ଘୂର୍ଣ୍ଣିବଳୟ ସୃଷ୍ଟି ବାତ୍ୟା ଆଶଙ୍କା

ଉପକୂଳିଆଙ୍କୁ ଛନକା
ଭୁବନେଶ୍ୱର, ୧୭ା୧୦ (ବୁ୍ୟରୋ): ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏନେଇ ସୋମବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ଆକଳନ ଅନୁସାରେ ଓଡ଼ିଶାରେ ବାତ୍ୟା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ, ଶରତ ସାହୁ କହିଛନ୍ତି । ଯାହା ଉପକୂଳବାସୀଙ୍କ ମନରେ ଛନକା ପୂରାଇଛି । ବିଲରେ ଫସଲ ପଡ଼ିଥିବାବେଳେ ଅଣମୌସୁମୀରେ ବାତ୍ୟା ସହ ବର୍ଷା ଭୟ ଅମଳ ବିଗାଡ଼ିବ ବୋଲି ପ୍ରକାଶ ପାଇଛି ।
ବିଭାଗର ପୂର୍ବାନୁମାନ ଅନୁସାରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରର ଓ ଦକ୍ଷିଣ ପୂର୍ବ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା କରାଯାଇଛି । ଏହା ବାୟୁମଣ୍ଡଳର ପାଖାପାଖି ୩.୧ କିମି ପର୍ଯ୍ୟନ୍ତ ବ୍ୟାପିଛି । ଲଘୁ·ପ ସୃଷ୍ଟି ହେବା ପରେ ଏହା ଧୀରେ ଧୀରେ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବ ।
ପଶ୍ଚିମ କେନ୍ଦ୍ରୀୟ ପାଶ୍ୱବର୍ତ୍ତୀ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ।
ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ । ଲଘୁ·ପ ଘନୀଭୂତ ହେବା ଲାଗି ପାଗ ମଧ୍ୟ ଅନୁକୂଳ ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଖାପାଖି ୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସ୍ୱାଭାବିକ ବର୍ଷା ୩.୧ ମିଲିମିଟର ତୁଳନାରେ ୬୭ ପ୍ରତିଶତ କମ ରହିଛି । ରାଜ୍ୟରେ ବର୍ଷା ବହୁତ ପରିମାଣରେ କମିଛି । ସକାଳ ସମୟରେ ପାଗ ଥଣ୍ଡା ସହ ସାମାନ୍ୟ କୁହୁଡ଼ି ହେଉଥିବାରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ ଜାରି କରାଯାଇନାହିଁ । ଯେଉଁ ସ୍ଥାନରେ ଲଘୁ·ପ କ୍ଷେତ୍ର ସୃଷ୍ଟି ହୋଇଛି ତାହା ବହୁତ ଦୂରରେ ରହିଛି । ତାର ଗତିପଥକୁ ଦୃଷ୍ଟିରେ ରଖି ବର୍ଷା ନେଇ ପରବର୍ତ୍ତୀ ସୂଚନା ଜାରି କରାଯିବ । ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରୁ ମୌସୁମୀ ଅପସାରଣ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।
ସେପଟେ ବାତ୍ୟା ନେଇ ଚର୍ଚ୍ଚା ହେଉଥିବାବେଳେ, ସେ ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ୟୁରୋପିଆନ୍, ଅମେରିକାନ ପାଣିପାଗ ମଡେଲ ଲଘୁଚାପ ବାତ୍ୟା ରୂପ ନେବ ବୋଲି ପ୍ରକାଶ କରୁଥିବାବେଳେ ଆଇଏମ୍ଡି ଏନେଇ କିଛି ସୂଚନା ସ୍ପଷ୍ଟ କରିନାହିଁ । ଲଘୁ·ପର ପରବର୍ତ୍ତୀ ଗତିକୁ ଦେଖି ଆଗାମୀ ସୂଚନା ଦିଆଯିବ । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡିÿଶାର କିଛି କିଛି ସ୍ଥାନରେ ବର୍ଷା ଜାରି ରହିଥିଲା । ମାତ୍ର ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି । ଲଘୁ·ପ ବାତ୍ୟାର ରୂପ ନେବ କି ନାହିଁ ସ୍ପଷ୍ଟ ହୋଇନି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୦ ତାରିଖରେ ଲଘୁ·ପ ସୃଷ୍ଟି ପରେ ୨୨ ତାରିଖରେ ଅବପାତ ଓ ୨୪ ତାରିଖରେ ବାତ୍ୟା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଯାହା ସିଷ୍ଟମ ରହିଛି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ଅଧିକ ରହୁଛି ।
ଅକଳନ ଅନୁଯାୟୀ ୨୦ ତାରିଖର ଲଘୁଚାପଟି ୨୨ରେ ଅବପାତ ଓ ୨୪ କିମ୍ବା ୨୫ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ । ୨୧ ପରେ ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ର ବଙ୍ଗୋପସାଗରର ପଶ୍ଚିମ ଅଞ୍ଚଳ ଆନ୍ଧ୍ରପ୍ରଦେଶ, ଓଡିଶା ଓ ପଶ୍ଚିମବଙ୍ଗ ଏହି ଅଞ୍ଚଳରେ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ରହିଛି । ଏହା ଭୀଷଣ ବାତ୍ୟା ହୋଇ ନପାରେ । କିନ୍ତୁ ବାତ୍ୟା ହେବା ସୁନିଶ୍ଚିତ ବୋଲି ପଶୁପାଳକ କହିଛନ୍ତି । ବାତ୍ୟାଟି କେଉଁଠି ସ୍ଥଳଭାଗ ଛୁଇଁବ ବା ଲ୍ୟାଣ୍ଡଫଲ କରିବ, ତାହା ସ୍ପଷ୍ଟ ହୋଇନି । କିନ୍ତୁ, ଓଡିଶାରେ ବାତ୍ୟା ହେବାର ବହୁ ସମ୍ଭାବନା ରହିଛି; ଏହାକୁ ଏଡ଼ାଇ ଦେଇ ହେବନି । ବାତ୍ୟାଟି ସମୁଦ୍ରରେ ଥିଲାବେଳେ ପବନର ବେଗ ଅଧିକ ରହିବ । ସ୍ଥଳ ଭାଗରେ ପହଞ୍ଚିବା ବେଳକୁ ପବନର ବେଗ କମିବ । ସ୍ଥଳ ଭାଗରେ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ରହିପାରେ । ଓଡିଶାରେ ଲ୍ୟାଣ୍ଡଫଲ ହେଲେ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ହୋଇପାରେ । ତେବେ, ବାତ୍ୟାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବୟ ୮୦ ମିଲିମିଟରରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *