ମୁହଁ ଲୁଚାଇଲା ପାକିସ୍ତାନ

ଦାଉଦ୍, ହାଫିଜ୍ ସୟିଦ୍ ସମ୍ପର୍କୀତ ପ୍ରଶ୍ନରେ
ପାକ୍ ଅଧିକାରୀଙ୍କ ମୁହଁ ବନ୍ଦ
ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ୍ ରହିଥିବା ଆତଙ୍କବାଦୀ ତଥା ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ଏବଂ କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍କୁ ନେଇ ପାକିସ୍ତାନ ପୁଣିଥରେ ଉପହାସର ପାତ୍ର ହୋଇଛି । ସମ୍ପ୍ରତି ଭାରତରେ ଆୟୋଜିତ ୯ଠତମ ଇଣ୍ଟରପୋଲ୍ ଅଧିବେଶନରେ ଯୋଗଦେବା ପାଇଁ ଭାରତ ଆସିଥିବା ପାକିସ୍ତାନ ଅଧିକାରୀଙ୍କୁ ଯେତେବେଳେ ଦାଉଦ ଏବଂ ହାଫିଜ୍ ସୟିଦ୍ ସମ୍ପର୍କିତ କେବଳ ଗୋଟିଏ ପ୍ରଶ୍ନ ପଚରାଗଲା ସେମାନେ ଚୁପ୍ ହୋଇଗଲେ । ଗଣମାଧ୍ୟମ ପ୍ରତିନିଧିଙ୍କ ଏପ୍ରକାର ପ୍ରଶ୍ନକୁ ନେଇ ଅସହଜ ହୋଇପଡିଥିଲେ ପାକିସ୍ତାନର ଏହି ପଦାଧିକାରୀମାନେ ।
ପ୍ରାପ୍ତ ସଚନାନୁସାରେ କିଛି ଗଣମାଧ୍ୟମ ପ୍ରତିନିଧିମାନେ ପାକିସ୍ତାନର ଏହି ପଦାଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ ଯେ, ଦାଉଦ୍ ଇବ୍ରାହିମ୍ ଏବଂ ହାଫିଜ୍ ସୟିଦ୍କୁ ପାକିସ୍ତାନ ସରକାର କେବେ ଭାରତ ସରକାରଙ୍କୁ ହସ୍ତାନ୍ତର କରିବେ? ଭାରତ ସହ ପାକିସ୍ତାନର ପ୍ରତ୍ୟର୍ପଣ ସନ୍ଧିକୁ ପାକ୍ ସରକାର ସମ୍ମାନ ଦେଉନାହାନ୍ତି କି? ଭଳି ପ୍ରଶ୍ନରେ ପାକିସ୍ତାନର ପଦାଧିକାରୀମାନେ ହଡବଡେଇ ଯାଇଥିଲେ । ପରେ ସେମାନେ ଗଣମାଧ୍ୟମକୁ ଏଡାଇ ଯିବାକୁ ଚେଷ୍ଟା କରିଥିଲେ । ପାକିସ୍ତାନ ଫେଡେରାଲ୍ ଏଜେନ୍ସି (ଏଫ୍ଆଇଏ)ର ମହା ନିଦେ୍ର୍ଦଶକ ମୋହସିନ୍ ଭଟ୍ଟ୍ ମଧ୍ୟ ଏହା ଉପରେ କୌଣସି ଉତ୍ତର ଦେଇନଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *