ଚିନ୍ତା ବଢ଼ାଇଲା ନୂଆ ଓମିକ୍ରନ୍ ଭାରିଏଣ୍ଟ୍

ନୂଆଦିଲ୍ଲୀ, ୧୮ ।୧୦: ଅଢେଇ ବର୍ଷରୁ ଅଧିକ କାଳ ଧରି କରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ଗୋଟିଏ ପରେ ଗୋଟିଏ ଲହର ଆସୁଛି । ଗତବର୍ଷ ଶେଷ ବେଳକୁ ଆସିଥିଲା କୋଭିଡ୍ର ଓମିକ୍ରେନ୍ ଭାରିଏଣ୍ଟ୍ । ତା ପରଠୁ ଏହାର ବହୁ ସବ୍ ଭାରିଏଣ୍ଟ୍ କ୍ରମାଗତ ସାମ୍ନାକୁ ଆସୁଛି । ଏବେ ଓମିକ୍ରନ୍ର ଦୁଇଟି ନୂଆ ସବ୍ ଭାରିଏଣ୍ଟ୍ ବିଏ.୫.୧.୭ ଓ ବିଏଫ୍.୭ ମାମଲା ଦୃଷ୍ଟିଗୋଚର ହୋଇଛି । ଭାରତରେ ଏଥିରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ବିଏଫ୍.୭ ସଂକ୍ରମଣ ସମ୍ପର୍କରେ ରିପୋର୍ଟ ଦେଇଛି । ଏହି ସବ୍ଭାରିଏଣ୍ଟ୍କୁ ଓମିକ୍ରନ୍ ସ୍ପାମ୍ ମଧ୍ୟ କୁହାଯାଉଛି ।
ସର୍ବପ୍ରଥମେ ମଙ୍ଗୋଲିଆରେ ମିଳିଥିବା ଏବଂ ଦ୍ରୁତବେଗରେ ସଂକ୍ରମିତ ହେଉଥିବା ବିଏଫ୍.୭ ଚୀନ୍, ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ବେଲ୍ଜିୟମ୍ ସମେତ ଅନେକ ଦେଶରେ ପହଞ୍ଚôଲାଣି । ଏହି ପରିପ୍ରେକ୍ଷୀରେ ଭାରତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବା ଲାଗି କହିଛନ୍ତି ।
ମଙ୍ଗଳବାର ଓମିକ୍ରନ୍ର ଏହି ସବ୍ଭାରିଏଣ୍ଟ୍ ସଂକ୍ରମଣ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟା ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଲୋକଙ୍କୁ ପୁଣି ମାସ୍କ୍ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *