେ ଚଢଉ କରି ପ୍ରାୟ ୪୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବାଣ ଜବତ କରିଥିବା ବେଳେ ଘଟଣାସ୍ଥଳରୁ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ହୃଦାନନ୍ଦ ନାୟକ ନାମକଙ୍କୁ ଗିରଫ କରାଯାଇଛି । ବାଣ ବୋଝେଇ ପିକ୍ଅପ୍ଟି ଆସିକାରୁ ନୟାଗଡ ଅଭିମୁଖେ ଯାଉଥିଲା । ଏ ସଂକ୍ରାନ୍ତରେ ଆସିକା ଥାନାରେ ଏକ ମାମଲା ଦାୟର ହୋଇଛି । ଘଟଣାସ୍ଥଳରୁ ଫେରାର ୧୦ ବାଣ ବେପାରୀଙ୍କୁ ଗିରଫ କରିବା ଲାଗି ପୁଲିସର ଚଢଉ ଜାରି ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *