ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳିଲା ବ୍ରହ୍ମଗିରି ବିଜେଡି
ପୁରୀ (ବୁ୍ୟରୋ): ଓଡ଼ିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରିଛି ବ୍ରହ୍ମଗିରି ବିଜେଡି । ସାଧାରଣ ଲୋକଙ୍କ ସ୍ୱାର୍ଥସାଧନ ପାଇଁ ଦୁଇଦଶନ୍ଧି ଧରି ଓଡ଼ିଶାର ବିକାଶରେ ନିମଗ୍ନ ରହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଓଡ଼ିଶା ଗଠନ କରିବାରେ ସେ ପ୍ରଥମ । ଏପରିକି ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜନ୍ମରୁ ମୃତୁ୍ୟ ଯାଏଁ ଯୋଜନା, ଓଡ଼ିଶାରେ ଲିପ୍ତ ହୋଇ ରହିଥିବା ଧର୍ମାନୁଷ୍ଠାନକୁ ନବୀକରଣ କରିବା, ବିଏସ୍କେୱାଇ ଯୋଜନାରେ ମାଗଣା ଚିକିତ୍ସା ଯୋଗାଇ ଦେବା ଭଳି କ୍ରୀଡ଼ାର ବିକାଶ, ଚାଷୀଙ୍କ ବିକାଶ ଲାଗି କାଳିଆ ଯୋଜନା ସହାୟତା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ରୋଲ୍ ମଡେଲ୍ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ତେଣୁ ସେହି ମହାନ୍ ରାଜନେତାଙ୍କ ଜନ୍ମଦିନକୁ ବ୍ରହ୍ମଗିରି ବିଜେଡି ତରଫରୁ ମହାଆଡ଼ମ୍ବରରେ ପାଳନ କରାଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ସଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଅଗଣିତ ବିଜେଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ଦୀର୍ଘାୟୁ ଲାଗି ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର ବ୍ଲକ୍ ଭାଇଲିପୁର ପଞ୍ଚାୟତ ଏବଂ ବ୍ରହ୍ମଗିରି ବ୍ଲକ ଘଟକୁଦି ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଛି ।
ଏହି ଅବସରରେ ଶ୍ରୀ ଦାସବର୍ମା କହିଛନ୍ତି ଯେ ଜନସେବାରେ ଉତ୍ସର୍ଗୀକୃତ, ଶ୍ରେଷ୍ଠ ପ୍ରଶାସକ, ଶିଳ୍ପ ସମୃଦ୍ଧ ଓଡ଼ିଶାର ନିର୍ମାତା, ଜାତୀୟ ରାଜନୀତିରେ ପ୍ରଶଂସିତ ରାଜନେତା ଓ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହିପରି ନିରନ୍ତର ଭାବେ ଓଡ଼ିଶାବାସୀଙ୍କୁ ସେବା ଦେଇଆସନ୍ତୁ । ଏହି ସମୟରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ କାର୍ତ୍ତିବିଯ୍ୟ ସ୍ୱାଇଁ, ହନ୍ତୁକ ପଞ୍ଚାୟତ ସରପଞ୍ଚ କନକଲତା ପତି, ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ନୁନୁ ମିଶ୍ର, ପୁରୀ ୧୧ ଗୋଟି ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଏବଂ ବ୍ରହ୍ମଗିରି ବ୍ଲକ୍ ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ୱାଇଁ, ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ ଦଳାଇ, ଘଟକୁଦି ସରପଞ୍ଚ ଆଲୋକ କୁମାର ବିଶ୍ୱାଳ, ସମିତି ସଭ୍ୟ ରାକେଶ ଭଟ୍ଟ, ଯୁବ ଛାତ୍ର ଓ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ବ୍ରହ୍ମଗିରି ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଥିଲେ ।