ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ୍ର ଶୁଭାରମ୍ଭ

ଭୁବନେଶ୍ୱର, ୧୬ା୧୦ (ବୁ୍ୟରୋ): ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର ରେଳ ଷ୍ଟେସନରେ ଏହାର ଶୁଭାରମ୍ଭ ହୋଇଛି । ଏହି ଆଲୁମିନିୟମ ରେକ ପାରମ୍ପରିକ ରେକ ତୁଳନାରେ ୧୮୦ ଟନ ଅତିରିକ୍ତ ମାଲ ପରିବହନ କରିପାରିବ । ପ୍ରଥମ ଆଲୁମିନିୟମ ପଣ୍ୟବାହି ରେକ୍ ଓଡ଼ିଶାରୁ ଶୁଭାରମ୍ଭ ହୋଇଛି । ବିଶେଷ କରି କୋଇଲା ପରିବହନ ପାଇଁ ଏହି ଆଲୁମୁନିୟମ ବଗିର ବ୍ୟବହାର ହେବ । ପୂର୍ବରୁ ଷ୍ଟିଲ ବଗିରେ ପରିବହନ କରାଯାଉଥିଲା । ଏହି ଆଲୁମୁନିୟମ ବଗି ଷ୍ଟିଲ ବଗି ତୁଳନାରେ ୧୮୦ ଟନ୍ ହାଲୁକା ହେବା ସହ ୫ରୁ ୧୦% ଅଧିକା ପରିମାଣର ମାଲ ପରିବହନ କରିପାରିବ ଏବଂ ପୂର୍ବ ଠାରୁ କମ ଏନର୍ଜି ମଧ୍ୟ ଖର୍ଚ୍ଚ ହେବ ।
ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍କୋ ଏହି ବଗି ନିର୍ମାଣ କରିଛି । ୬୦ ବଗି ବିଶିଷ୍ଟ ଏହି ଟ୍ରେନ ଭାରତରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରାକରେ ଚାଲିଛି । କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ରେଲୱେ ଆଜି ବହୁତ ବଡ଼ ଇନୋଭେସନ ହୋଇଛି । ତା’ଠୁ ବଡ଼ ଖୁସିର କଥା ହେଉଛି ଏହାର ଶୁଭାରମ୍ଭ ଓଡ଼ିଶାରୁ ହୋଇଛି । କମ ଓଜନ ବିଶିଷ୍ଟ ଆଲୁମିନିୟମରେ ତିଆରି ହୋଇଥିବା ରେଲୱେ ୱାଗନ ଲଞ୍ଚ ହୋଇଛି । ଏଥିରେ ନିୟୋଜିତ ହୋଇଥିବା ଇଞ୍ଜିନିୟରଙ୍କୁ ବହୁତ ଅଭିନନ୍ଦନ । ଏହି ୱାଗନରେ ଅନ୍ୟ ୱାଗନ ଅପେକ୍ଷା ଅଧିକ କାର୍ଗୋ ନିଆଯାଇପାରିବ । ଏଥିରେ କଳଙ୍କ ଲାଗିବ ନାହିଁ । ଅର୍ଥାତ ୩୦ ବର୍ଷ ପରେ ମଧ୍ୟ ଏହା ନୂଆ ଭଳି ରହିବ । ମରାମତି କାର୍ଯ୍ୟ ମଧ୍ୟ ବାରମ୍ବାର କରିବାକୁ ପଡିବ ନାହିଁ ।
ସାରା ଦେଶରେ ଲାଗୁ ହେବାକୁ ଥିବାବେଳେ ଭୁବନେଶ୍ୱରୁ ଏହାର ଶୁଭାରମ୍ଭ ହୋଇଛି । ତେବେ ପାସେଞ୍ଜର ବା ଯାତ୍ରୀବାହୀ ଟ୍ରେନରେ ମଧ୍ୟ ଏହି ଟେକ୍ନୋଲୋଜି ବ୍ୟବହାର କରାଯିବ । ଆଗକୁ ଏପରି ବହୁତ ୱାଗନ ତିଆରି ହେବାକୁ ଯାଉଛି । ଯେଉଁ ଯାତ୍ରୀବାହୀ ଟ୍ରେନ ଗୁଡ଼ିକ ହାଇସ୍ପିଡ଼ ଲାଗି ତିଆରି ହେଉଛି ସେଥିରେ ମଧ୍ୟ ଏହି ଟେକ୍ନୋଲୋଜିର ବ୍ୟବହାର ହେବ । ରାଜ୍ୟରେ ·ଲୁ ଥିବା ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *