ଉତ୍ତର ଭୁବନେଶ୍ୱରରେ ଜନସମ୍ପର୍କ ପଦଯାତ୍ରା
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିଦେ୍ର୍ଦଶକ୍ରମେ ବୁଧବାର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୫ ପଞ୍ଚୟତ ଅନ୍ତର୍ଭୁକ୍ତ କଲ୍ୟାଣପୁର ଗ୍ରାମ ପଞ୍ଚୟତର ଢାୱା ଗ୍ରାମର ପ୍ରଭୁ ସୋମନାଥଙ୍କ ମନ୍ଦିର ନିକଟରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ଏବଂ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ପଦଯାତ୍ରା ମାଧ୍ୟମରେ ଚଳିତ ବର୍ଷ ପ୍ରତ୍ୟକ ପଞ୍ଚାୟତ, ୱାର୍ଡ, ବ୍ଲକ ଏବଂ ନିର୍ବାଚନ ମଣ୍ଡଳୀ ସ୍ଥରରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ଘରେ ଘରେ ପହଞ୍ଚଇବା ସହ ବୃକ୍ଷରୋପଣ, ରକ୍ତଦାନ ଏବଂ ପରିବେଶ ସଫେଇ ଭଳି ସାମାଜିକ କାର୍ଯ୍ୟପନ୍ଥା ଗୁଡିକ ସ୍ଥିର କରାଯାଇଛି । କେନ୍ଦ୍ର ସରକାରଙ୍କର ଜନମାରଣା ନୀତି ଯଥା ଦରଦାମ ବୃଦ୍ଧି, ଖାଦ୍ୟ ସାମଗ୍ରୀ ଉପରେ ଜି ଏସ ଟି ଲାଗୁ କରିବା ଏବଂ ଆମ ରାଜ୍ୟ ପ୍ରତି ଅହେତୁକ ଅବହେଳା ପ୍ରତିବାଦରେ ଆଗାମୀ ଦିନରେ କେନ୍ଦ୍ର ବିରୁଦ୍ଧରେ ଲଢେଇ ଜାରି ରଖିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ ।