୨ଠ୨୩ ପୂର୍ବରୁ କାର୍ଯ୍ୟକ୍ଷମ କର

ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା “ମେକ ଇନ୍ ଓଡ଼ିଶା’ ଅଭିଯାନର ଅନ୍ୟ ଏକ ସମ୍ପ୍ରସାରିତ ପଦକ୍ଷେପ ଭାବେ ଇତି ମଧ୍ୟରେ ସୁନ୍ଦରଗଡ଼, ବ୍ରହ୍ମପୁର ଏବଂ କେନ୍ଦୁଝରରେ ନୂଆ ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ନୂଆ ଅନୁଷ୍ଠାନ ଗୁଡିକର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଚଳିତ ବର୍ଷ ଶେଷସୁଦ୍ଧା ତିନିଟିଯାକ ଅନୁଷ୍ଠାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀ ମହାପାତ୍ର ବିଭାଗଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅନୁଷ୍ଠାନଗୁଡିକର ପରି·ଳନା ନିମନ୍ତେ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସୋସାଇଟି ଗଠନ କରାଯିବ । ଏହି ସୋସାଇଟି ଦ୍ୱାରା ସରକାରୀ ଘରୋଇ ସହଭାଗିତା (ପି.ପି.ପି.ମୋଡ୍) ନିୟାମକ ଅନୁସାରେ ଅନୁଷ୍ଠାନ ଗୁଡିକ ପରି·ଳିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରତି ଅନୁଷ୍ଠାନରେ ତାଲିମ ଗାଡି, ଡୁଆଲ୍ ଡ୍ରାଇଭିଂ ଡିଭାଇସ୍, ସିମୁଲେଟର, ୱାର୍କସପ୍ ଯନ୍ତ୍ରପାତି ଓ ତାଲିମ ଉପକରଣ ପାଇଁ ପ୍ରାୟ ୨.୬୭ କୋଟି ଟଙ୍କା ସୋସାଇଟିଙ୍କୁ ଯୋଗାଇ ଦିଆଯିବ । ଅନ୍ୟାନ୍ୟ ପରି·ଳନା ଖର୍ଚ୍ଚ ଘରୋଇ ଭାଗିଦାର ସଂସ୍ଥା କରିବେ ବୋଲି ଏହି ଅବସରରେ ପ୍ରକାଶ ପାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯୁବକ ଯୁବତୀଙ୍କୁ ଏସବୁ ଅନୁଷ୍ଠାନରେ ମାଗଣା ଆବାସିକ ତାଲିମ ଦିଆଯିବ । ସେମାନଙ୍କର ରହିବା, ଖାଇବା ଖର୍ଚ୍ଚ ମଧ୍ୟ ବହନ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *