ଜିଲ୍ଲା ପ୍ରଶାସନରେ ଅଭିଯୋଗ ଜଣାଇଲା ନାଗରିକ ମଞ୍ଚ

ସଙ୍କଟାପନ୍ନ ଅବସ୍ଥାରେ ବ୍ରାହ୍ମଣୀ ସେତୁ
ପାଣିକୋଇଲି (ଆପ୍ର): ଚଣ୍ଡିଖୋଲ-ଡୁବୁରି ୫୩ ନଂ ଜାତୀୟ ରାଜପଥର ବ୍ରାହ୍ମଣୀ ସେତୁ ସଙ୍କଟାପନ୍ନ ଅବସ୍ଥା ରହିଛି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆରକ୍ଷô ଅଧିକ୍ଷକ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯିବା ସହ ଲିଖିତ ଅଭିଯୋଗ କରାଯାଇଛି । ସୂଚନା ଯୋଗ୍ୟ ୬୨ ବର୍ଷ ପୂର୍ବେ ନିର୍ମିତ ୧.୨୫ କିମି ଲମ୍ବ ବ୍ରାହ୍ମଣୀ ସେତୁଟି ସଂପ୍ରତି ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଖାଲଖମାରେ ଭର୍ତ୍ତି ହୋଇଥିବା ପୋଲ ଉପରେ ପ୍ରତ୍ୟହ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷୟକ୍ଷତି ହେଉଛି । ପୋଲର ଜଏଣ୍ଟ ପ୍ଲେଟ୍ ଅନେକ ସ୍ଥାନରେ ଉଠିଯାଇଛି ଏବଂ ପାଚେରୀ ଓ ପାଦଚଲା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଜାତୀୟ ରାଜପଥ କର୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯିବା ସତ୍ୱେ କୈାଣସି ସୁଫଳ ମିଳୁନାହିଁ । ମରାମତି କାମ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦିଆଯାଉଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟ ଆରମ୍ଭ କରାଯାଉନାହିଁ ।
ଅପରପକ୍ଷରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ମଧ୍ୟ ଅଦ୍ୟାବଧି ଆରମ୍ଭ ହୋଇ ନାହିଁ । ଯାହା ଫଳରେ ପ୍ରତ୍ୟହ ହଜାର ହଜାର ଭାରୀଯାନ ଯାତାୟତ କରୁଥିବା ପୁରୁଣା ସେତୁଟି କେଉଁ ମୁହୁର୍ତରେ ଗଳିପଡିବାର ସମ୍ଭାବନାକୁ ଏଡାଇ ହେବନାହିଁ । ଚଣ୍ଡିଖୋଲ ଠାରୁ ଡୁବୁରି ପର୍ଯ୍ୟନ୍ତ ୪୦ କିମି ରାସ୍ତାର ଦୋହରୀକରଣ କାର୍ଯ୍ୟ ମଧ୍ୟ କଚ୍ଛପ ଗତିରେ ଚାଲିଛି । ଯାହାକୁ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର ସ୍ୱର ଉତ୍ତୋଳନ କରାଯାଇଥିଲା । ଜାତୀୟ ରାଜପଥର ଏହି ଟାଳଟୁଳ ନୀତି ବିରୁଦ୍ଧରେ ସତେତନ ନାଗରିକ ମଞ୍ଚ ପକ୍ଷରୁ ଯାଜପୁର ଆରକ୍ଷô ଅଧିକ୍ଷକ ରାହୁଲ ପିଆର ଓ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ ସହ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆରକ୍ଷô ଅଧିକ୍ଷକ ଏବଂ ଅତିରିକ୍ତ ଜିଲ୍ଲାପାଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରିବା ସହ ତୁରନ୍ତ ଏହାଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସଚେତନ ନାଗରିକ ମଞ୍ଚ ଆବାହକ ସରୋଜକାନ୍ତ ବେହେରାଙ୍କ ନେତୃତ୍ୱରେ ଉପଦେଷ୍ଟା ପଙ୍କଜ ଚରଣ ମଲ୍ଲ, ପରମାନନ୍ଦ ସାହୁ, ସଭ୍ୟ ସନ୍ତୋଷ କୁମାର ରାଉତ, ସୈାମ୍ୟରଞ୍ଜନ ପଣ୍ଡା, ସୁବ୍ରତ କୁମାର ସାହୁ, ଶୁଭାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *