କ୍ୟାମ୍ପ କୋର୍ଟ କରି ପଟ୍ଟା ଦିଆଯିବ

ଏଣିକି ତୁରନ୍ତ ଜମି ରେକର୍ଡ ସଂଶୋଧନ
ଫୁଲବାଣୀ (ବୁ୍ୟରୋ): ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ କ୍ରମେ ଏଣିକି ତୁରନ୍ତ କରାଯିବ ଜମି ରେକର୍ଡ ସଂଶୋଧନ । ଏ ନେଇ ଗୁରୁବାର କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଆଇଟିଡିଏ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲା ରାଜସ୍ୱ ଅଧିକାରୀ ଅନୀତା ରାଉତଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଆର୍ଆଇ ଏଥିରେ ଯୋଗ ଦେଇଥିଲେ । ବୈଠକରେ ବୋର୍ଡ ଅଫ୍ ରେଭିନୁ୍ୟର ଅତିରିକ୍ତ ସଚିବ ସରୋଜ କୁମାର ସାହୁ ଯୋଗ ଦେଇ ଜମି ରେକର୍ଡ ସଂଶୋଧନ ପ୍ରକ୍ରିୟା ଉପରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ବୁଝାଇଥିଲେ । ଖୁବ୍ଶୀଘ୍ର ରୋକର୍ଡ ସଂଶୋଧନ କରି ପ୍ରକୃତ ହିତାଧିକାରୀଙ୍କ ନାମରେ ଜମି ପଟ୍ଟା ଦେବା ସହିତ ରେକର୍ଡ ସଂଶୋଧନ କରି ଅପ୍ଡେଟ୍ କରିବାକୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶ ପରେ ତତ୍ପର ହୋଇଛି ଜିଲ୍ଲା ପ୍ରାଶାସନ ଓ ତହସିଲଦାର । କ୍ୟାମ୍ପ କୋର୍ଟ କରି ପ୍ରତିଦିନ ୨୦୦ଟି ମାମଲା ଫୈସଲା କରିବାକୁ ନିଷ୍ପତ୍ତି କରାଯାଇଛି । ଏହି କ୍ରମରେ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ୱରୁପ ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଏକ ବୈଠକରେ ନିଦେ୍ର୍ଦଶ ଦିଆଯିବା ସହିତ କିପରି ଓ କେଉଁ ଅଧାରରେ କରାଯିବ ସେ ନେଇ ସମସ୍ତ ଅଧିକାରୀଙ୍କୁ ବୁଝାଇଥିଲେ ବୋର୍ଡ ଅଫ୍ ରେଭିନୁ୍ୟର ଅତିରିକ୍ତ ସଚିବ ସରୋଜ କୁମାର ସାହୁ । ୧୯୬୦ ଓ ୯୦ରେ ଶେଷ ଥର ପାଇଁ ଭୂବନ୍ଦବସ୍ତ କରାଯାଇଥିଲା । ତା’ପରେ ଆଉ ବନେ୍ଦାବସ୍ତ କରାଯାଇନାହିଁ । ଯଦି ଏପରି କିଛି ବେବନେ୍ଦାବସ୍ତ ଜମି ଥିବ ତାକୁ ମଧ୍ୟ ଆଇନ ଅନୁଯାୟୀ ସମାଧାନ କରାଯିବ । ଏହା ସହିତ ଓଡ଼ିଶା ସର୍ଭେ ଓ ବନେ୍ଦାବସ୍ତ ଅଧିନିୟମ ୧୯୬୨ର ଧାରା ୩୪ ଅଧାରରେ ନିଜ ଆଡ଼ୁ ତହସିଲଦାର ଓ ରାଜସ୍ୱ ନୀରିକ୍ଷକମାନେ ଜମି ରୋକର୍ଡ ସଂଶୋଧନ କରି ରୋକର୍ଡ ଅପ୍ଡେଟ୍ କରିିବେ । ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଉଛି । ଆଇନଜୀବୀ ତଥା ଜାଗ୍ରତ କନ୍ଧମାଳର ଉପଦେଷ୍ଠା ସତ୍ୟ ନାରାର୍ରଣ ବେହେରା ସରକାରଙ୍କ ପଦକ୍ଷପକୁ ପ୍ରଶଂସା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *