ଉପଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଓକିଲଙ୍କ ଧାରଣା

ଆଇନଜୀବୀଙ୍କୁ ମାଡ଼ ଘଟଣା
କାମାକ୍ଷାନଗର (ଆପ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଆଇନଜିବୀ ଶଶଧର ମହାନ୍ତିଙ୍କୁ ଆକ୍ରମଣ ପ୍ରତିବାଦରେ ଓକିଲ ସଙ୍ଘ ତରଫରୁ କାମାକ୍ଷାନଗର ବନ୍ଦ ଡାକରା ପରେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହୋଇଛି । ଏହାକୁ ନେଇ ଓକିଲ ସଙ୍ଘ ତରଫରୁ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଗତ ମାସ ୨୮ ତାରିଖରେ ଆଇନଜିବୀ ଶଶଧର ମହାନ୍ତି (୫୬)ଏବଂ ଭୁବନ ଓକିଲ ସଙ୍ଘର ସମ୍ପାଦକ ପ୍ରହ୍ଲାଦ ସାହୁଙ୍କ ସହିତ ଭୁବନର ଅନ୍ୟ ଦୁଇ ଜଣ ଆଇନଜିବୀ ବାଲିଗୋରଡ଼ ଠାରେ ଥିବା ଏକ ହୋଟେଲରେ ଖାଉଥିବା ବେଳେ ୬ଜଣ ଅସାମାଜିକ ଯୁବକ ଆଇନଜୀବୀଙ୍କ ସହିତ ବଚସା କରିବା ସହିତ ମରଣାାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଆଇନଜୀବୀ ଶଶଧର ମହାନ୍ତି ଗୁୁରୁତର ଆହତ ହୋଇଥିବା ବେଳେ ପ୍ରଥମେ କଟକ ଏବଂ ପରେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତିହୋଇ ଚିକିତ୍ସା ହେଉଥିଲେ । ତାଙ୍କର ଅସ୍ତ୍ରୋପଚାର କରାଯିବା ସହିତ ସେ କୋମାରେ ରହିଥିବାର ଜଣାପଡିଛି । କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହିତ କାମାକ୍ଷାନଗର ବାରଆସୋସିଏସନର ସଭାପତି ଧର୍ମାନନ୍ଦ ମଳ୍ଲିକଙ୍କ ସଭାପତିତ୍ୱରେ ବଣିକ ସଙ୍ଘ, ୧୫ଟି ବଜାରରର ସଭାପତି ଏବଂ ସମ୍ପାଦକଙ୍କ ସହିତ ସାମ୍ବାଦିକ ସଙ୍ଘ, ଡା୍ରଇଭର ସଙ୍ଘ ତୀବ୍ର ହୋଇ ୧୩ ତାରିଖ ଦିନ କାମାକ୍ଷାନଗର ବନ୍ଦ ଡାକରାକୁ ସମର୍ଥନ କରି ଦିନ ତମାମ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ରହିଥିଲା । ଏହାପରେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଯିବା ପ୍ରତିବାଦରେ ଓକିଲ ସଙ୍ଘ ତରଫରୁ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଧାରଣାରେ ଓକିଲ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକ, ସମ୍ପାଦକ ସୂର୍ଯ୍ୟକାନ୍ତ ବିଶ୍ୱାଳ, ବରିଷ୍ଠ ଆଇନଜୀବୀ ଶେଷ ରଞ୍ଜନ ଦାସ, ପବିତ୍ର ମୋହନ ବିଶ୍ୱାଳ, ସଞ୍ଜୟ କୁମାର ମିଶ୍ର, ଅଯୋଧ୍ୟା ପ୍ରସାଦ ଶତପଥୀ, ଦୋଳ ଗୋବିନ୍ଦ ବେହେରା, ଦେବୀଦତ୍ତ ସାମଲ, ନିର୍ମଳ ସାମଲ ପ୍ରମୁଖ ଯୋଗଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *