ଭାଗିଲାକଟାରେ ନିଶାନିବାରଣ ଅଭିଯାନ

ଛେଣ୍ଡିପଦା (ବୁ୍ୟରୋ): ଛେଣ୍ଡିପଦା ବ୍ଲକ୍ ବ୍ରାହ୍ମଣବିଲ ଗ୍ରାମପଞ୍ଚାୟତ ଭାଗିଲାକଟା ଗ୍ରାମର ସେବାଶ୍ରମ ବିଦ୍ୟାଳୟ ପରିସରରେ କୋଶଳା ଗ୍ରାମର ମାନସ ସ୍ମୃତି ପାଠାଗାର, ଭାଗିଲାକଟା ଗ୍ରାମରେ ଥିବା ନେତାଜୀ କ୍ଲବର ସଦସ୍ୟ ଓ ଭାଗିଲାକଟା ଗ୍ରାମବାସୀଙ୍କ ସୌଜନ୍ୟରେ ନିଶାନିବାରଣ ଅଭିଯାନ ଓ ପ୍ରେରଣାମୟୀ ଦିବସ ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଭାଗଲାକଟା ଗ୍ରାମ ସଭାପତି ସୁବାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅତିଥି ଭାବେ ଅନୁଗୋଳ ଉତ୍କଳ ସମ୍ମିଲନୀ ଶାଖାର ସଭାପତି ବିଶ୍ୱରଞ୍ଜନ ପ୍ରଧାନ, ସମ୍ପାଦକ ଇଂ. ଧନେଶ୍ୱର ସାହୁ, କୋଶଳା ଗ୍ରାମ ସଭାପତି ବ୍ରଜବନ୍ଧୁ ସାହୁ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ମାନସ ସ୍ମୃତି ପାଠାଗାରର ସମ୍ପାଦକ ବାମଦେବ ସାହୁ, ଚାରି ସର୍କଲ ଆଠ ପଞ୍ଚାୟତ କୃଷକ ସମାଜର ସଭାପତି ନରହରି ପ୍ରଧାନ, ବ୍ରାହ୍ମଣବିଲ ସରପଞ୍ଚ ଲକ୍ଷ୍ମୀପ୍ରିୟା ଧଳ, ସମିତିସଭ୍ୟା ମିନତୀ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବରାଜ ଦେହୁରୀ, କବୟତ୍ରୀ ଲିପିକା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଏହି ସଭାରେ ନିଶାନିବାରଣ ଉପରେ ଏକ ଶପଥ ପାଠ କରାଯାଇଥିଲା । ଗ୍ରାମ ତଥା ଆଖପାଖ ଗ୍ରାମରେ ନିଶାନିବାରଣ ଉପରେ ସଚେତନତା ସୃଷ୍ଟି କରିବା ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ସେଥିରେ ଭାଗଲାକଟା ଗ୍ରାମ ସଭାପତି, ସମ୍ପାଦକ ଓ କର୍ମକର୍ତାାଙ୍କ ସମେତ ଉପଦେଷ୍ଟା କମିଟିର ମୁଖ୍ୟ ସଚେତକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣି ସାହୁଙ୍କୁ ମନୋନୀତ କରାଯାଇଥିଲା । ଭାଗଲାକଯା ଗ୍ରାମର ସମ୍ପାଦକ ଟିକନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରମୋହନ ଗଡତିଆ, ପ୍ରକାଶ ସାହୁ, ଗୋକୁଳାନନ୍ଦ ପ୍ରଧାନ, କୁଞ୍ଜ ସାହୁ, ସାରଥି ସାହୁ, ବାଳବତୀ ସହୁ, ମୀନତି ସାହୁ, ବିଦୁ୍ୟଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *