ଡିଫେନ୍ସ ଏକ୍ସପୋ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଗାନ୍ଧିନଗର(ଏଜେନ୍ସି): ଗୁଜରାଟର ଗାନ୍ଧିନଗରରେ ଡିଫେନ୍ସ ଏକ୍ସପୋକୁ ଉଦ୍ଘାଟନ କରିବା ସହିତ ବନସ୍କନ୍ତା ଜିଲ୍ଲାର ଦିସାଠାରେ ଏକ ଏୟାର ବେସ୍ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେବଳ ଏକ ଶକ୍ତିଶାଳୀ ଦେଶ ବିଶ୍ୱ ମଞ୍ଚରେ ନିଜ ଉପସ୍ଥିତିର ମଜଭୁତ ଉପସ୍ଥିତି ଜାହିର କରିପାରିବ । ଅସୁବିଧା ସମୟରେ ଭାରତୀୟ ସେନା ନିଜ ଉପଯୋଗିତାର ପ୍ରମାଣ ଦେଖାଇଛି । ଦିସାରେ ନୂତନ ଏୟାରବେସ୍ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିବା ସହିତ ଏହାର ଭିତ୍ତ ସ୍ଥାପନ କରିଛନ୍ତି ।
ସେ କହିଛନ୍ତି, ବାୟୁସେନା ପାଇଁ ଏକ ନୂତନ ପ୍ରତିରକ୍ଷା ଏୟାରବେସ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୨୦ ରେ କେନ୍ଦ୍ର ସରକାର ଏୟାର ବେସ୍ ପାଇଁ ନି୍େପତ୍ତି ନେଇଥିଲେ । ଏଥିରେ ଅନୁ୍ୟନ ୧୦୦୦ କୋଟି ଟଙ୍କା ବିନିଯୋଗ ହେବ । ଏୟାରବେସର ରନୱେ ବାଇଙ୍ଗ ସି -୧୭ ଗ୍ଲୋବାମାଷ୍ଟର ଭଳି ଅତ୍ୟାଧୁନିକ ବିମାନର ଗତିବିଧି ପରି·ଳନା କରିବାରେ ସକ୍ଷମ ହେବ । ୨୦୨୪ ସୁଦ୍ଧା ଏୟାରବେସ୍ କାର୍ଯ୍ୟକ୍ଷମ ହେବ । ଇଣ୍ଡୋ-ପାକ୍ ସୀମାଠାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଏୟାରବେସ୍ ପ୍ରତିଷ୍ଠା ପାଇଁ ୪୫୦୦ ଏକର ଜମି ମିଳିଛି । ଏହା ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ ପାଇଁ ଏକ ମୁଖ୍ୟ ରଣନୈତିକ କେନ୍ଦ୍ର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏଥିସହିତ ପ୍ରଧାନମନ୍ତ୍ରୀ ଗୁଜୁରାଟ ଅଦାଲଜସ୍ଥିତ ତ୍ରିମନ୍ଦିରରେ ଥିବା ମିଶନ ସ୍କୁଲ ଅଫ୍ ଏକ୍ସିଲେନ୍ସର ଶୁଭାରମ୍ଭ କରିଛନ୍ତି । ସେ କହିଛନ୍ତି, ଗୁୁଜୁରାଟର ୨୦ ହଜାର ଶିକ୍ଷାନୁଷ୍ଠାନରେ ଏବେ ୫ଜି ସେବା ମିଳିବାକୁ ଯାଉଛି । ଏହାକୁ ସରଳ ଭାବରେ ବୁଝାଇବାକୁ ଯାଇ ମୋଦି କହିଛନ୍ତି, ୪ଜି ସାଇକେଲ ହେଲେ ୫ ଜି ଉଡ଼ାଜାହାଜ । ୫ଜି ସେବାର ଉପଯୋଗ ଦ୍ୱାରା ଶିକ୍ଷାନୁଷ୍ଠାନରେ ସ୍ମାର୍ଟ କ୍ଳାସରୁମ, ସ୍ମାର୍ଟ ଶିକ୍ଷାଦାନ ସୁବିଧା ମିଳିପାରିବ । କେନ୍ଦ୍ର ସରକାର ଦେଶରେ ସାଢ଼େ ୧୪ ହଜାରରୁ ଅଧିକ ପିଏମ୍ଶ୍ରୀ ସ୍କୁଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।