ଡଲାର ୮୩ ଟଙ୍କା ପାର୍
ମୁମ୍ବାଇ, ୧୯ା୧୦: ଆମେରିକା ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ଦୁର୍ବଳ ହେବାରେ ଲାଗିଛି । ବୁଧବାର ଏହା ଐତିହାସିକ ରେକର୍ଡ଼ ସ୍ତରକୁ ଖସିଯାଇଛି । ଏକ ଡଲାରର ବିନିମୟ ମୂଲ୍ୟ ୮୩ ଟଙ୍କା ୨ ପଇସା ହୋଇଛି । ଟଙ୍କା ମୂଲ୍ୟ ୬୬ ପଇସା ଅର୍ଥାତ୍ ୦.୮ ପ୍ରତିଶତ କମିଯିବା କରେନ୍ସିି ବଜାରରେ ଆଲୋଡ଼ ସୃଷ୍ଟି କରିଛି ।
ଆମେରିକୀୟ ବଣ୍ଡ ରେଟ୍ରେ ବୃଦ୍ଧି ପରେ ଟଙ୍କାର ଏଭଳି ଦୁଃସ୍ଥିତି ଦେଖିବାକୁ ମିଳିଛି । ଭାରତ ସରକାରଙ୍କ ୧୦ବର୍ଷର ବଣ୍ଡ ଉପରେ ଇଲ୍ଡ୍ ବଢ଼ି ୭.୪୫୧୦ ପ୍ରତିଶତ ପହଞ୍ଚôଛି । ଉଲ୍ଲେଖଯୋଗ୍ୟ ଯେ, ଡଲାରର ବିନିମୟ ମୂଲ୍ୟ ୮୨.୪୦ ପଇସା ହେବା ପରେ ରିଜର୍ଭବ୍ୟାଙ୍କ୍ ହସ୍ତକ୍ଷେପ କରି ଟଙ୍କାର ମୂଲ୍ୟ ହ୍ରାସ ଉଦ୍ୟମ କରିଥିଲା । ଏବେ ସେହି ଧାରା ଜାରି ନ ରହିଲେ ୨୦୨୩ ମାର୍ଚ୍ଚ ସୁଧା ଡଲାରର ବିନିମୟ ମୂଲ୍ୟ ୮୫ଟଙ୍କା ପର୍ଯ୍ୟନ୍ତ ପହଞ୍ଚôପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ରିଜର୍ଭବ୍ୟାଙ୍କ୍ର ହସ୍ତକ୍ଷେପ ସତ୍ତ୍ୱେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ପରିଲକ୍ଷିତ ହୋଇଛି । ବର୍ଷକ ପୂର୍ବେ ବିଦେଶୀ ମୁଦ୍ରା ଭଣ୍ଡାରରେ ଥିଲା ୬୪୨ ବିଲିଅନ୍ ଡଲାର୍, ଏବେ ତାହା କମି ୫୩୮ ବିଲିଅନ୍ ଡଲାର ହୋଇଛି । ଅର୍ଥାତ୍ ବିଦେଶୀ ମୂଦ୍ରା କୋଷରୁ ୧୦୦ ବିଲିଅନ୍ ଡଲାର୍ । ବିଶେଷଜ୍ଞଙ୍କ ମତରେ ଆହୁରି ଏହା କମି ୫୦୦ ବିଲିଅନ୍ ଡଲାର୍ ହୋଇପାରେ ।
ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଧାରା ଜାରି ରହିଲେ ଆମଦାନୀ ମହଙ୍ଗା ହେବ । ସେ ପରିସ୍ଥିତିରେ କରେଣ୍ଟ ଆକାଉଣ୍ଟ୍ କ୍ଷତି ବଢ଼ିବ । ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ପ୍ରଥମ ତି୍ରମାସ (ଏପ୍ର୍ରିଲ୍-ଜୁନ୍)ରେ କରେଣ୍ଟ୍ ଆକାଉଣ୍ଟ୍ କ୍ଷତି ବଢ଼ି ୨୩.୯ ବିଲିୟନ୍ ଡଲାର୍ ହୋଇଥିଲା ଯାହାକି ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୨.୮ ପ୍ରତିଶତ ।