ଶ୍ରୀକ୍ଷେତ୍ରରେ ସଫେଇ ଯୋଜନା ଫେଲ୍

ପୁରୀ (ବୁ୍ୟରୋ): ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର ହେବ ବିଶ୍ୱସ୍ତରୀୟ ନଗରୀ । ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ଜୋନ୍ ନିର୍ମାଣ, ସ୍ୱର୍ଗଦ୍ୱାରର ଉନ୍ନତୀକରଣ, ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ଆଦି ଅନେକ ଉନ୍ନତୀମୂଳକ କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛନ୍ତି । ଫନି ବାତ୍ୟା ପରେ ଓଡ଼ିଶାବାସୀଙ୍କ ପି୍ରୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ପୁରୀ ସହର ଦେଖି ମାର୍ମାହତ ହୋଇଥିଲେ । ନିଷ୍ପତ୍ତ୍ି ନେଇଥିଲେ ଶ୍ରୀକ୍ଷେତ୍ରକୁ ବିଶ୍ୱଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ । ସେଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆର୍ବଜନା ଗଦା ହୋଇ ରହୁଛି ।
ପ୍ରତ୍ୟେକ ଦିନ ପୁରୀ ସହରକୁ ୩୦ ହଜାରରୁ ଊଦ୍ଧ୍ୱର୍ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସୁଛନ୍ତି । ସେମାନେ ବ୍ୟବହାର କରୁଥିବା ପଲିଥିନ୍ ଓ ବର୍ଜ୍ୟବସ୍ତୁ ଯୋଗୁଁ ସହରରେ ଆର୍ବଜନା ଗଦା ହେଉଛି । ଫଳରେ ଏହା ଦୁର୍ଗନ୍ଧ ପରିବେଶ ସୃଷ୍ଟି କରୁଛି । ଫଳରେ ପର୍ଯ୍ୟଟକମାନେ ନାକ ଟେକି ଯିବା ଆସିବା କରୁଛନ୍ତି । ରାଜ୍ୟ ସରକାର ବଡ଼ଦାଣ୍ଡ ସଫେଇ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ବଡ଼ଦାଣ୍ଡ ସଫେଇ ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଅନେକ ସ୍ଥାନରେ ଦିନ ଦିନ ଧରି ଅଳିଆ ପଡ଼ି ରହୁଛି । ସହରର ୩୨ଟି ୱାର୍ଡରୁ ବାହାରୁଥିବା ଆର୍ବଜନା ଓ ଫନି ବାତ୍ୟାର ଅଳିଆ ସବୁ ପେଣ୍ଠକଟାରେ ମାସ ମାସ ଧରି ଗଦା ହୋଇଛି । ସେଠାରେ ସ୍ଥାନୀୟ ବାସିନ୍ଦାମାନେ ନିଅାଁ ଲଗେଇବାରୁ ପରିବେଶ ପ୍ରଦୁଷଣ ବଢୁଛି । ପେଣ୍ଠକଟା, ଚକ୍ରତୀର୍ଥ ରୋଡ୍, ସିଦ୍ଧମହାବୀର, ବାଲିଘାଟ, ମାଟିଆପଡ଼ା ଛକ, ଅବକାଶ ଲେନ୍, ବଡ଼ଶଙ୍ଖ, ରେଡ୍କ୍ରସ ରୋଡ୍, ମାଛ ମାର୍କେଟ, ଚର୍ଚ୍ଚ ଗଳି, ୱାଟର୍ ୱାକସ୍ ରୋଡ୍, ଲାଇଟ୍ ହାଉସ୍ ପାଖ, ଗୋ-ଶାଳା ପାଖ ଓ ଲୋକନାଥ ରୋଡ୍ରେ ଅଳିଆ ଗଦା ହେଉଥିଲା ସୁଦ୍ଧା ତାହା ପରିଷ୍କାର ହୋଇପାରୁନି ।
ସେହିପରି ସମୁଦ୍ରକୂଳ ସଫେଇରେ ଜୁସ୍କୋ ମେସିନ୍ ଲଗାଇ ସଫା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେବଳ ଝାଡୁଦାରମାନେ ସଫେଇ କରୁଛନ୍ତି । ବାଲିରୁ ଅଳିଆ ଛଣା ମେସିନ୍ ଅଚଳ ହୋଇଯିବାରୁ ତାହା ଦୀର୍ଘ ଦିନ ଧରି ପଡ଼ି ରହିଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ସମୁଦ୍ର ବେଳାଭୂମିରେ ଭ୍ରମଣ କରୁଥିଲା ବେଳେ ସେଠାରେ ଅଳିଆ ଗଦା ହେଉଛି । କିଛି ଦିନ ହେଲାଣି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଜିଲ୍ଲା ପ୍ରଶାସନ ଓ ତୈଳ କମ୍ପାନୀ ସମୁଦ୍ର ବେଳାଭୂମି ସଫେଇ କରିବା ଦେଖିବାକୁ ମିଳିଛି । ଜୁସକୋ କମ୍ପାନୀ ସଫେଇ ପାଇଁ ଅର୍ଥ ନେଉଥିଲା ବେଳେ ସ୍ୱେଚ୍ଛାସେବୀମାନେ ବେଳାଭୂମି ସଫେଇ କରୁଛନ୍ତି । ସବୁଠାରୁ ଅଧିକ ଅଳିଆ ଗଦା ହେଉଛି ଚର୍ଚ୍ଚ ଓ ସଦାଶିବ ସଂସ୍ଥାନ ମଧ୍ୟରେ ଥିବା ରାସ୍ତାରେ । ସେହି ବାଟ ଦେଇ ଶହ ଶହ ଛାତ୍ରଛାତ୍ରୀ ଓ ଜିଲ୍ଲାର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଟ୍ରେନିଂ ସେଣ୍ଟରକୁ ଯିବା ଆସିବା କରୁଛନ୍ତି । ଆର୍ବଜନା ଯୋଗୁଁ ଛାତ୍ରଛାତ୍ରୀମାନେ ଯିବା ପାଇଁ ସଙ୍କୋଚ ହେଉଛନ୍ତି । ସେହି ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ହେବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ସମତ ପର୍ଯ୍ୟଟକମାନେ ହନ୍ତସନ୍ତ ହେଉଛନ୍ତି । ପୌରସଂସ୍ଥା ଭଙ୍ଗା ହେବା ଫଳରେ ୩୨ଟି ୱାର୍ଡରେ ସଠିକ୍ ଭାବରେ ସଫେଇ ହେଉ ନ ଥିବା ଅଭିଯୋଗ ହେଉଛି । ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସ୍ୱଚ୍ଛ ଆଇକନିକ୍ ସିଟି ଭାବରେ ଗଢ଼ିତୋଳିବା ପାଇଁ ନାଲ୍କୋ ଦାୟିତ୍ୱ ନେଇଛି । କେବଳ ବ୍ୟାଟେରୀ ଗାଡ଼ି ଓ ସାଇନ୍ ବୋର୍ଡ ଲଗାଇଥିଲା ବେଳେ ସଫେଇ ଉପରେ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ସହରରେ ପଲିଥିନ ବନ୍ଦ କରାଯାଇଥିଲା ବେଳେ ପ୍ରତିଦିନ କୁଢ଼ କୁଢ଼ ପଲିଥିନ୍ ଅଳିଆ ଗାଡ଼ିରେ ଯାଉଥିବା ଦେଖିବାକୁ ମିଳିଛି । ପଲିଥିନ୍ ଯୋଗୁଁ ଅଧିକ ଆବର୍ଜନା ସହରରେ ଗଦା ହେଉଛି । ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ପଲିଥିନ ଆବର୍ଜନା ଏବେ ବି ଠୁଳ ହୋଇ ରହିଛି । ଜିଲ୍ଲାପ୍ରଶାସନ ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଲାଗି ଅଧିକ ପ୍ରଚାର ପ୍ରସାର କରୁଥିଲେ ସୁଦ୍ଧା ପ୍ରକୃତପକ୍ଷେ ସହରର ସଫେଇ ସଠିକ୍ ଭାବେ ହୋଇପାରୁନି । ସହରକୁ ସ୍ୱଚ୍ଛ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ଫେଲ୍ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *