ରୋଜର ବିନ୍ନି ଅପ୍ରତିଦ୍ୱନ୍ଦ୍ୱୀ

ବିସିସିଆଇ ଅଧ୍ୟକ୍ଷ ନିର୍ବାଚନ
ନୂଆଦିଲ୍ଲୀ, ୧୬ା୧୦: ପୂର୍ବତନ କ୍ରିକେଟର୍ ରୋଜର ବିନ୍ନି ବିସିସିଆଇ ଅଧ୍ୟକ୍ଷ ହେବାର ରାସ୍ତା ପରିଷ୍କାର ହୋଇଯାଇଛି । ତାଙ୍କ ନାମାଙ୍କନ ବିରୋଧରେ ଉଠିଥିବା ଆପତ୍ତିକୁ ବିସିସିଆଇ ନିର୍ବାଚନ ଅଧିକାରୀ ଏ.କେ.ଜୋତୀ ଅଗ୍ରାହ୍ୟ କରି ଦେଇଛନ୍ତି । ଏହା ଫଳରେ ବିନ୍ନି ହୋଇଛନ୍ତି ଅଧ୍ୟକ୍ଷ ପଦ ପାଇଁ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ । ନୂଆ ଅଧ୍ୟକ୍ଷ ଭାବେ ବିନ୍ନିଙ୍କ ନାମ ୧୮ ତାରିଖ ଦିନ ଆନୁଷ୍ଠାନିକ ଭାବେ ଘୋଷିତ ହେବ ।
କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ସଦସ୍ୟ ଏ.ଏମ୍.ରାମାମୂର୍ତ୍ତି ଓ ଏନ୍.ଶ୍ରୀପତିଙ୍କ ପକ୍ଷରୁ ବିସିସିଆଇ ନିର୍ବାଚନ ନେଇ ଆପତ୍ତି ଉଠାଯାଇଥିଲା । ସେଥିରେ କୁହାଯାଇଥିଲା ଯେ ମ୍ୟାନେଜିଂ କମିଟିର କାର୍ଯ୍ୟକାଳ ଅକ୍ଟୋବର ୩ରେ ଶେଷ ହୋଇଛି । ତେଣୁ ବିନ୍ନିଙ୍କ ନାମାଙ୍କନ ଆଇନସିଦ୍ଧ ନୁହେଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *