ବିଡିଏ ପାଇଁ ବିଶ୍ୱସ୍ତରରେ ପ୍ରଶଂସିତ ଭୁବନେଶ୍ୱର

ଭୁବନେଶ୍ୱର (ବୁ୍ୟରୋ): ବିଡିଏ ନଥିଲେ ରାଜଧାନୀ ଭୁବନେଶ୍ୱର ବିଶ୍ୱସ୍ତରରେ ପ୍ରସଂଶିତ ହୋଇ ପାରିନଥାନ୍ତା । ନିନ୍ଦୁକ ତ ଅନେକ କଥା କହିବେ । କିନ୍ତୁ ପ୍ରବଳ ବର୍ଷାରେ ମୁମ୍ବାଇ, ଚେନ୍ନାଇରେ ଯେଉଁ ପରିସ୍ଥିତି ଉପୁଜୁଛି ସେଭଳି ପରିସ୍ଥିତି ଭୁବନେଶ୍ୱରରେ ହେଉନାହିଁ । ଏହା କେବଳ ବିଡିଏର ଅବଦାନ । କର୍ମଚାରୀଙ୍କ ଦକ୍ଷତା, ମନୋବଳ ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଏ ସବୁ ସମ୍ଭବ ହୋଇ ପାରିଛି । ଏହି କର୍ମ·ରୀଙ୍କୁ ଆର୍ଥିକ ମଜବୁତ କରିବାକୁ ଋଣ ଓ ମିତବ୍ୟୟ ସମିତି ଉଦ୍ୟମ କରୁ ବୋଲି ଭୁବନେଶ୍ୱର ବିଧାୟକ(ମଧ୍ୟ) ଅନନ୍ତ ନାରାୟଣ ଜେନା କହିଛନ୍ତି ।
ବିଡିଏ କର୍ମ·ରୀ ସମବାୟ ଋଣ ଓ ମିତବ୍ୟୟ ସମିତିର ରୌପ୍ୟ ଜୟନ୍ତୀ ଅବସରରେ ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା ପ୍ରକାଶ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ବିଶ୍ୱଜିତ ମହାନ୍ତି ଯୋଗଦେଇଥିବାବେଳେ, ଅନ୍ୟତମ ଅତିଥି ଭାବେ ବିଡିଏର ଅର୍ଥ ସଦସ୍ୟ ରୁଦ୍ରନାରାୟଣ ଆଚାର୍ଯ୍ୟ ଯୋଗ ଦେଇଥିଲେ । ଆଗାମୀ ବର୍ଷରେ ସମିତିର ଋଣ ତଥା ଅନ୍ୟାନ୍ୟ ବ୍ୟବସ୍ଥାକୁ ସହଜ ଓ ସରଳ କରାଯିବା ପାଇଁ ଏହି ଅବସରରେ ପ୍ରତିଶ୍ରୁତି ମିଳିଥିଲା । ତା’ ସହିତ ୨ ଲକ୍ଷରେ ସୀମିତ ଥିବା ଋଣ ପରିମାଣ ୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଡିଏ ସଚିବ କବୀନ୍ଦ୍ର କୁମାର ସାହୁ, ବିଡିଏ କର୍ମଚାରୀ ୟୁନାଇଟେଡ୍ ଫୋରମ ଉପଦେଷ୍ଟା ତଥା ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ପ୍ରମୁଖ ସମିତିର ରେପ୍ୟଜୟନ୍ତୀ ଅବସରରେ ଶୁଭକାମନା ଜ୍ଞାପନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *