ଦୀପାବଳୀରେ ବାତ୍ୟା

ଭୁବନେଶ୍ୱର, ୧୮ା୧୦ (ବୁ୍ୟରୋ): ଆସନ୍ତା ୨୦ ତାରିଖ ପରେ ଓଡ଼ିଶାକୁ ବାତ୍ୟା ଭୟ ରହିଛି । ସମ୍ଭାବ୍ୟ ବାତ୍ୟା “ସୁପର ସାଇକ୍ଲୋନ୍’ ହେବାର ଆଶଙ୍କା ନାହିଁ । ତେବେ ଏହି ସମ୍ଭାବ୍ୟ ବାତ୍ୟାର ତୀବ୍ରତା କେତେ ରହିବ? ସବୁଠୁ ଅଧିକ ତୀବ୍ରତା କେଉଁଠି ରହିବ? ବାତ୍ୟାର ଗତିପଥ କଣ ରହିବ? କେଉଁ ଉପକୂଳରେ କେଉଁଠି ସ୍ଥଳଭାଗ ଅତିକ୍ରମ କରିବ? ଏହାର ପ୍ରଭାବ କଣ ରହିବ? ପବନର ବେଗ କେତେ ରହିବ? କେଉଁ ଅଞ୍ଚଳରେ କେତେ ବର୍ଷା ହେବ? ଏସବୁର ଆକଳନ ଏବେଠାରୁ କରିବା ସମ୍ଭବପର ନୁହେଁ । କିନ୍ତୁ, ବାତ୍ୟା ହେବା ସଷ୍ଟ, କିନ୍ତୁ ସାଧାରଣ ବାତ୍ୟା । କାରଣ ବାତ୍ୟା ସୃଷ୍ଟି ପାଇଁ ବଙ୍ଗୋପସାଗରର ସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିଦେ୍ର୍ଦଶକ (ଡିଜି) ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।
ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍ସଲଂଗ୍ନ ପଡ଼ୋଶୀ ଅଞ୍ଚଳ ଉପରେ ସୋମବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତରରେ ଅବସ୍ଥିତ ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ (ବୁଧବାର ଅଥବା ଗୁରୁବାର ସକାଳ ସୁଦ୍ଧା) ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଏବଂ ସଂଲଗ୍ନ ପୂର୍ବଦିଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଲଘୁଚାପଟି ଅଧିକ ଘନୀଭୂତ ହେବା ସହ ଏହାର ତୀବ୍ରତା ବଢ଼ିବ ଏବଂ ଏହା କେନ୍ଦ୍ରୀୟ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତିକରିବ । ୨୧ରୁ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇପରେ । ୨୨ କିମ୍ବା ୨୩ ତାରିଖ ବେଳକୁ ଲଘୁଚାପଟି ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ ।
ଯଦି ଏହା ବାତ୍ୟା ରୂପ ନେବ ତେବେ ଏହାର ନାମ ସିତ୍ରଙ୍ଗ ରହିବ । ତେବେ, ଲଘୁ·ପ ସୃଷ୍ଟି ହେବାପରେ ହିଁ ଯାଇ ଏସବୁର ଏକ ଆକଳନ କରିହେବ ବୋଲି ଡିଜି ଶ୍ରୀ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ଅକ୍ଟୋବର ମାସଟି ବଙ୍ଗୋପସାଗର ଓ ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ । ଏହାର ଅର୍ଥ ନୁହେଁ ଯେ ଅକ୍ଟୋବର ମାସରେ ସୃଷ୍ଟି ହେଉଥିବା ସବୁ ବାତ୍ୟା ଓଡ଼ିଶା ମୁହାଁ ହେବ ବୋଲି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।
ସେପଟେ ସାମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ଆକଳନ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ସରକାରୀ ଅଫିସରଙ୍କୁ ହେଡକ୍ୱାର୍ଟର ନଛାଡ଼ିବା ନିମନ୍ତେ ନିଦେ୍ର୍ଦଶ ଦିଆଯାଇଛି । ବାତ୍ୟା ଆଶଙ୍କାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଅସ୍ଥାୟୀ ଦାୟିତ୍ୱରେ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ (ଏସଆରସି) କହିଛି, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଳରେ ଏକ ଲଘୁ·ପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଏହା ଉପରେ ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ଅଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭାଗୀୟ ପଦାଧିକାରୀଙ୍କୁ ନିଜର ହେଡ଼କ୍ୱାର୍ଟର ନଛାଡିବା ପାଇଁ ପରାମର୍ଶ ଦିଆଯାଇଥିବାବେଳେ ସମସ୍ତଙ୍କ ଛୁଟି ବାତିଲ କରାଯାଇଛି । ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି କୁହାଯାଇଛି ।
ସେପଟେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ଅନୁଭତ ହେବାର ସମ୍ଭାବନା ରହିଛି । ପ୍ରାୟ ୨୦ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ । ଆସନ୍ତାକାଲି ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକ ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୦ରୁ ସପ୍ତାହ ଯାଏ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ବଳୟ ସୃଷ୍ଟି ସହ ଏହା ଘନିଭୂତ ହେଉଥିବାବେଳେ ମାଛ ମାରିବା ନେଇ ବିପଦ ଉପୁଜିବ । ସେଥିପାଇଁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ କୂଳକୁ ଫେରିବାକୁ ସଚେତନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *