ଝାଡ଼ୁ ମାରିଲେ ଜାପାନୀ ପର୍ଯ୍ୟଟକ
ାା ପୂତିଗନ୍ଧରେ ଫାଟୁଛି ପୁରୀ ବସ୍ଷ୍ଟାଣ୍ଡ ।ା
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ବିଶ୍ୱ ଐତିହ୍ୟ ନଗରୀ । ଏଥିଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି କୋଟି କୋଟି ଟଙ୍କା ବି ମଞ୍ଜୁର କରିଛନ୍ତି । ଏହାସହ ଅନେକ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ହେଲେ ସହରକୁ ସ୍ୱଚ୍ଛ ରଖିବାରେ ଫେଲ ମାରିଛି ପୌରପାଳିକା । ସହରର ଗଳିକନ୍ଦିକୁ ବାଦ୍ ଦେଲେ ସୁଦ୍ଧା ପୌରପାଳିକା ବସ୍ଷ୍ଟାଣ୍ଡକୁ ସ୍ୱଚ୍ଛ ରଖିବାରେ ଫେଲ୍ ମାରିଛି ପ୍ରଶାସନ । ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ରେଳ ଏବଂ ବସ୍ ଯୋଗେ ପୁରୀ ଆସୁଛନ୍ତି । ହେଲେ ବସ୍ରୁ ଓହ୍ଲାଇବା ବେଳେ ଦୁର୍ଗନ୍ଧରେ ନାକ ଟେକୁଛନ୍ତି ପର୍ଯ୍ୟଟକ । ପରସଶ୍ରା ଓ ପଚା ପାଣି ଦୁଗୁର୍ନ୍ଧରେ ଫାଟି ପଡ଼ୁଥିବା ବସ୍ଷ୍ଟାଣ୍ଡ୍ ପରିସରକୁ ସଫା ରଖିବାରେ ଫେଲ୍ ମାରିଛି ପୌରସଂସ୍ଥା ।
ତେବେ ସହରକୁ ସ୍ୱଚ୍ଛ ଓ ସଫା ସୁତୁରା ରଖିବା ଲାଗି ପ୍ରତ୍ୟେକ ମାସରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଉଠା ବ୍ୟବସାୟୀମାନଙ୍କ ଠାରୁ ମଧ୍ୟ ପ୍ରତ୍ୟେକ ଦିନ ହଜାର ହଜାର ଟଙ୍କା ଇଜିରା ଆଦାୟ ହେଉଥିଲେ ମଧ୍ୟ ପରିବେଶକୁ ପରିଷ୍କାର ରଖିବାରେ ଫେଲ୍ ମାରିଛି ପୌରସଂସ୍ଥା । ସବୁ ସଫେଇ କେବଳ କାଗଜ କଲମରେ । ଏପଟେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଏପରି ଆବର୍ଜନା ସ୍ଥିତିକୁ ଦେଖି ଘୃଣ୍ୟ ମନେ କରୁଛନ୍ତି ।
ଦୀର୍ଘଦିନଧରି ପୌରପାଳିକା ବସ୍ଷ୍ଟାଣ୍ଡ ଅସ୍ୱାସ୍ଥ୍ୟକର ପରିବେଶ ରହିଥିବା ବେଳେ ତାହାକୁ ସଫେଇ କରିଛନ୍ତି ଜାପାନୀ ପର୍ଯ୍ୟଟକ । ଆସୋସିଏସନ୍ ଅଫ୍ ଟ୍ୱିଟର ଆକ୍ଟିଭିଷ୍ଟ୍ (ଆଟା) ପକ୍ଷରୁ ହୋଇଥିବା ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଜାପାନୀ ପର୍ଯ୍ୟଟକମାନେ ବସ୍ଷ୍ଟାଣ୍ଡ ପରିସରକୁ ସଫେଇ କରିଥିଲେ । ଏନେଇ ଜଣେ ସ୍ଥାନୀୟ ଯୁବକ କହିଛନ୍ତି ଯେ, ପୁରୀ ବସ୍ଷ୍ଟାଣ୍ଡ ଏକ ଅର୍ନ୍ତଜାତୀୟ ସହରର ବସ୍ଷ୍ଟାଣ୍ଡ ହୋଇଥିବା ବେଳେ ଏଥିପ୍ରତି ପୌରପାଳିକାର ଦୃଷ୍ଟି ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବାରମ୍ବାର କାର୍ଯ୍ୟାଳୟରେ ଅଭିଯୋଗ କଲେ ସୁଦ୍ଧା କୌଣସି ଅଧିକାରୀ ଶୁଣିଲେ ନାହିଁ । ସୋମବାର ଆଟାର ସ୍ୱେଚ୍ଛାସେବୀ ଓ ଜାପାନୀ ପର୍ଯ୍ୟଟକମାନେ ମିଳିତ ଭାବେ ବସ୍ଷ୍ଟାଣ୍ଡକୁ ସଫେଇ କରିଛନ୍ତି । ସେମାନେ ବାହାର ଦେଶର ଲୋକେ ହୋଇ ସଚେତନ ଥିବା ବେଳେ ସ୍ଥାନୀୟ ପ୍ରଶାସନ ନିଦାବଷ୍ନୁ ସାଜିଛି । ସଫେଇରେ ଘରୋଇ ବସ୍ ମାଲିକ ସଂଘ, ନୀଳଗିରି ମୋଟର କର୍ମଚାରୀ ସଂଘ, ଶ୍ରୀଜଗନ୍ନାଥ ଅନୁରାଗୀ ଟ୍ରଷ୍ଟଙ୍କ ସମେତ ଅନ୍ୟସଦସ୍ୟମାନେ ଉପସ୍ଥିତ ଥିଲେ ।