ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପିର ବିକ୍ଷୋଭ

ପ୍ରସବ ପରେ ଛାତ୍ରୀ ମୃତୁ୍ୟ ଘଟଣା
ଫୁଲବାଣୀ (ବୁ୍ୟରୋ): କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଧୀନ ଆଶ୍ରମ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ପରେ ମୃତୁ୍ୟ ଘଟଣାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଦୋଷୀମାନଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଏହାର ପ୍ରତିବାଦରେ ସୋମବାର କନ୍ଧମାଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଫୁଲବାଣୀ ସହରରେ ଘଣ୍ଟ ଶୋଭାଯାତ୍ରା ସହିତ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ନାରାୟଣ କର୍ମୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଗୋଲକ କହଁର, ସମ୍ପାଦକ ଜଗନ୍ନାଥ ସାହୁ, ଜିଲ୍ଲା ବିଜେପି ସମ୍ପାଦକ ଭଗବାନ ମହାନ୍ତି, ଉପ-ସଭାପତି ରମେଶ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବନାରାୟଣ ପ୍ରଧାନଙ୍କ ସମେତ ଶହ ଶହ ବିଜେପି କର୍ମୀ ଏବଂ ଯୁବକ ଯୁବତୀ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଘଣ୍ଟ ବାଡ଼େଇ ଫୁଲବାଣୀ ସହରରେ ଶୋଭାଯାତ୍ରା କରିଥିଲେ । ମାଦିକୁନ୍ଦା ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ପାଇଁ ଉଦ୍ୟମ କରିବା ବେଳେ ଜିଲ୍ଲାପାଳଙ୍କ ମୁଖ୍ୟ ଗେଟ ସମ୍ମୁଖରେ ପୁଲିସ ବିଜେପି ମୋର୍ଚ୍ଚାର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଦୋଷୀମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଏବଂ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *