୨୮ ସୁଦ୍ଧା ଲ୍ୟାଣ୍ଡଫଲ୍

ଭୁବନେଶ୍ୱର, ୧୯ା୧୦ (ବୁ୍ୟରୋ): ୨୮ ସୁଦ୍ଧା ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ ବାତ୍ୟା! ଆଇଏମ୍ଡିର ଜିଏଫଏସ ମଡେଲ ଅନୁସାରେ ୨୮ ଭିତରେ ଲ୍ୟାଣ୍ଡଫଲ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ବାତ୍ୟାର ଗତିପଥ ଆକଳନ କରାଯାଇନି । ବତ୍ୟାର ଗତିପଥ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ଆକଳନ କରାଯାଇଛି । ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାର ଘୂର୍ଣ୍ଣିବଳୟ ଉତ୍ତର-ଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାଶ୍ୱର୍ବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ୨୨ ସୁଦ୍ଧା ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ।
ସେପଟେ ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ କ୍ଷୟକ୍ଷତିର ମୁକାବିଲା ପାଇଁ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ବିଭାଗ ଦ୍ୱାରା କରାଯାଉଥିବା ସମସ୍ତ ପ୍ରକାର ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା । ବିଶେଷ ଭାବେ ଆବଶ୍ୟକ ଯନ୍ତ୍ରପାତି ଓ ସାଜସରଞ୍ଜାମ ଠୁଳ କରିବା ଏବଂ ମାନବଶକ୍ତି ପରିଚାଳନା କରିବା ଅତ୍ୟନ୍ତ ଜରୁରୀ ଥିବାରୁ ମନ୍ତ୍ରୀ ଶ୍ରୀ ଦେବ ଏହି କାର୍ଯ୍ୟକୁ ଆଗୁଆ ଭାବେ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଥିଲେ ।
ସତର୍କତାମୂଳକ କାର୍ଯ୍ୟ ଭାବେ ଗଛଡ଼ାଳ କଟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ସ୍ଥାନ ଚିହ୍ନଟ କରି ସେଠାରେ ଆଗୁଆ ଭାବେ କର୍ମଚାରୀ ମୁତୟନ କରିବାକୁ ସେ କହିଥିଲେ । ଶକ୍ତି ବିଭାଗ ଦ୍ୱାରା ପୂର୍ବରୁ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତ ମାର୍ଗଦର୍ଶିକାକୁ ଅନୁସରଣ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ତିନୋଟି ବିଦୁ୍ୟତ ବିତରଣ କମ୍ପାନୀ ମୁଖ୍ୟଙ୍କ ସହ ବ୍ୟକ୍ତିଗତ ଭାବେ ଏ ସଂକ୍ରାନ୍ତରେ ବାର୍ତ୍ତାଳାପ କରି ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଶକ୍ତି ବିଭାଗ ତରଫରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କୁ ମାର୍ଗଦର୍ଶିକା ଅନୁପାଳନ କରିବାକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିବା ବୈଠକରେ ପ୍ରକାଶ କରାଯାଇଥିଲା । ବାତ୍ୟାରେ ବିଶେଷ କିଛି ହେବାର ଆଶଙ୍କା ନଥିଲେ ହେଁ ଯଦି କୌଣସି ପ୍ରକାର କ୍ଷୟକ୍ଷତି ହୁଏ ତେବେ ବିଭାଗ ତରଫରୁ ତାକୁ ତତ୍କ୍ଷଣାତ୍ ମରାମତି କରାଯାଇ ସ୍ୱାଭାବିକ କରାଯିବ ବୋଲି କୁହାଯାଇଛି ।
ଅନ୍ୟପଟେ ୨୪ ତାରିଖ ସକାଳୁ ଉପକୂଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଆଶଙ୍କା ବ୍ୟକ୍ତ କରିଛନ୍ତି । ଲଘୁ·ପ ସୃଷ୍ଟି ହେବାପରେ ସମୁଦ୍ରରେ ପବନର ବେଗର ୪୫ରୁ ୫୫ କିମି ରହିବ । କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଏହା ୬୫ କିମି ମଧ୍ୟ ଛୁଇଁପାରେ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ତା ସହିତ ଗଭୀର ସମୁଦ୍ର ଯିବାକୁ ମଧ୍ୟ ବାରଣ କରାଯାଇଛି । ବାତ୍ୟାକୁ ନେଇ ପାଣିପାଗ ବିଭାଗ ଲଗାତାର ନଜର ରଖିଛି । ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିଦେ୍ର୍ଦଶକ ହବିବୁର ରେହମାନ ବିଶ୍ୱାସ କହିଛନ୍ତି, ବାତ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା ଏତିକି ହିଁ ସୂଚନା ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆଇଏମ୍ଡି ଦେଉଥିବା ସୂଚନା ଏକ ମଡେଲ ଆଧାରିତ । ଏଭଳି ଅନେକ ମଡେଲ ରହିଛି । ଆମେ ବିଭିନ୍ନ ମଡେଲକୁ ଅନୁକରଣ କରୁଛୁ । ବାତ୍ୟାକୁ ନେଇ ପୂର୍ଣ୍ଣ ସ୍ପଷ୍ଟ ଚିତ୍ର ମିଳିବା ପରେ ହିଁ ସତର୍କତା ଜାରି କରାଯିବ ବୋଲି ସେ କହିଛନ୍ତି ।
ବଡ଼କଥା ହେଲା ବାତ୍ୟା ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ, ଛାନିଆ ହୋଇପଡିଛନ୍ତି ଚାଷୀ । ବାତ୍ୟାର ପ୍ରଭାବ କେତେ ହେବ କାହାକୁ ଜଣାନଥିଲେ ବି ପ୍ରବଳ ବର୍ଷା ଆଶଙ୍କା ଭୟକୁ ବଢ଼ାଇ ଦେଇଛି । ଆଉ ବର୍ଷା ହେବା ପୂର୍ବରୁ ସତର୍କତା ମୂଳକ ଭାବେ ଚାଷୀ ଧାନ ଫସଲକୁ କାଟି ନେଉଛନ୍ତି । ଧାନ ଅଧା ପାଚିଥିଲେ ବି ବର୍ଷା ହେଲେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଭୟରେ, ଆଗୁଆ କାଟି ସୁରକ୍ଷିତ ସ୍ଥାନକୁ ନେବାକୁ ଉଦ୍ୟମ କରିଛନ୍ତି ଚାଷୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ଫନି ଓ ଫାଇଲିନ୍ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଅଞ୍ଚଳର ଚାଷୀ ଆଉ ଏକ ବାତ୍ୟା ନାଁ ଶୁଣି ଭୟଭୀତ ହୋଇପଡିଛନ୍ତି । ତେଣୁ ବାତ୍ୟା ଆସିବା ଆଗରୁ ଯେତିକି ହେଉ ପଛେ ଅମଳ କରି ନେବାକୁ ଉଦ୍ୟମ ଚଳାଇଛନ୍ତି ।
ବାତ୍ୟା ଖବର ପାଇ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀ ଏବେ କୂଳକୁ ଫେରିଆସୁଛନ୍ତି । ସମ୍ଭାବ୍ୟ ବାତ୍ୟା କଥା ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଛନ୍ତି । ବାତ୍ୟା ହେଲେ ଯେମିତି ଡଙ୍ଗା ଓ ଜାଲ ସୁରକ୍ଷିତ ରହିବ ସେଥିପାଇଁ ସୁରକ୍ଷିତ ସ୍ଥାନକୁ ନେଇ ରଖିବାର ବ୍ୟବସ୍ଥା କରୁଛନ୍ତି । ପୂର୍ବରୁ ହୋଇଥିବା ଫନି, ଫାଇଲିନ ଭଳି ବାତ୍ୟାର କ୍ଷୟକ୍ଷତି ଆଜି ପର୍ଯ୍ୟନ୍ତ ଭରଣା ହୋଇନଥିବାବେଳେ, ଆଉ ଏକ ବାତ୍ୟା ସମ୍ଭାବନା ମତ୍ସଜୀବୀଙ୍କ ନିଦ ହଜାଇ ଦେଇଛି । ସେହିପରି ସମ୍ଭାବ୍ୟ ବାତ୍ୟା ନେଇ ଏସ୍ଆରସି ପକ୍ଷରୁ ୭ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି ହୋଇଛି ।
ସମ୍ଭାବ୍ୟ ବାତ୍ୟା ନେଇ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟତା ନ ଆସିଥିଲେ ବି ସ୍ୱତନ୍ତ୍ର ରିଲିଫ କମିସନ (ଏସ୍ଆରସି) ପକ୍ଷରୁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଏସ୍ଆରସିଙ୍କ ପକ୍ଷରୁ ଚିଠି ଲେଖି ଉପକୂଳବର୍ତ୍ତୀ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ନିଦେ୍ର୍ଦଶ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *