ସରକାରୀ ସ୍କୁଲ୍ରେ ସିସିଟିଭି

ଭୁବନେଶ୍ୱର (ବୁ୍ୟରୋ): କରୋନା କାୟାରୁ ସାରା ବିଶ୍ୱ ଟିକିଏ ଶାନ୍ତି ପାଇଥିବାବେଳେ ବର୍ତ୍ତମାନ ଶ୍ରେଣୀ ଗୃହରେ ଶିକ୍ଷା ଲାଭ କରିବାର ପରିସ୍ଥିତି ପୁଣି ଥରେ ଫେରିଛି । ତେବେ ଏହା ସହ ଫେରିଛି ଆହୁରି ଅଧିକ ସମସ୍ୟା । କିପରି ଶିକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରାଯାଇ ପାରିବ ସେହିଦିଗରେ ଅଧିକ ପଦକ୍ଷପ ନିଆଯାଉଛି । ଏହା ସହ ସବୁ ବିଦ୍ୟାଳୟରେ ଶିକ୍ଷା ସହିତ ସୁରକ୍ଷାକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଉଛି । ସେଥିପାଇଁ ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକରେ ସିସିଟିଭି କ୍ୟାମରୋ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହାକୁ ନେଇ ଆଗରୁ ବାରମ୍ବାର ନିଦେ୍ର୍ଦଶ ଦିଆଯାଇଥିବା ସତ୍ତ୍ୱେ ଏହା କାର୍ଯ୍ୟକାରୀ ହୋଇ ପାରି ନଥିଲା । କିନ୍ତୁ ଚଳିତ ଥର ଏହାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ସମସ୍ତ ଖର୍ଚ୍ଚ ଶିକ୍ଷା ଯୋଜନାରୁ କରାଯିବ ବୋଲି କୁହାଯାଇଛି । ଆସନ୍ତା ୨ ମାସ ଭିତରେ ଏହାକୁ କାର୍ଯ୍ୟକାରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁଭଳି ଘରୋଇ ସ୍କୁଲରେ ଏହା ସବୁ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯାଉଛି ।
ପ୍ରତି ସ୍କୁଲରେ ମୂଖ୍ୟ ଫାଟକ ସାମ୍ନାରେ ସିସିଟିଭି ଲଗାଯିବ । ଏହା ଦ୍ୱାର କେଉଁ ପିଲା ବିଦ୍ୟାଳୟକୁ ଆସିଲା କିଏ ଅନୁପସ୍ଥିତ ରହିଲା ଏହା ଜଣା ପଡିବ । ରାଜ୍ୟରେ ମୋଟ୍ ୬୭ହଜାର ୮୭୨ଟି ସ୍କୁଲ ରହିଛି । ସେଥୁରୁ ୨୧୯୩ଟି ସ୍କୁଲରେ ଗୋଟିଏ ଲେଖାଏଁ ଶ୍ରେଣୀ କକ୍ଷ ଥିବା ବେଳେ ୧୭ହଜାର ୭୨୩ଟି ସ୍କୁଲରେ ୨ଟି, ୯ହଜାର ୮୩ଟି ସ୍କୁଲରେ ୩ଟି, ୬ହଜାର ୫୯୦ଟି ସ୍କୁଲରେ ୪ଟି ଲେଖାଏଁ ଶ୍ରେଣୀ କକ୍ଷ ରହିଛି । ଏହି ସ୍କୁଲ ଗୁଡିକରେଗୋଟିଏ ଲେଖାଏଁ ସିସି କ୍ୟାମେରା ବ୍ୟବସ୍ଥା ରହିବ ।
ସେହିପରି ଯେଉଁ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀ କକ୍ଷ ରହିଛି ଏବଂ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ଥିବା ସ୍କୁଲରେ ଗୋଟିଏ ଲେଖଏଁ ସିସି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି । ପ୍ରଥମରୁ ଅଷ୍ଟମ ଏବଂ ଦଶମଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ଥିବା ସ୍କୁଲରେ ୨ ଲେଖାଏଁ ସିସି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଗତ ମାସର କ୍ୟାମେରା ରେକର୍ଡିଂ ସ୍କୁଲ ପ୍ରଧାନଶିକ୍ଷକ ବୃକଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ । ଫଳରେ ରାଜ୍ୟର ସବୁ ସ୍କୁଲର ଦୈନିକ ରେକର୍ଡିଂ ବିଭାଗ ପଖରେ ରହିବ । ଅବଶ୍ୟକ ସମୟରେ ସେସବୁ ଯାଞ୍ଚ କରାଯିବ ।
ଏହିପର୍ଯ୍ୟାୟରେ ପ୍ରଥମ ତାଲିକାରେ ୩୬ ହଜାର ୭୦ଟି ସ୍କୁଲ ଥିବାବେଳେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତମିଶିକି ଥିବା ୧୮ହଜାର ୬୧୨ଟି ଏବଂ କେବଳ ୩୩୦୬ଟି ଉଚ୍ଚପ୍ରାଥମିକ ସ୍କୁଲରେ ସିସି କ୍ୟାମେରା ଲଗାଯିବ । ମୋଟ୍ ଉପରେ ୫୮ହଜାର ୮୯ଟି ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ସିସି କ୍ୟାମେରା ବାବଦରେ ଚ୍ଚର୍୍ ହେବ ୮କୋଟି ୬୧ଲକ୍ଷ ୩୩ ହଜାର ୫ ଶହ ଟଙ୍କା । ଏହି ଟଙ୍କା ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନରୁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *