ଶ୍ରମିକଙ୍କ ପାରିଶ୍ରମିକ ହଡ଼ପ

ମନରେଗା କାର୍ଯ୍ୟ ଦିଗହରା
ଜଗତସିଂହପୁର (ଆପ୍ର): ରାଜ୍ୟରେ ସରକାରୀଙ୍କ ବିଭିନ୍ନ ଯୋଜନା ସଫଳ ରୂପାୟନ ହେଉ ଥିବା ବେଳେ, ଜଗତସିଂହପୁର ଜିଲ୍ଲାର ଅଧିକାଂଶ ବ୍ଲକ୍ରେ ମନରେଗା ଯୋଜନାର କାର୍ଯ୍ୟ ଦିଗହରା ହେଉଥିବା ଅଭିଯୋଗ ହୋଇଛି । ମନରେଗା ଯୋଜନା ହେଉ କି ଅମୃତ ସରୋବର ଯୋଜନା, ସବୁଠି ବିଭାଗୀୟ ଅଧିକାରୀ ଏବଂ ଠିକାଦାର ଚଞ୍ଚକତା କରି ଅର୍ଥ ହରିଲୁଟ କରିଥିବା ଅଭିଯୋଗ ଆସିଛି । ଏପରିକି ନାଉଗାଁ ବ୍ଲକ୍ର ୧୬ଟି ପଞ୍ଚାୟତରେ ଏହି ଯୋଜନାରେ କାର୍ଯ୍ୟକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଭଳି ଠକେଇର ସାଙ୍ଘାତିକ ଅଭିଯୋଗ ନାଉଗାଁ ବ୍ଲକ ଅନ୍ତର୍ଗତ ସଠଳପୁରର ୧୦ ନମ୍ବର ୱାର୍ଡରେ ହୋଇଥିବା ଅଭିଯୋଗ ଆସିଛି । ଏଠାରେ ମନରେଗା ଯୋଜନାର କାର୍ଯ୍ୟରେ ନା ପାଳନ କରାଯାଇଛି ଗାଇଡ୍ଲାଇନ୍ ନା ହୋଇଛି ସଠିକ୍ କାମ । ଗାଇଡଲାଇନ୍ ଅନୁସାରେ ପ୍ରତ୍ୟକ ଶ୍ରମିକ ୧୯୦ ଦିନ କାମ କରିବା ପରେ ସରକାରୀ ନିୟମାନୁଯାୟୀ ତାଙ୍କ ପାରିଶ୍ରମିକ ଦିଆ ଯିବା କଥା । କିନ୍ତୁ ପଞ୍ଚାୟତରେ କାମର ଅଧିକାଂଶ ଭାଗ ମେସିନ୍ ମାଧ୍ୟରେ ହୋଇଥିବା ବେଳେ ନାମକୁ ମାତ୍ର ଶ୍ରମିକ ମାନଙ୍କ ପାରିଶ୍ରମିକକୁ ଆତ୍ମସାତ୍ କରାଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।
ପ୍ରକାଶ ଥାଉକି, ମନରେଗା ଯୋଜନା ମାଧ୍ୟମରେ କୁଣ୍ଡେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଡକୁ ଲାଗି ଏକ ପୋଖରୀ ଖୋଳାଯାଇଛି । ନିୟମାନୁସାରେ ଶ୍ରମିକମାନଙ୍କୁ ଅର୍ଥ ଆକାଉଣ୍ଟକୁ ଯିବ କହି ଶ୍ରମିକ ମାନଙ୍କ କଥାକୁ ବଡ଼ ବାବୁମାନେ ଏଡାଇ ଦେବାର ଅଭିଯୋଗ ଶ୍ରମିକମାନେ କରିଛନ୍ତି । ଶ୍ରମିକମାନଙ୍କ କହିବା ମୁତାବକ ଫଳକ ନ ଥିବାରୁ କେତେ ଟଙ୍କା ବ୍ୟୟ ବରାଦରେ ହୋଇଛି ତାହା ଜାଣି ପାରୁ ନାହାନ୍ତି । କେବଳ ସେମାନଙ୍କୁ ଆଶ୍ୱାସନା ପରେ ଆଶ୍ୱାସନା ଦିଆ ଯାଉଛି, ହେଲେ ଟଙ୍କା ଏପର୍ଯ୍ୟନ୍ତ ଆକାଉଣ୍ଟକୁ ଆସିନାହିଁ । ମନରେଗା ଯୋଜନା ଅନୁସାରେ ୧୯୦ ଦିନ କାମ କରି ନ ଥିବା ଗ୍ରାମର ଶ୍ରମିକ ଯୋଗେନ୍ଦ୍ର ରାଉତ କହିଛନ୍ତିି । କାମ କରାଇ ଥିବା ବଡ ବାବୁଙ୍କୁ ଅର୍ଥ ମିଳିନାହିଁ ବୋଲି ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେ କାହା କଥାକୁ କର୍ଣ୍ଣପାତ କରୁ ନାହାନ୍ତି । ମନରେଗା ଯୋଜନାରେ ଖୋଳା ଯାଇ ଥିବା ଏହି ପୋଖରୀର ଗୋଟିଏ ପାଶ୍ୱର୍ର ବନ୍ଧ କୁଣ୍ଡେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହତା ମଧ୍ୟରେ ରହିଛି । ଖନନ ସମୟରେ ବିଦ୍ୟାଳୟ ପରିଚାଳନା ସମିତି ସହ ଗ୍ରାମର ଅଭିଭାବକ ମାନେ ଏ ସମ୍ପର୍କରେ ନାଉଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ରଶ୍ମୀରେଖା ମଲ୍ଲିକ ଏବଂ ତହସିଲଦାର ଜେ କଳ୍ପନାଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ କୌଣସି ସମାଧାନ କରି ନ ଥିଲେ । ସ୍କୁଲ ହତାକୁ ଲାଗି ମନରେଗା ଯୋଜନାର ଗଭୀର ପୋଖରୀ ରହିଥିବା ସ୍ଥଳେ ୧୦୮ ଛାତ୍ରଛାତ୍ରୀ କ୍ଷମତା ବିଶିଷ୍ଟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କେହି ଯଦି କୌଣସି କାରଣର ପୋଖରୀରେ ବୁଡି ପ୍ରାଣ ହରାଏ ଏଥିପାଇଁ କିଏ ଦାୟୀ ରହିବେ ବୋଲି ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିନା ଫଳକରେ ବିଦ୍ୟାଳୟ ଭଳି ସମ୍ବେଦନଶୀଳ ସ୍ଥାନରେ ମନରେଗା ଯୋନାରେ ପୋଖରୀ ଖନନ କେତେ ଯୁକ୍ତି ଯୁକ୍ତ ବୋଲି ଅଞ୍ଚଳବାସୀ ତଥା ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *