ଓଡ଼ିଶାକୁ ୧ଠ ହଜାର ଟାୱାର ମଞ୍ଜୁର

ଭୁବନେଶ୍ୱର, ୧୮ା୧୦ (ବୁ୍ୟରୋ): ଓଡିଶାର ସମସ୍ତ ଗ୍ରାମକୁ ଡିଜିଟାଲ ସଂଯୋଗ ପାଇଁ କେନ୍ଦ୍ର ସରକାର ରାଜ୍ୟ ପାଇଁ ୧୦,୦୦୦ ମୋବାଇଲ୍ ଟାୱାର ମଞ୍ଜୁର କରିଛନ୍ତି । ଏହା ଦେଶର ଅନ୍ୟ କୌଣସି ରାଜ୍ୟ ପାଇଁ ମଞ୍ଜୁର ଟାୱାର ତୁଳନାରେ ସର୍ବାଧିକ ବୋଲି କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ରାଜ୍ୟରେ ବିଏସ୍ଏନ୍ଏଲ୍ର କାର୍ଯ୍ୟକାରିତା ନେଇ କେନ୍ଦ୍ର ମନ୍ତ୍ରୀ ସମୀକ୍ଷା ସମୟରେ କହିଛନ୍ତି, ଓଡିଶା ପାଇଁ ଏହି ନୂତନ ୧୦ହଜାର ଟାୱାର ମଞ୍ଜୁର ହୋଇଛି । ଏତେ ପରିମାଣର ଟାୱାର ଅନ୍ୟ କୌଣସି ରାଜ୍ୟକୁ ମିଳିନାହିଁ । ପ୍ରଥମ ଥର ପାଇଁ ରାଜ୍ୟକୁ ଏତେ ସଂଖ୍ୟକ ଟାୱାର ମଞ୍ଜୁର କରାଯାଇଛି । ଆସନ୍ତା ନଭେମ୍ବର ମାସରୁ ଅଧିକାଂଶ ସ୍ଥାନରେ ଟାୱାରଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଯେଉଁଠାରେ ଟାୱାର ପ୍ରତିଷ୍ଠା ପାଇଁ ଜମିଜମା ସମସ୍ୟା ରହିଛି ସେ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାପାଇଁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ପୂର୍ବରୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଟାୱାର ଅଭାବ ଯୋଗୁଁ ଓଡିଶାର ପାଖାପାଖି ୬୦୦୦ ଗାଁ ମୋବାଇଲ୍ ସଂଯୋଗରୁ ବଞ୍ଚôତ ହୋଇ ରହିଛନ୍ତି । ଉଲ୍ଲେଖଯୋଗ୍ୟ, ଓଡିଶାର କୌଣସି ଗ୍ରାମ ଯେଭଳି ମୋବାଇଲ୍ ସଂଯୋଗରୁ ବଞ୍ଚିତ ନ ରୁହନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ନିଦେ୍ର୍ଦଶ ଦେଇଛନ୍ତି । ଯଦି କୌଣସି ଗ୍ରାମ ବଞ୍ଚିତ ରହିଛି ତେବେ ତାହାର ସର୍ଭେ କରିବା ସହ କ୍ୟାବିନେଟ୍ରେ ପ୍ରସ୍ତାବ ଆଣିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଦେ୍ର୍ଦଶ ଅନୁଯାୟୀ ଆଇଆଇଟି ଭୁବନେଶ୍ୱର ଏବଂ ନିଟ୍ ରାଉରକେଲାରେ ସେମିକଣ୍ଡକ୍ଟରର ଉକ୍ରର୍ଷ କେନ୍ଦ୍ର ପତିଷ୍ଠାକୁ ମଞ୍ଜୁରୀ ମିଳିଛି । ଏହି ଦୁଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ନୂତନ ଜ୍ଞାନକୌଶଳ ସହ ଯୋଡି ହୋଇପାରିବେ ବୋଲି ସେ କହିଛନ୍ତି ।
ଆଇଆଇଟି ଭୁବନେଶ୍ୱର ଓ ସୋଆ ବିଶ୍ୱବିଦ୍ୟାଳୟରେ ୫ଜି ପରୀକ୍ଷାଗାର ଖୋଲିବ । ଅନୁରୂପ ପରୀକ୍ଷାଗାର ପଶ୍ଚିମ ଓଡିଶାର କୌଣସି ଏକ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ଲାଗି ନାମ ପ୍ରସ୍ତାବ କରିବାକୁ ସେ ଓଡିଶାର ବୁଦ୍ଧିଜୀବୀଙ୍କୁ ଅନୁରୋଧ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *